Categories: ଜାତୀୟ

ବାଂଲାଦେଶରେ ୩ କରୋନା ସଂକ୍ରମିତ ରୋଗୀ: ବାତିଲ ହେଲା ମୋଦିଙ୍କ ଗସ୍ତ

ନୂଆଦିଲ୍ଲୀ,୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସପ୍ତାହରେ ଢାକା ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ହେଲେ ସେଠାରେ ୩ କରୋନା ଭାଇରସ ସଂକ୍ରମିତ ଚିହ୍ନଟ ହେବା ପରେ ସୋମବାର ମୋଦିଙ୍କ ବାଂଲାଦେଶ ଗସ୍ତକୁ ବାତିଲ କରାଯାଇଥିବା ଜଣାପଡିଛି। ମାର୍ଚ୍ଚ ୧୭ରେ ବାଲାଂଦେଶରେ ଅନୁଷ୍ଠିତ ହେବାକୁ ଥିବା ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ଜନ୍ମଦିବସ ପାଳନକୁ ମଧ୍ୟ ସରକାର ବନ୍ଦ କରିଦେଇଛନ୍ତି। ମୋଦି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥାଆନ୍ତେ। ସୂଚନାଯୋଗ୍ୟ, ବାଂଲାଦେଶରେ ଚିହ୍ନଟ ହୋଇଥିବା ୩ କରୋନା ସଂକ୍ରମିତଙ୍କ ମଧ୍ୟରୁ ୨ଜଣ ନିକଟରେ ଇଟାଲିରୁ ଫେରିଥିବା ବେଳେ ଏମାନଙ୍କ ନିକଟରେ କୋଭିଡ-୧୯ ଥିବା ପ୍ରଥମେ ଜଣାପଡିଥିଲା।

Share