Posted inଖେଳ

ବାଂଲାଦେଶ ଦଳରେ ଆରାଫତ, ଅଲ୍‌ ଅମିନ

ଢାକା, ୧୮।୧୦(ପି.ଟି.)- ଭାରତ ଓ ବାଂଲାଦେଶ ମଧ୍ୟରେ ଆସନ୍ତା ମାସରେ ୩ ମ୍ୟାଚ ବିଶିଷ୍ଟ ଟି୨୦ କ୍ରିକେଟ ସିରିଜ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ପାଇଁ ଗୁରୁବାର ୧୫ ଜଣିଆ ବାଂଲାଦେଶ ଦଳ ଘୋଷିତ ହୋଇଛି। ଦଳକୁ ବାମହାତୀ ସ୍ପିନର ଆରାଫତ ସନ୍ନି ଏବଂ ପେସର ଅଲ୍‌-ଅମିନ ହୋସେନ ଡାକରା ପାଇଛନ୍ତି। ଓପନର ତାମିମ୍‌ ଇକବାଲ ମଧ୍ୟ ଦଳକୁ ଫେରିଛନ୍ତି। ଜିମ୍ବାଓ୍ବେ, ଆଫଗାନିସ୍ତାନ ଓ ବାଂଲାଦେଶକୁ ନେଇ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ସିରିଜରେ ସେ ଖେଳିପାରି ନ ଥିଲେ। ଭାରତ ଗସ୍ତରେ ଆସୁଥିବା ବାଂଲାଦେଶ ଟି୨୦ ସିରିଜର ପ୍ରଥମ ମ୍ୟାଚ ନଭେମ୍ବର ୩ରେ ଦିଲ୍ଲୀର ଫିରୋଜଶାହ କୋଟଲା ଗ୍ରାଉଣ୍ଡରେ ଖେଳିବ। ପରବର୍ତ୍ତୀ ୨ଟି ଗେମ୍‌ ଯଥାକ୍ରମେ ରାଜକୋଟ ଓ ନାଗପୁରରେ ନଭେମ୍ବର ୭ ଓ ୧୦ ତାରିଖରେ ଅନୁଷ୍ଠିତ ହେବ।
ଉଭୟ ସନ୍ନି ଓ ହୋସେନ ଦୀର୍ଘଦିନଧରି ବାଂଲାଦେଶ ଦଳରୁ ଦୂରରେ ରହିଥିଲେ। ଶେଷଥର ସେମାନେ ୨୦୧୬ରେ ଦଳ ପକ୍ଷରୁ ଟି୨୦ରେ ପ୍ରତିନିଧିତ୍ୱ କରିଥିଲେ। ୧୦ଟି ଟି୨୦ରୁ ୧୨ଟି ଉଇକେଟ ନେଇଥିବା ୩୩ ବର୍ଷୀୟ ସନ୍ନି ୨୦୧୬ ଆଇସିସି ଟି୨୦ ବିଶ୍ୱକପ ଅବସରରେ ବେନିୟମ ବୋଲିଂ ଆକ୍ସନ ଯୋଗୁ ସସପେଣ୍ଡ ହୋଇଥିଲେ। ଏହା ବ୍ୟତୀତ ପାରିବାରିକ ବିବାଦରେ ସମ୍ପୃକ୍ତି କାରଣରୁ ସେ ୨୦୧୭ରେ ଗିରଫ ହୋଇ ୨ ମାସ ଜେଲ୍‌ ଦଣ୍ଡ ମଧ୍ୟ ଭୋଗିଥିଲେ। ହୋସେନ ୨୦୧୬ ଆଇସିସି ଟି୨୦ ବିଶ୍ୱକପ ପରଠାରୁ ଆଉ ବାଂଲାଦେଶ ପକ୍ଷରୁ ଖେଳିପାରି ନାହାନ୍ତି। ”ଭାରତ ଏକ ଶକ୍ତିଶାଳୀ ଦଳ। ଏହା ବିପକ୍ଷ ମ୍ୟାଚ ପାଇଁ ଦଳରେ ଜଣେ ଅଭିଜ୍ଞ ସ୍ପିନରଙ୍କ ଆବଶ୍ୟକ ଥିବାରୁ ଆମେ ସନ୍ନିଙ୍କୁ ସାମିଲ କରିଛୁ। ସେହିପରି ଅନ୍ୟ ଫାଷ୍ଟ ବୋଲରମାନେ ଆହତ ଥିବାରୁ ଅଲ୍‌-ଅମିନଙ୍କୁ ସୁଯୋଗ ଦିଆ ଯାଇଛି“ ବୋଲି ଚୟନ କମିଟି ମୁଖ୍ୟ ମିନ୍‌ହାଜୁଲ ଆବେଦିନ ପ୍ରକାଶ କରିଛନ୍ତି। ଚୟନକର୍ତ୍ତାମାନେ ସବିର ରହମନ, ନଜମୁଲ ହୋସେନ ଶାନ୍‌ତୋ, ରୁବେଲ ହୋସେନ ଓ ତାଜିଉଲ ଇସଲାମଙ୍କୁ ଦଳରୁ ବାଦ୍‌ ଦେଇଛନ୍ତି। ଏମାନେ ଘରୋଇ ପରିବେଶରେ ତ୍ରିରାଷ୍ଟ୍ରୀୟ ସିରିଜ ଖେଳିଥିଲେ।
ବାଂଲାଦେଶ ଦଳ: ଶାକିବ ଅଲ ହାସନ(ଅଧିନାୟକ), ତାମିମ ଇକବାଲ, ଲିଟନ ଦାସ, ସୌମ୍ୟ ସରକାର, ନଇମ୍‌ ସେଖ୍‌, ମୁସଫିକର ରହିମ, ମହମ୍ମଦ ରିୟାଦ, ଅଫିଫ ହୋସେନ, ମୁଦାସେକ୍‌ ହୋସେନ, ଅନିମୁଲ ଇସଲାମ ବିପ୍ଲୋବ, ଆରାଫତ ସନ୍ନି, ମହମ୍ମଦ ସୈଫୁଦ୍ଦିନ, ଅଲ୍‌-ଅମିନ ହୋସେନ, ମୁସ୍ତାଫିଜୁର ରହମନ, ଶାଫୁଉଲ ଇଲାମ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri