ବାଘଛାଲ ଶିକାର ଘଟଣା: ଜଣଙ୍କୁ ଉଠାଇନେଲେ ବନ କର୍ମଚାରୀ

ନୟାଗଡ଼ ଅଫିସ/ରଣପୁର(ସ୍ବ.ପ୍ର.),୧୭ା୬: ବାଘ ଶିକାରରେ ସମ୍ପୃକ୍ତି ଅଭିଯୋଗରେ ଖୋର୍ଦ୍ଧା ବନଖଣ୍ଡ ରଣପୁର ରେଞ୍ଜର ବନ କର୍ମଚାରୀ ଜାମୁଗଣ୍ଡରୁ ଜଣେ ବ୍ୟକ୍ତିଙ୍କୁ ବୁଧବାର ଉଠାଇ ନେଇଛନ୍ତି । ମଙ୍ଗଳବାର ବାଉଁଶଗଡ଼ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୫୦ ବର୍ଷର ଜଣେ କେରଳ ଫେରନ୍ତାକୁ ଅନୁରୂପ ଭାବେ ଉଠାଇ ନେଇଥଲେ। ଦୁଇ ଜଣକୁ ଅଜ୍ଞାତ ସ୍ଥାନରେ ଅଟକାଇ ବାଘ ଶିକାର ଘଟଣାର ଖୋଳତାଡ଼ କରୁଛନ୍ତି। ସେପଟେ ଏସ୍‌ଟିଏଫ ବାଘଛାଲ ଓ ହାଡ଼ ଜବତ ସହ ମୁଖ୍ୟ ଅଭିଯୁକ୍ତ ବନ୍ଧମୁଣ୍ଡା ସମିତିସଭ୍ୟଙ୍କୁ ଜେଲ୍‌ ପଠାଇ ଚୁପ୍‌ ରହିଛି।