ବାଂଲାଦେଶୀ ଯୁବତୀଙ୍କୁ ଓଡ଼ିଶା ଚାଲାଣ ମାମଲା: କିଙ୍ଗ୍‌ପିନ୍‌ ଅଞ୍ଜଳି, ଇବ୍ରାହିମ୍‌ଙ୍କୁ ମିଳିଲା ରିମାଣ୍ଡ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ବାଂଲାଦେଶରୁ ଓଡ଼ିିଶାକୁ ଯୁବତୀ ଚାଲାଣ ର଼୍ୟାକେଟର ମୂଳ ଚେରକୁ ଖୋଜୁଛି ଏସ୍‌ଟିଏଫ୍‌। ଏହି ର଼୍ୟାକେଟ ପଛରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ଜାଣିବା ପାଇଁ ଏସ୍‌ଟିଏଫ୍‌ କିଙ୍ଗପିନ୍‌ ଅଞ୍ଜଳି ଦିଦି ଏବଂ ଇବ୍ରାହିମ୍‌ଙ୍କୁ ୨ଦିନିଆ ରିମାଣ୍ଡରେ ନେବ। ଏସ୍‌ଟିଏଫ୍‌ ପକ୍ଷରୁ ୫ଦିନ ପାଇଁ ସ୍ଥାନୀୟ ଏସ୍‌ଡିଜେଏମ୍‌ କୋର୍ଟରେ ରିମାଣ୍ଡ ଲାଗି ଆବେଦନ କରାଯାଇଥିବାବେଳେ ଗୁରୁବାର କୋର୍ଟ ଉଭୟଙ୍କୁ ୨ଦିନ ଲାଗି ଅନୁମତି ଦେଇଛନ୍ତି। ଶୁକ୍ରବାରଠାରୁ ଏସ୍‌ଟିଏଫ୍‌ ଉଭୟଙ୍କୁ ରିମାଣ୍ଡରେ ନେବ। ଏସ୍‌ଟିଏଫ୍‌ ଡିଆଇଜିଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍‌ ସେମାନଙ୍କୁ ପଚରାଉଚରା କରିବ।
ଅଞ୍ଜଳି ଦିଦି ଏବଂ ଇବ୍ରାହିମ୍‌ଙ୍କୁ ଜେରା ପରେ ଏହି ର଼୍ୟାକେଟରେ ଅନ୍ୟ କେଉଁମାନେ ଜଡ଼ିତ ଅଛନ୍ତି ତାହାର ପର୍ଦ୍ଦାଫାଶ୍‌ ହେବ। ଏପରିକି ବାଂଲାଦେଶରୁ ଭାୟା କୋଲକାତା ଦେଇ ଯୁବତୀଙ୍କୁ କିପରି ଭୁବନେଶ୍ୱରକୁ ଅଣାଯାଉଥିଲା ତାହାର ରୁଟ୍‌ ମ୍ୟାପ୍‌ ଜାଣିବା ପାଇଁ ଏସ୍‌ଟିଏଫ୍‌ ଉଭୟଙ୍କୁ ପଚରାଉଚରା କରିବ। ଅଞ୍ଜଳି ଦିଦି ଏବଂ ଶର୍ଟ ଷ୍ଟେ ହୋମ୍‌ରେ ରହିଥିବା ୬ ଯୁବତୀଙ୍କୁ ମୁହଁାମୁହିଁ ଜେରା କରାଯିବ। ଫଳରେ ସେମାନଙ୍କ କଥାବାର୍ତ୍ତାରେ ତାଳମେଳ ରହୁଛି କି ନାହିଁ ତାହା ଧରାପଡ଼ିଯିବ। ବାଂଲାଦେଶୀ ଯୁବତୀଙ୍କୁ କୋଲକାତାରୁ ଓଡ଼ିଶା ଆଣିବା ପରେ ତାଙ୍କର ଦେଖାରଖା କରୁଥିଲେ ଦଲାଲ ସମ୍ବିତ। ଉଦ୍ଧାର ୬ ଯୁବତୀଙ୍କ ବୟାନ ଅନୁସାରେ ଏସ୍‌ଟିଏଫ୍‌ ୪ ଦିନ ହେବ ସମ୍ବିତ ଓରଫ ଉମାକାନ୍ତ ଓରଫ ପୁଅଙ୍କୁ ଉଠାଇ ଆଣି ଏକ ଗୁପ୍ତ ସ୍ଥାନରେ ରଖି ପଚରାଉଚରା କରୁଛି। ତାଙ୍କ ଘର ଭୁବନେଶ୍ୱର ଉପକଣ୍ଠରେ। ବାଂଲାଦେଶୀ ଯୁବତୀ କୋଲକାତାରେ ପହଞ୍ଚିବା ପରେ ସେମାନଙ୍କୁ ସମ୍ବିତ ଭୁବନେଶ୍ୱର ଆଣୁଥିଲେ। ଏଠାରେ ହୋଟେଲ କିମ୍ବା ଭଡ଼ାଘରେ ରଖୁଥିଲେ। ସେମାନଙ୍କ ଖାଇବା ପିଇବା ବୁଝିବା ସହ ନକଲି ଆଧାରକାର୍ଡ ମଧ୍ୟ ପ୍ରସ୍ତୁତ କରୁଥିଲେ। ଏହାପରେ ଯୁବତୀମାନଙ୍କ ପାଇଁ ଲୋକାଲ ପର୍ଣ୍ଣ ସାଇଟ୍‌ ଏବଂ ଅନ୍‌ଲାଇନ ଜରିଆରେ ଗ୍ରାହକ ଖୋଜୁଥିଲେ। ଗ୍ରାହକ ଠିକ ହେବା ପରେ କାରରେ ସ୍ଥିରୀକୃତ ହୋଟେଲକୁ ଯୁବତୀଙ୍କୁ ନେଉଥିଲେ ଏବଂ ପୁଣି ରୁମ୍‌ରେ ଆଣି ଛାଡୁଥିଲେ। ଗ୍ରାହକଙ୍କଠାରୁ ଯାହା ଟଙ୍କା ମିଳୁଥିଲା ସେଥିରୁ ଯୁବତୀଙ୍କୁ ୩୦ ପ୍ରତିଶତ ଦେଉଥିବାବେଳେ ବାକି ଟଙ୍କା ଅଞ୍ଜଳି ଦିଦି ଏବଂ ଅନ୍ୟ ଦଲାଲମାନେ ନେଉଥିଲେ। ୫୦ରୁ ଊର୍ଦ୍ଧ୍ୱ ଯୁବତୀଙ୍କୁ ଭୁବନେଶ୍ୱର ଅଣାଯାଇଥିଲା ବୋଲି ଜଣାପଡ଼ିଛି। ଏସ୍‌ଟିଏଫ୍‌ ପକ୍ଷରୁ ଧରପଗଡ଼ ହେବା ପରେ ଅନ୍ୟ ଜଣେ ଦଲାଲ ସମ୍ପୃକ୍ତ ଯୁବତୀମାନଙ୍କୁ ପଡୋଶୀ ରାଜ୍ୟକୁ ପଠାଇ ଦେଇଥିବା କୁହାଯାଉଛି। ଏହି ଦଲାଲ ଜଣକ କିଏ ସେ ନେଇ ଏସ୍‌ଟିଏଫ୍‌ ଅନୁସନ୍ଧାନ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri