ବହୁ ଉପକାରୀ ଛେଳି କ୍ଷୀର, ଭଲ ହୋଇଥାଏ ଏସବୁ ରୋଗ

କ୍ଷୀର ସ୍ବାସ୍ଥ୍ୟ ପ୍ରତି ବହୁ ଉପକାରୀ। ଏଥିରେ କ୍ୟାଲସିୟମ, ପ୍ରୋଟିନ୍‌, ପଟାସିୟମ ଏବଂ ଭିଟାମିନ୍‌ ଡି ପ୍ରଚୁରମାତ୍ରାରେ ରହିଛି। ଅଧିକାଂଶ ଲୋକ ଗାଈ, ମଇଁଷି କ୍ଷୀର ପିଇଥାନ୍ତି। କିନ୍ତୁ ଛେଳି କ୍ଷୀର ବି ସ୍ବାସ୍ଥ୍ୟ ପାଇଁ ବହୁ ଉପକାରୀ। ଏହା ଇମିନୋ ସିଷ୍ଟମ ଏବଂ ମେଟାବେଲ୍‌ଜିୟମ ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଛେଳି କ୍ଷୀର ପିଇଲେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ। ଯଦି ଆପଣଙ୍କ ଶରୀରରେ ମେଟାବେଲ୍‌ଜିୟମ ଠିକ୍‌ ରହିଛି ତେବେ ଅଧିକରୁ ଅଧିକ ସକ୍ରିୟ ହୋଇ କାମ କରିବେ। ଛେଳି କ୍ଷୀରରେ ବିଭିନ୍ନ ପ୍ରକାର ପୋଷକତତ୍ତ୍ୱ ଭରପୂର ହୋଇରହିଛି। ଏହା ହାଡ଼ ଏବଂ ଦାନ୍ତକୁ ମଜଭୁତ କରିଥାଏ। ଛେଳି କ୍ଷୀରେ ଫ୍ୟାଟି ଏସିଡ୍‌ ରହିଛି। ଯାହା କୋଲେଷ୍ଟରଲକୁ ନିୟନ୍ତ୍ରଣ କରିଥାଏ। ପେଟରୋଗ ଭଲ ହୋଇଥାଏ। ସବୁଠୁ ବଡ଼ କଥା ହେଲା ଛେଳି କ୍ଷୀର ପିଇଲେ ଡେଙ୍ଗୁ ପରି ମାରାତ୍ମକ ରୋଗ ଭଲ ହୋଇଥାଏ। କାରଣ ଏଥିରେ ଥିବା ସେଲେନିୟମ ମହୌଷଧି ଭାବେ କାମ କରିଥାଏ।