ବାଂଲାଦେଶରେ ଟ୍ରେନ୍‌ ଦୁର୍ଘଟଣା:୧୫ ମୃତ, ୫୦ରୁ ଊର୍ଦ୍ଧ୍ୱ ଆହତ

ଢାକା,୧୨।୧୧: ବାଂଲାଦେଶରେ ଏକ ବଡ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ବ୍ରହ୍ମାନବରିଆ ଜିଲାର ମଙ୍ଗଳବାର ଦୁଇଟି ଟ୍ରେନ୍‌ ମଧ୍ୟରେ ଧକ୍କା ହେବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ସିଲହଟରୁ ଚିଟାଗଙ୍ଗ ଯାଉଥିବା ଉଦ୍ୟାନ ଏକ୍ସପ୍ରେସ୍‌ ଢାକା ଯାଉଥିବା ତୁର୍ନା ନିଶିତା ଟ୍ରେସ ସହ ମନ୍ଦୋବାଗ ଷ୍ଟେଶନରେ ଧକ୍କା ହୋଇଥିଲା। ଏବେ ରେଳ ବିଭାଗ ଘଟଣାର ଯାଞ୍ଚ୍‌ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରେଳ ଷ୍ଟେନ ପ୍ରଭାରୀ ଶ୍ୟାମଲାଲ କାନ୍ତି ଦାସ କହିଛନ୍ତି, ଟେନ୍‌ ଧକ୍କା ପରେ ଘଟଣାସ୍ଥଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଡାକ୍ତରଖାନାରେ ଆଉ ତିନି ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ସଂଖ୍ୟା ବଢିବାର ମଧ୍ୟ ଆଶଙ୍କା କରାଯାଉଛି।

Share