Categories: ଜାତୀୟ

ବସ୍‌, ଟ୍ରକ୍‌ ଡ୍ରାଇଭରଙ୍କ ସର୍ବନିମ୍ନ ଯୋଗ୍ୟତା ଅଷ୍ଟମ ପାସ୍‌ ନିୟମ ଉଠିବ!

ନୂଆଦିଲ୍ଲୀ, ୧୩।୬: ବସ୍‌, ଟ୍ରକ୍‌ ଡ୍ରାଇଭରଙ୍କ ପାଇଁ ଥିବା ସର୍ବନିମ୍ନ ଯୋଗ୍ୟତା ଅଷ୍ଟମ ପାସ୍‌ ନିୟମ ଉଠାଯିବ। ଏସମ୍ପର୍କରେ ବିଚାର ଚାଲିଛି ବୋଲି ଟ୍ରାନ୍ସପୋର୍ଟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଆଇନ ମନ୍ତ୍ରଣାଳୟ କିନ୍ତୁ ଏହାକୁ ଖାରଜ କରିଦେଇଥିଲା। ସୂଚନା ମୁତାବକ, ୨୦୧୬ରେ ଭାରତରେ ୪.୮ଲକ୍ଷ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ୩.୩୫ଲକ୍ଷ ଡ୍ରାଇଭର୍‌ ସାମିଲ ଥିଲେ। ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମରୁ ଅଧିକ ଥିଲା। ଅଶିିକ୍ଷିତ ଲୋକଙ୍କ ଯୋଗୁ ସଡ଼କ ଦୁର୍ଘଟଣା ହେଉଥିବା ଆମ ପାଖରେ କୌଣସି ସୂଚନା ନାହିଁ ବୋଲି ଟ୍ରାନ୍ସପୋର୍ଟ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି। ଡ୍ରାଇଭର ଚାକିରି ପାଇଁ ଶିକ୍ଷାଗତ ଯୋଗ୍ୟତା ମାପଦଣ୍ଡ ଏକ ବାଧା ବୋଲି ସେ କହିଛନ୍ତି। ମୋଟର ଭେଇକିଲ୍‌ ଆଇନ ଜରିଆରେ ଏହାକୁ ପରିବର୍ତ୍ତନ କରାଯିବା ନେଇ ବିଚାର ଚାଲିଥିବା ସେ କହିଛନ୍ତି।

Share