ବାଂଲାଦେଶୀ ଯୁବତୀଙ୍କୁ ଓଡ଼ିଶା ଚାଲାଣ ମାମଲା: କିଙ୍ଗ୍‌ପିନ୍‌ ଅଞ୍ଜଳି, ଇବ୍ରାହିମ୍‌ଙ୍କୁ ମିଳିଲା ରିମାଣ୍ଡ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ବାଂଲାଦେଶରୁ ଓଡ଼ିିଶାକୁ ଯୁବତୀ ଚାଲାଣ ର଼୍ୟାକେଟର ମୂଳ ଚେରକୁ ଖୋଜୁଛି ଏସ୍‌ଟିଏଫ୍‌। ଏହି ର଼୍ୟାକେଟ ପଛରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ଜାଣିବା ପାଇଁ ଏସ୍‌ଟିଏଫ୍‌ କିଙ୍ଗପିନ୍‌ ଅଞ୍ଜଳି ଦିଦି ଏବଂ ଇବ୍ରାହିମ୍‌ଙ୍କୁ ୨ଦିନିଆ ରିମାଣ୍ଡରେ ନେବ। ଏସ୍‌ଟିଏଫ୍‌ ପକ୍ଷରୁ ୫ଦିନ ପାଇଁ ସ୍ଥାନୀୟ ଏସ୍‌ଡିଜେଏମ୍‌ କୋର୍ଟରେ ରିମାଣ୍ଡ ଲାଗି ଆବେଦନ କରାଯାଇଥିବାବେଳେ ଗୁରୁବାର କୋର୍ଟ ଉଭୟଙ୍କୁ ୨ଦିନ ଲାଗି ଅନୁମତି ଦେଇଛନ୍ତି। ଶୁକ୍ରବାରଠାରୁ ଏସ୍‌ଟିଏଫ୍‌ ଉଭୟଙ୍କୁ ରିମାଣ୍ଡରେ ନେବ। ଏସ୍‌ଟିଏଫ୍‌ ଡିଆଇଜିଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍‌ ସେମାନଙ୍କୁ ପଚରାଉଚରା କରିବ।
ଅଞ୍ଜଳି ଦିଦି ଏବଂ ଇବ୍ରାହିମ୍‌ଙ୍କୁ ଜେରା ପରେ ଏହି ର଼୍ୟାକେଟରେ ଅନ୍ୟ କେଉଁମାନେ ଜଡ଼ିତ ଅଛନ୍ତି ତାହାର ପର୍ଦ୍ଦାଫାଶ୍‌ ହେବ। ଏପରିକି ବାଂଲାଦେଶରୁ ଭାୟା କୋଲକାତା ଦେଇ ଯୁବତୀଙ୍କୁ କିପରି ଭୁବନେଶ୍ୱରକୁ ଅଣାଯାଉଥିଲା ତାହାର ରୁଟ୍‌ ମ୍ୟାପ୍‌ ଜାଣିବା ପାଇଁ ଏସ୍‌ଟିଏଫ୍‌ ଉଭୟଙ୍କୁ ପଚରାଉଚରା କରିବ। ଅଞ୍ଜଳି ଦିଦି ଏବଂ ଶର୍ଟ ଷ୍ଟେ ହୋମ୍‌ରେ ରହିଥିବା ୬ ଯୁବତୀଙ୍କୁ ମୁହଁାମୁହିଁ ଜେରା କରାଯିବ। ଫଳରେ ସେମାନଙ୍କ କଥାବାର୍ତ୍ତାରେ ତାଳମେଳ ରହୁଛି କି ନାହିଁ ତାହା ଧରାପଡ଼ିଯିବ। ବାଂଲାଦେଶୀ ଯୁବତୀଙ୍କୁ କୋଲକାତାରୁ ଓଡ଼ିଶା ଆଣିବା ପରେ ତାଙ୍କର ଦେଖାରଖା କରୁଥିଲେ ଦଲାଲ ସମ୍ବିତ। ଉଦ୍ଧାର ୬ ଯୁବତୀଙ୍କ ବୟାନ ଅନୁସାରେ ଏସ୍‌ଟିଏଫ୍‌ ୪ ଦିନ ହେବ ସମ୍ବିତ ଓରଫ ଉମାକାନ୍ତ ଓରଫ ପୁଅଙ୍କୁ ଉଠାଇ ଆଣି ଏକ ଗୁପ୍ତ ସ୍ଥାନରେ ରଖି ପଚରାଉଚରା କରୁଛି। ତାଙ୍କ ଘର ଭୁବନେଶ୍ୱର ଉପକଣ୍ଠରେ। ବାଂଲାଦେଶୀ ଯୁବତୀ କୋଲକାତାରେ ପହଞ୍ଚିବା ପରେ ସେମାନଙ୍କୁ ସମ୍ବିତ ଭୁବନେଶ୍ୱର ଆଣୁଥିଲେ। ଏଠାରେ ହୋଟେଲ କିମ୍ବା ଭଡ଼ାଘରେ ରଖୁଥିଲେ। ସେମାନଙ୍କ ଖାଇବା ପିଇବା ବୁଝିବା ସହ ନକଲି ଆଧାରକାର୍ଡ ମଧ୍ୟ ପ୍ରସ୍ତୁତ କରୁଥିଲେ। ଏହାପରେ ଯୁବତୀମାନଙ୍କ ପାଇଁ ଲୋକାଲ ପର୍ଣ୍ଣ ସାଇଟ୍‌ ଏବଂ ଅନ୍‌ଲାଇନ ଜରିଆରେ ଗ୍ରାହକ ଖୋଜୁଥିଲେ। ଗ୍ରାହକ ଠିକ ହେବା ପରେ କାରରେ ସ୍ଥିରୀକୃତ ହୋଟେଲକୁ ଯୁବତୀଙ୍କୁ ନେଉଥିଲେ ଏବଂ ପୁଣି ରୁମ୍‌ରେ ଆଣି ଛାଡୁଥିଲେ। ଗ୍ରାହକଙ୍କଠାରୁ ଯାହା ଟଙ୍କା ମିଳୁଥିଲା ସେଥିରୁ ଯୁବତୀଙ୍କୁ ୩୦ ପ୍ରତିଶତ ଦେଉଥିବାବେଳେ ବାକି ଟଙ୍କା ଅଞ୍ଜଳି ଦିଦି ଏବଂ ଅନ୍ୟ ଦଲାଲମାନେ ନେଉଥିଲେ। ୫୦ରୁ ଊର୍ଦ୍ଧ୍ୱ ଯୁବତୀଙ୍କୁ ଭୁବନେଶ୍ୱର ଅଣାଯାଇଥିଲା ବୋଲି ଜଣାପଡ଼ିଛି। ଏସ୍‌ଟିଏଫ୍‌ ପକ୍ଷରୁ ଧରପଗଡ଼ ହେବା ପରେ ଅନ୍ୟ ଜଣେ ଦଲାଲ ସମ୍ପୃକ୍ତ ଯୁବତୀମାନଙ୍କୁ ପଡୋଶୀ ରାଜ୍ୟକୁ ପଠାଇ ଦେଇଥିବା କୁହାଯାଉଛି। ଏହି ଦଲାଲ ଜଣକ କିଏ ସେ ନେଇ ଏସ୍‌ଟିଏଫ୍‌ ଅନୁସନ୍ଧାନ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri