ବାଗଦାଦ୍‌ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍‌: ଏସିଆ ବଜାରରେ ଅଶୋଧିତ ତୈଳ ଦାମ ବୃଦ୍ଧି

ଓ୍ବାଶିଂଟନ,୩।୧: ଆମେରିକା ଇରାକ୍‌ର ବାଗଦାଦ୍‌ ବିମାନ ବନ୍ଦରରେ ଏୟାର ଷ୍ଟ୍ରାଇକ୍‌ କରିବା ପରେ ଏବେ ଏହାର ପ୍ରଭାବ ଅଶୋଧିତ ତୈଳ ବଜାରରେ ପଡ଼ିଛି। ଏହାଯୋଗୁ ଏସିଆ ବଜାରରେ ଅଶୋଧିତ ତୈଳ ଦାମ ବୃଦ୍ଧି ପାଇଛି। ଅଶୋଧିତ ତୈଳ ଦାମ ବ୍ୟାରେଲ୍‌ ପିଛା ୧.୩୧ ପ୍ରତିଶତ ବଢ଼ିଥିବା କୁହାଯାଉଛି। ଫଳରେ ବ୍ୟାରେଲ ପିଛା ଦାମ ୬୭.୧୨ ଡଲାରରେ ପହଞ୍ଚିଛି। ଆମେରିକାରେ ମଧ୍ୟ ଅଶୋଧିତ ତୈଳ ଦାମ ବ୍ୟାରେଲ୍‌ ପିଛା ୧.୨୪ ପ୍ରତିଶତ ବୃଦ୍ଧି ପାଇଛି। ଆଗାମୀ ଦିନରେ ଅଶୋଧିତ ତୈଳ ଦାମ ବ୍ୟାରେଲ ପିଛା ପୁଣି ବଢ଼ିବାର ସମ୍ଭାବନା ଥିବା କୁହାଯାଉଛି। ଏଥିପାଇଁ ଭାରତ ବଜାରରେ ଡିଜେଲ୍‌, ପେଟ୍ରୋଲ ଆଦିର ମୂଲ୍ୟ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି।

Share