Posted inଖେଳ

ବାଂଲାଦେଶ ବିପକ୍ଷ ଟି୨୦ ସିରିଜପାଇଁ ଦଳ ଚୟନ ଆଜି; କୋହଲିଙ୍କ କାର୍ଯ୍ୟଭାର, ପନ୍ତ, ସାମସନଙ୍କ ଉପରେ ଫୋକସ

ମୁମ୍ବାଇ, ୨୪।୧୦(ପି.ଟି.)- ଭାରତ ଓ ବାଂଲାଦେଶ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଅନୁଷ୍ଠିତ ହେବ। ଏଥିପାଇଁ ଭାରତୀୟ ଦଳ ମନୋନୟନ ଗୁରୁବାର ହେବ। ଏହି ଅବସରରେ ମୁଖ୍ୟତଃ ଅଧିନାୟକ ବିରାଟ କୋହଲିଙ୍କ କାର୍ଯ୍ୟଭାର, ରିଷଭ ପନ୍ତ ଓ ସଞ୍ଜୁ ସାମସନଙ୍କ ମନୋନୟନ ଉପରେ ଚୟନକର୍ତ୍ତାଙ୍କ ଫୋକସ ରହିବ। ଟି୨୦ ସିରିଜର ପ୍ରଥମ ମ୍ୟାଚ ନଭେମ୍ବର ୩ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ରାଜକୋଟ ଓ ନାଗପୁରରେ ପରବର୍ତ୍ତୀ ୨ ମ୍ୟାଚ ଖେଳାଯିବ। ଏହାପରେ ଆଇସିସି ବିଶ୍ୱ ଚାମ୍ପିୟନଶିପ୍‌ ଅନ୍ତର୍ଗତ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଇନ୍ଦୋର ଓ ଫିରୋଜଶାହ କୋଟଲାରେ ଖେଳାଯିବ।
୨୦୧୮ ଅକ୍ଟୋବର ପରଠାରୁ ଭାରତ ଖେଳିଥିବା ୫୬ ଗେମ୍‌ରୁ କୋହଲି ୪୮ଟିରେ ଖେଳି ସାରିଛନ୍ତି। ତେଣୁ ଆସନ୍ତା ଟି୨୦ ସିରିଜରେ ଖେଳିବେ କିମ୍ବା ବିଶ୍ରାମ ନେବେ ସେ ସମ୍ପର୍କରେ ନିଷ୍ପତ୍ତି ନେବାପାଇଁ ଚୟନକର୍ତ୍ତାମାନେ କୋହଲିଙ୍କ ଉପରେ ଛାଡ଼ି ଦେଇଛନ୍ତି। ଚୟନ କମିଟି ବୈଠକରେ ମୁମ୍ବାଇ ଅଲରାଉଣ୍ଡର ଶିଭମ୍‌ ଦୁବେଙ୍କ ସାମିଲ ସମ୍ପର୍କରେ ଆଲୋଚନା ହେବା ସମ୍ଭାବନା ରହିଛି। ସେ ଅଲରାଉଣ୍ଡର ଭାବେ ଆହତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେଇପାରନ୍ତି। ବଡ଼ ଶଟ୍‌ ଖେଳିବାର ଦକ୍ଷତା ରଖିଥିବାରୁ ତାଙ୍କ ଚୟନ ସମ୍ଭାବନା ବଢ଼ିଛି। ସାମସନ ଅନୁଷ୍ଠିତ ବିଜୟ ହଜାରେ ଟ୍ରଫିରେ କେରଳ ପକ୍ଷରୁ ଦ୍ୱିଶତକ ହାସଲ କରିଛନ୍ତି। ”ଉଭୟ ସାମସନ ଓ ପନ୍ତ ଭାରତୀୟ ଦଳରେ ସାମିଲ ହେଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ସେମାନେ ସାଥିହୋଇ ଆଇପିଏଲ ଖେଳିଛନ୍ତି। ଟି୨୦ରେ ରିଷଭଙ୍କ ରେକର୍ଡ ଭଲ ନ ଥିଲେ ହେଁ ତାଙ୍କୁ ଦୀର୍ଘ କାଳୀନ ଭିତ୍ତିରେ ତାଙ୍କ ଚୟନକୁ ଗୁରୁତ୍ୱ ଦିଆ ଯାଇପାରେ। ସାମସନଙ୍କ ନିକଟରେ ମ୍ୟାଚର ମୋଡ଼ ପରିବର୍ତ୍ତନ କରିବା ଦକ୍ଷତା ରହିଛି। ଆଗକୁ ଟି୨୦ ବିଶ୍ୱକପ ଆସୁଥିବାରୁ ଚୟନକର୍ତ୍ତାମାନେ ଉପଲବ୍ଧ ବିଭିନ୍ନ ବିକଳ୍ପକୁ ଧ୍ୟାନରେ ରଖି ଦଳ ଚୟନ କରିବେ ବୋଲି ଜଣେ ବିସିସିଆଇ ଅଫିସିଆଲ ପ୍ରକାଶ କରିଛନ୍ତି।
କୋହଲି ଯଦି ଉପଲବ୍ଧ ନ ହୁଅନ୍ତି ତେବେ ସାମସନ ବ୍ୟାକ୍‌ଅପ୍‌ ବ୍ୟାଟ୍ସମ୍ୟାନଭାବେ ଦଳରେ ରହିପାରନ୍ତି। ମାତ୍ର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିବା ମନୀଷ ପାଣ୍ଡେ ଯଦି ସ୍ଥାନ ବଜାୟ ରଖନ୍ତି ତେବେ କାହାକୁ ମନୋନୟନ କରାଯାଉଛି ତାହା ଦେଖିବାକୁ ଉତ୍କଣ୍ଠା ରହିବ। ବିଗ୍‌ ହିଟିଂ ଦକ୍ଷତା ଯୋଗୁ ଶିଭମ୍‌ ଏବେ ବିଜୟ ଶଙ୍କରଙ୍କୁ ପଛରେ ପକାଇ ଭାରତର ଦ୍ୱିତୀୟ ପସନ୍ଦ ଅଲରାଉଣ୍ଡର ହୋଇ ଯାଇଛନ୍ତି। ”ଶିଭମଙ୍କ ବୋଲିଂ ଏବେ ଅନ୍ତର୍ଜାତୀୟ ଷ୍ଟାଣ୍ଡାର୍ଡର ନୁହେଁ ବୋଲି ସମସ୍ତେ ନିଶ୍ଚିତ ସ୍ବିକାର କରିବେ। ହାର୍ଦ୍ଦିକ ଯେପରି ପେସ୍‌ରେ ବିବିଧତା ଆଣିପାରନ୍ତି ଶିଭମ୍‌ ତାହା ମଧ୍ୟ କରିପାରନ୍ତି ନାହିଁ। ମାତ୍ର ସେ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ ଏବଂ ବଡ଼ ଛକ୍କା ମାରିବାର ଦକ୍ଷତା ରଖିଛନ୍ତି। ଆଇପିଏଲ ଖେଳୁଥିବାବେଳେ କୋହଲି ନିଶ୍ଚିତ ଶିଭମଙ୍କ ପ୍ରଦର୍ଶନକୁ ଲକ୍ଷ୍ୟ ରଖିଥିବେ“ ବୋଲି ସେ କହିଛନ୍ତି। ୫୦ ଓଭର ବିଶିଷ୍ଟ ବିଶ୍ୱକପ ପର୍ଯ୍ୟନ୍ତ ବିଜୟ ଶଙ୍କର ଭାରତର ଦ୍ୱିତୀୟ ପସନ୍ଦର ଅଲରାଉଣ୍ଡର ଥିଲେ। ମାତ୍ର ଏବେ ସେ କେବଳ ଜଣେ ଦିନିକିଆ ଖେଳାଳିଭାବେ ପରିଗଣିତ ହେଉଛନ୍ତି। ରାହୁଲ ଚହର ଓ ଓ୍ବାଶିଂଟନ ସୁନ୍ଦରଙ୍କୁ ଆଉ ଏକ ସୁଯୋଗ ଦିଆଯାଇପାରେ। ତେଣୁ ଦୁଇ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ସ୍ଥାନ ପାଇବା ସମ୍ଭାବନା କମ୍‌। ଲୋକେଶ ରାହୁଲ ବିଜୟ ହଜାରେ ଟ୍ରଫିରେ ଭଲ ଖେଳିଥିବାରୁ ଦଳରେ ସ୍ଥାନ ବଜାୟ ରଖିବା ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁଟ୍ୟୁବରୁ ଶିଖି ୫ ଏକର ଜମି କଲେ ଚାଷ: ଦୁଇମାସରେ…

ଭବାନୀପାଟଣା,୯ା୧୨(ଉତ୍ତମ କୁମାର ଦାଶ):ନେପିଆର୍‌ ଘାସ ଚାଷ କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ସିକେରଗୁଡା ଗାଁର ଅଜିତ ପ୍ରଧାନଙ୍କୁ ସ୍ବାବଲମ୍ବୀ କରିଛି। ଏଥିରେ ସେ ଆତ୍ମ...

ବିବାହ ଭାଙ୍ଗିବା ପରେ ସ୍ମୃତିଙ୍କ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ ସୃଷ୍ଟି କଲା ହଇଚଇ, ଲେଖିଲେ ଏମିତି…

ନୂଆଦିଲ୍ଲୀ,୯।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରରେ ଅଛନ୍ତି। ରବିବାର, ସେ ଏକ...

ବିମାନରେ ଗୀତା ପଢିଲେ ରୁଷିଆ ରାଷ୍ଟ୍ରପତି, ବନ୍ଧୁଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିଲେ ବିଶେଷ ଉପହାର

ମସ୍କେ/ନୂଆଦିଲ୍ଲୀ,୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମ୍ପ୍ରତି ତାଙ୍କର ଦୁଇ ଦିନିଆ ଭାରତ ଗସ୍ତ ଶେଷ କରିଛନ୍ତି। ତାଙ୍କ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ...

ଆଦର୍ଶ ବିଦ୍ୟାଳୟରେ ପାଠପଢ଼ା ସହ ଖାଦ୍ୟ ସମସ୍ୟା, ତେଜିଲେ ଅଭିଭାବକ

ଅତାବିରା,୯ା୧୨(ଯୁଧିଷ୍ଠିର ମହାପାତ୍ର):ଅତାବିରା ଏନ୍‌ଏସି ଅନ୍ତର୍ଗତ ଭୋଇପୁରା ଆଦର୍ଶ ବିଦ୍ୟାଳୟରେ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ହେବା ସହିତ ରନ୍ଧା ଖାଦ୍ୟ ସମସ୍ୟା ଦେଖାଦେଇଛି। ସୋମବାର କେତେକ ପିଲାମାନେ...

ଆଇପିଏଲ ନାଁରେ ଏନଏଚଆରସିରେ ଅଭିଯୋଗ: ଦୂଷିତ ପାଣି ଗନ୍ଧରେ ଫାଟି ପଡୁଛି ଅଞ୍ଚଳ

ଭବାନୀପାଟଣା,୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳଜାରିଙ୍ଗରେ ଅବସ୍ଥାପିତ ଥିବା ଆଇପିଏଲ (ଇଣ୍ଡିଆନ ପଟାସ ଲିମିଟେଡ) କମ୍ପାନୀ ଇଥାନଲ ଉତ୍ପାଦନ କରୁଥିବା ସମୟରେ...

କଟକ ଟି-୨୦ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଲାଗିଲା ଜୋରଦାର ଝଟ୍‌କା: ଅଭିଯୋଗ ପରେ…

ଦୁବାଇ,୯ା୧୨ (ପି.ଟି.):ରାୟପୁରଠାରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ସ୍ଲୋ ଓଭର-ରେଟ୍‌ ପାଇଁ ଭାରତକୁ ସୋମବାର ସେମାନଙ୍କ ମ୍ୟାଚ୍‌ ଫି’ର...

ପିତୃତ୍ୱ ପାଇଁ ଜନ୍ମ ସାର୍ଟିଫିକେଟ ନୁହେଁ ବାଧକ: ଶିଶୁପୁତ୍ର ହସ୍ତାନ୍ତର ପାଇଁ ଅଜାଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୯ା୧୨(କାର୍ତ୍ତିକ ସାହୁ): ପିତୃତ୍ୱର ପ୍ରମାଣ ପାଇଁ ଜନ୍ମ ସାର୍ଟିଫିକେଟ ବାଧକ ନୁହେଁ। ଶିଶୁପୁତ୍ରର ଜନ୍ମ ସାର୍ଟିଫିକେଟ ଦାଖଲ କରି ନ ପାରିବା କାରଣରୁ ଜନ୍ମିତ ପିତାଙ୍କୁ...

ଆନ୍ଧ୍ରର ଚକ୍ରାନ୍ତ: ଓଡ଼ିଶା ଯୋଜନାକୁ ସୀମାନ୍ତବର୍ତ୍ତୀ ୭ ଗାଁର ବର୍ଜନ ନିଷ୍ପତ୍ତି

ପଟ୍ଟାଙ୍ଗି,୯ା୧୨(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗ୍ରାମ ନିକଟ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ୭ ଗ୍ରାମର ମୁଖିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri