ବାଂଲାଦେଶରୁ ୧୬୯ ଭାରତୀୟଙ୍କୁ ଏୟାର ଲିଫ୍ଟ୍‌ କରିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୧୯।୫: ବାଂଲାଦେଶରେ ଥିବା ୧୬୯ ଭାରତୀୟଙ୍କୁ ଏୟାର ଇଣ୍ଡିଆ ପକ୍ଷରୁ ବନ୍ଦେ ଭାରତ ମିଶନ ଅନ୍ତର୍ଗତ ଏୟାର ଲିଫ୍ଟ କରାଯିବ। ସେମାନେ ଢ଼ାକାରୁ ଆସି ଜମ୍ମୁ-କଶ୍ମୀରର ଶ୍ରୀନଗର ବିମାନ ବନ୍ଦରରେ ପହଞ୍ଚିବେ। ସେମାନଙ୍କ ମଧ୍ୟରେ ୧୧୯ ଜଣ ଛାତ୍ରୀ, ୪୮ ଜଣ ଛାତ୍ର ଏବଂ ୨ ଜଣ ବରିଷ୍ଠ ନାଗରିକ ରହିଛନ୍ତି। କରୋନା ମହାମାରୀ ସଙ୍କଟ ସମୟରେ ବାଂଲାଦେଶରେ ଅବସ୍ଥାପିତ ଭାରତୀୟ ହାଇକମିଶନରଙ୍କ ପକ୍ଷରୁ ସେମାନଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ବାଂଲାଦେଶରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ସେମାନେ ମଙ୍ଗଳବାର ଅପରାହ୍ନରେ ଶ୍ରୀନଗରରେ ପହଞ୍ଚିବେ ବୋଲି କୁହାଯାଉଛି।

Share