Categories: ଜାତୀୟ

ବାଂଲାଦେଶକୁ କଖାରୁ ଭିତରେ ମାଛ ଜାଆଁଳ ଚୋରା ଚାଲାଣ ରାକେଟ: ପର୍ଦ୍ଦାଫାଶ୍‌ କଲା ବିଏସ୍‌ଏଫ୍‌

କୋଲକାତା,୮।୬: ଭାରତରୁ ବାଂଲାଦେଶକୁ କଖାରୁ ଭିତରେ ମାଛ ଜାଆଁଳ ଚୋରା ଚାଲାଣ କାରବାରର ପର୍ଦ୍ଦାଫାଶ୍‌ ହୋଇଛି। ବିଏସ୍‌ଏଫ୍‌ ପକ୍ଷରୁ ଦକ୍ଷିଣ ପଶ୍ଚିମବଙ୍ଗ କରିଡୋରରେ ଚଢ଼ାଉ କରି ଏଥିରେ ସଫଳତା ପାଇଛନ୍ତି। ରାକେଟ ଦ୍ୱାରା ଇଛାମତୀ ନଦୀ ବାଟେ ଏଭଳି ଚୋରା ଚାଲାଣ କରାଯାଉଥିବା ବିଏସ୍‌ଏଫ୍‌ କହିଛି। ୨୪ ପ୍ରଗଣା ଜିଲାର ହାସନାବାଦ୍‌ ଅଞ୍ଚଳର ଗୋଲପଡ଼ାରେ ଏଭଳି ବେଆଇନ କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି। ମୃତ ପ୍ରାଣୀଙ୍କ ପେଟରେ ମାଛ ଜାଆଁଳ ଲୁଚାଇ ବାଂଲାଦେଶକୁ ଚାଲାଣ କରାଯାଉଥିବା ସମ୍ପର୍କରେ ବିଏସ୍‌ଏଫ୍‌ ପକ୍ଷରୁ କୁହାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦକ୍ଷିଣ ପଶ୍ଚିମବଙ୍ଗ ଫ୍ରଣ୍ଟିୟର ଡିଆଇଜି ସୁରଜିତ୍‌ ସିଂ ଗୁଲେରିଆ ସୂଚନା ଦେଇଛନ୍ତି।

Share