ବସ୍‌ ଧକ୍କାରେ ଅଟୋ ଚୂର୍‌ମାର: ୨ମୃତ

ବଲାଙ୍ଗୀର ଅଫିସ,୭।୧୦ :ବଲାଙ୍ଗୀର ସଦର ବ୍ଲକ ଦାଉପାଲି ଛକରେ ରବିବାର ଅପରାହ୍ନରେ ବସ୍‌ ଧକ୍କାରେ ଏକ ଅଟୋ ଚୁରମାର ହୋଇଯାଇଛି। ଅଟୋରେ ଥିବା ଡଙ୍ଗାଘାଟର ରଞ୍ଜିତ ସାହୁ (୩୬) ଓ ତୁଷୁରାବାହାଲର ତୁଳାରାମ ସାହୁ(୨୬)ଙ୍କ ମୃତ୍ୟୁ ଘଟିଛି। ଉଭୟେ ଏକ ଅଟୋ ରିକ୍ସାରେ ପାଟଣାଗଡ଼ ଯାଉଥିବାବେଳେ ସାମନା ପଟୁ ଆସୁଥିବା ଗଣପତି ବସ୍‌ (ନଂ.ଓଡି ୦୩ବି ୭୨୭୫) ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତୁଳାରାମଙ୍କ ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନା ଦେବା ବାଟରେ ରଞ୍ଜିତଙ୍କ ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ପରେ ଡ୍ରାଇଭର ବସ୍‌କୁ ନେଇ ବଲାଙ୍ଗୀର ସଦର ଥାନାରେ ଆମତ୍ସମର୍ପଣ କରିଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବଲାଙ୍ଗୀର ତହସିଲଦାର ଲଲାତ କୁମାର ଲୁହା ରାସ୍ତାରେକୋ ହଟାଇବା ପାଇଁ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ରେଡକ୍ରସରୁ ମୃତକଙ୍କ ପରିବାରଙ୍କୁ ନଗଦ ୨୦ ହଜାର ଟଙ୍କା ପ୍ରଦାନର ପ୍ରତିଶ୍ରୁତି ଦେଇଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।