Categories: ଫୁରସତ

ବହୁରୂପୀ କାହିଁକି, କେତେବେଳେ ଏବଂ କେମିତି ବଦଳାଇଥାଏ ରଙ୍ଗ

ବହୁରୂପୀ ଏଣ୍ଡୁଅ ରଙ୍ଗ ବଦଳାଉଥିବା ନିଶ୍ଚିତ ଦେଖିଥିବେ। କିନ୍ତୁ ମନକୁ କେବେ ପ୍ରଶ୍ନ ଆସିଛି କି, ଏହା କାହିଁକି ରଙ୍ଗ ବଦଳାଏ ଏବଂ କେଉଁ ସମୟରେ ବଦଳାଏ ବୋଲି। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ…

ବହୁରୂପୀ ରଙ୍ଗ ବଦଳାଇବା ପଛରେ ଉଭୟ ପ୍ରାକୃତିକ ଏବଂ ବୈଜ୍ଞାନିକ କାରଣ ରହିଛି।


କାହିଁକି ବଦଳାଏ ରଙ୍ଗ :
ପ୍ରାକୃତିକ କାରଣ ଯୋଗୁ ଏହା ରଙ୍ଗ ବଦଳାଇଥାଏ। ଭଗବାନ ବିଶ୍ୱରେ ପ୍ରତ୍ୟେକ ଜୀବକୁ ଖୁବ୍‌ ସୁନ୍ଦର ଭାବରେ ଗଢ଼ିଛନ୍ତି। ମଣିଷଠାରୁ ଆରମ୍ଭ କରି ଜୀବଜନ୍ତୁ ନିଜର ସୁରକ୍ଷା କେମିତି ନିଜେ କରିପାରିବେ ସେ ନେଇ ବୁଦ୍ଧି ବି ଦେଇଛନ୍ତି। ତେଣୁ ବହୁରୂପୀ ଶିକାରୀଠାରୁ ନିଜକୁ ବଞ୍ଚାଇବା ପାଇଁ ସବୁଜ ଗଛଲତା ମଧ୍ୟରେ ତା’ର ରୂପ ବଦଳାଇ ଦେଇଥାଏ।

ବୈଜ୍ଞାନିକ କାରଣ :
ଏକ ରିସର୍ଚ୍ଚରୁ ଜଣାପଡ଼ିଛି, ବହୁରୂପୀ ଭିନ୍ନ ଭିନ୍ନ ଭାବନା ଯେମିତି କି ଆକ୍ରମଣାତ୍ମକତା, ରାଗ, ଅନ୍ୟ ବହୁରୂପୀକୁ ନିଜର ଚିନ୍ତାଧାରା ଜଣାଇବା ପାଇଁ ରଙ୍ଗ ବଦଳାଇଥାଏ। ବିପଦ ସମୟରେ ମଧ୍ୟ ପରିସ୍ଥିତି ସହ ଖାପ ଖୁଆଇବା ପାଇଁ ବହୁରୂପୀ ରଙ୍ଗ ବଦଳାଇଥାଏ।

କେମିତି ବଦଳାଏ ରଙ୍ଗ :
ଜେନେଭା ୟୁନିଭରସିଟି ଜୀବ ବୈଜ୍ଞାନିକଙ୍କ ମତରେ ବହୁରୂପୀ ରଙ୍ଗ ବଦଳାଇବା ଏକ ଶାରୀରିକ ପ୍ରକ୍ରିୟା। ପରିବେଶକୁ ଦେଖି ରଙ୍ଗ ବଦଳାଏ। କାରଣ ଏହାର ତ୍ୱଚାରେ ଫଟୋନିକ୍‌ କ୍ରିଷ୍ଟାଲ ନାମକ ଏକ ସ୍ତର ରହିଛି। ଏହି ସ୍ତର ପରିବର୍ତ୍ତନ ପାଇଁ ରୂପ ବଦଳାଏ। ଏହା ଶାନ୍ତ ଥିଲେ ସବୁଜ ରଙ୍ଗକୁ ରୂପ ବଦଳାଇଥାଏ। ଯେତେବେଳେ ଉତ୍ସାହିତ ହୋଇପଡ଼େ ସେତେବେଳେ ଏହା ହଳଦିଆ ଏବଂ ଲାଲ ରଙ୍ଗକୁ ରୂପ ପରିବର୍ତ୍ତନ କରିଥାଏ।

Share