ବାଙ୍କୁଆଳ ଦୁର୍ଗାପୂଜା କମିଟି: ଆକର୍ଷଣ ହେବ ୫୧ ଫୁଟର ରାବଣ

ପୁରୁଣା ଭୁବନେଶ୍ୱର,୩ା୧୦(ଡି.ଏନ.ଏ.): ରାଜଧାନୀରେ ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ଆଗମନ ନେଇ ପ୍ରସ୍ତୁତି ଜୋରସୋର ଆଗେଇ ଚାଲିଛି। ଏହି ଅବସରରେ ସ୍ଥାନୀୟ ବାଙ୍କୁଆଳ ଦୁର୍ଗାପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗାପୂଜା ଚଳିତବର୍ଷ ଦ୍ୱିତୀୟ ବର୍ଷରେ ପଦାର୍ପଣ କରିଛି। ବାଙ୍କୁଆଳ ଗ୍ରାମବାସୀଙ୍କ ଆଗ୍ରହ ଓ ସହଯୋଗ ପାଇଁ ଖୁବ୍‌ କମ ସମୟରେ ଆକର୍ଷଣୀୟ ତୋରଣ ନିର୍ମାଣ କରାଯାଉଛି। ମହାରାଷ୍ଟ୍ରର ନାନ୍ଦେଡ୍‌ ଗୁରୁଦ୍ୱାର ପ୍ରତିକୃତିର ତୋରଣ ଶୋଭା ପାଇବ। ୨ ଲକ୍ଷ ଟଙ୍କା ବ୍ୟୟରେ ଏହି ତୋରଣକୁ କଲିକତା ଏବଂ କଟକର ୨୦ରୁ ଊର୍ଦ୍ଧ୍ୱ କାରିଗର ନିର୍ମାଣ କରିବାରେ ଲାଗିପଡିଛନ୍ତି। ଜନବସତି ଏବଂ ସାହିଗୁଡିକରେ ଦୁର୍ଗାପୂଜା ଅନୁଷ୍ଠିତ ହେଉଥିଲେ ହେଁ ରାବଣ ପୋଡି ପାଇଁ ଅନୁମତି କମିଶନରେଟ ପୋଲିସର ନିୟମ ନେଇ ଏଥିରେ ଅଙ୍କୁଶ ଲାଗିଛି। ମାତ୍ର ଏଥର ଏହି ଦୁର୍ଗାପୂଜାରେ ରାବଣ ପୋଡି ପାଇଁ ବାଙ୍କୁଆଳ ଦୁର୍ଗାପୂଜା କମିଟିକୁ ଅନୁମତି ପ୍ରଦାନ କରାଯାଇଛି। ପ୍ରାୟ ୫୧ ଫୁଟ ଉଚ୍ଚର ଏହି ରାବଣ କଟକରୁ ପ୍ରସ୍ତୁତ କରାଯାଇ ଆସିବା ପାଇଁ ସ୍ଥିର କରାଯାଇଛି। ଏଥିପାଇଁ ଏକ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା କମିଟି ସଭାପତି ସୁନୀଲ ସ୍ବାଇଁ କହିଛନ୍ତି। କୁଆଖାଇ ନଦୀପଠାରେ କମିଶନରେଟ୍‌ ଗାଇଡ଼ ଲାଇନ ଅନୁସାରେ ୧୦୦ ମିଟର ଦୂରତ୍ୱରେ ବାରିକେଡ କରାଯିବ ଏବଂ ଶ୍ରଦ୍ଧାଳୁମାନଙ୍କୁ ତଦାରଖ ପାଇଁ ୪୦ରୁ ଊର୍ଦ୍ଧ୍ୱ ସ୍ବେଚ୍ଛାସେବୀ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଅବସରରେ ରାବଣ ପୋଡି ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି। ରାବଣ ପୋଡି ଦେଖିବା ପାଇଁ ଭିଙ୍ଗାରପୁର, ବରଗଡ଼, ବ୍ରହ୍ମେଶ୍ୱରପାଟଣା, ବାଳକାଟୀ, ଟୋଲକପଡ଼ା, ଅନ୍ଧୋଟି, ସତ୍ୟଭାମାପୁର, ସରକଣା ଆଦି ମୌଜାର ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି। ସେହିିଭଳି ୩ ଘଣ୍ଟାରେ ୧୦ ହଜାର ଚାରାରୋପଣ କରାଯିବା ଭଳି ଏକ ବୃକ୍ଷରୋପଣ ସଚେତନତା କାର୍ଯ୍ୟକ୍ରମ ହେବ ବୋଲି କମିଟିର ମୁଖ୍ୟ ଉପଦେଷ୍ଟା କବିରାଜ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri