ବାଇକ ସହ ଗଞ୍ଜେଇ ଜବତ, ଜଣେ ଗିରଫ

ସୋରଡା,୧୪ା୩(ଡି.ଏନ୍‌.ଏ.): ସୋରଡା ଗାଜଲବାଡି ରାସ୍ତା ଏନ୍‌ଏଚ୍‌-୫୯ ଦାନ୍ତଲିଙ୍ଗି ଗ୍ରାମ ଛକରେ ଶନିବାର ସକାଳେ ଏସ୍‌ଆଇ ସୁନିଲ କଣ୍ଡଗୋରୀଙ୍କ ନେତୃତ୍ୱରେ ଯାନବାହନ ଯାଞ୍ଚ ଚାଲିଥିଲା। କନ୍ଧମାଳ ଜିଲା ଦାରିଙ୍ଗବାଡି ପଟୁ ଆସୁଥିବା ଏକ ବାଇକ (ନଂ.ଓଆର୍‌୦୫ଏନ୍‌-୮୯୭୨)କୁ ଯାଞ୍ଚ କରାଯାଇଥିଲା। ଯାଞ୍ଚବେଳେ ଏକ ଅଖାରେ ୧୨ କେଜି ଗଞ୍ଜେଇ ଥିବା ଜଣାପଡିଥିଲା। ପୋଲିସ ବାଇକ ସହ ଗଞ୍ଜେଇ ଜବତ କରିବା ସହ ଚାଳକ ଫିରିଙ୍ଗିଆ ଥାନା ରତଙ୍ଗ ଗ୍ରାମର ଶତପଥୀ ମାଝିଙ୍କୁ ଗିରଫ କରିଥିଲା। ନଂ.୬୪/୨୦ରେ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି।