ବାଉଁଶ ଗଛରେ ଫୁଲ, ମରୁଡ଼ି ଆଶଙ୍କା

କବିସୂର୍ଯ୍ୟନଗର୨୬ା୪- କବିସୂର୍ଯ୍ୟନଗରରେ ବାଉଁଶ ଗଛରେ ଫୁଲ ଫୁଟିବା ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି। କରୋନା ମହାମାରୀ ଯୋଗୁ ମାନବଜାତି ହନ୍ତସନ୍ତ ହେଉଥିବାବେଳେ ବାଉଁଶ ପଛରେ ଫୁଲ ଧରିବା ଆଉ ଏକ ବିପତ୍ତିର ପୂର୍ବାଭାସ ବୋଲି ଅଞ୍ଚଳବାସୀ ଅନୁମାନ କରୁଛନ୍ତି। ବାଉଁଶ ଗଛରେ ଫୁଲ ଧରିଲେ ମରୁଡ଼ି, ଅନାହାର, ଜଳବାୟୁ ଅନିୟିମତତା, ବାତ୍ୟା ଓ ଫସଲ ହାନୀ ହୋଇଥାଏ ବୋଲି ଗଁା ଗହଳିର ବୟସ୍କ ବ୍ୟକ୍ତିମାନେ କହିଛନ୍ତି। କବିସୂର୍ଯ୍ୟନଗର ବିଭିନ୍ନ ପଞ୍ଚାୟତର ବଣ, ପାହାଡ଼ରେ ଥିବା ବାଉଁଶ ଗଛରେ ପ୍ରଚୁର ପରିମାଣରେ ଫୁଲ ଦେଖିବା ପରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି।