ବାଘୁଆ ପ୍ରକଳ୍ପରୁ ପାଣି ଛଡାଗଲା

ବୁଗୁଡ଼ା,୨୧ା୭(ଡି.ଏନ.ଏ.)- ବୁଗୁଡ଼ା ଜଳସେଚନ କାର୍ଯ୍ୟାଳୟ ପରିସରରେ ଜୁଲାଇ ୧୩ରେ ଅନୁଷ୍ଠିତ ବାଘୁଆ ପାଣି ପଞ୍ଚାୟତ ପ୍ରକଳ୍ପ କମିଟିର ନିଷ୍ପତ୍ତି ଅନୁଯାୟୀ ରବିବାର ଅପରାହ୍ନ ୪ଟାରେ ବାଘୁଆ ଡ୍ୟାମରୁ ଡ଼ାହାଣ ପାର୍ଶ୍ୱ କେନାଲ ଦେଇ ପାଣି ଛଡାଯାଇଛି। ବର୍ଷା ଅଭାବରୁ ଖରିଫ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବାରୁ ପାଣି ଛଡ଼ାଯାଇଛି। ବାଘୁଆ ଡ୍ୟାମରୁ ଡ଼ାହାଣ ପାର୍ଶ୍ୱ କେନାଲ ଦ୍ୱାରା ପ୍ରତି ସେକେଣ୍ଡରେ ୮.୫୭ ଘନ ମିଟର ଜଳ ଛଡ଼ାଯାଉଛି। ଏହି ଜଳସେଚନ ଦ୍ୱାରା ବୁଗୁଡ଼ା ବ୍ଲକର ପ୍ରାୟ ୫ ହଜାର ହେକ୍ଟର ଓ ପୋଲସରା ବ୍ଲକର ପ୍ରାୟ ୩ ହଜାର ୫୦୦ ହେକ୍ଟର ଏପରି ମୋଟ ୮ ହଜାର ୫୦୦ ହେକ୍ଟର ଜମିରେ ଖରିଫ ଚାଷ ହୋଇପାରିବ। ରୋଟେସନ ମାଧ୍ୟମରେ ଜମିରେ ଜଳସେଚନ କରିବା ପାଇଁ ସମସ୍ତ ଚାଷୀ ଭାଇମାନଙ୍କୁ ଜଣାଇ ଦିଆଯାଇଥିବା ନିର୍ବାହୀ ଯନ୍ତ୍ରୀ ପ୍ରକାଶ କରିଛନ୍ତି। କେନାଲରେ ଜଳ ଛଡ଼ାଯିବା ସମୟରେ ବୁଗୁଡ଼ା ଜଳସେଚନ ସହ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁ, ସହକାରୀ ଯନ୍ତ୍ରୀ ବୈଜୟନ୍ତୀ ସାହୁ ଓ କେଶବ ଖଟାଇଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଜଳର ସୁଷମ ବଣ୍ଟନ କରି ଜମିରେ ଜଳସେଚନ କରିବାକୁ ସହ ନିର୍ବାହୀ ଯନ୍ତ୍ରୀ ସାହୁ ବୁଗୁଡ଼ା ଓ ପୋଲସରା ବ୍ଲକର ପୂର୍ବତନ ପାଣି ପଞ୍ଚାୟତ କର୍ମକର୍ତ୍ତା ଓ ଚାଷୀମାନେ ସହଯୋଗ କରିବାକୁ ଆହ୍ବାନ ଦେଇଛନ୍ତି।
(((ଫଟୋ-ବିଏମ-୨୧-୯-ବାଘୁଆ କେନାଲରୁ ଖରିଫ ଚାଷ ପାଇଁ ପାଣି ଛଡ଼ାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri