ବସ୍‌ରୁ ଓହ୍ଲାଇବା ବେଳେ ଯାତ୍ରୀଙ୍କ ମୃତ୍ୟୁ

ରାଇରଙ୍ଗପୁର,୫ା୮(ଡି.ଏନ୍‌.ଏ.): ରାଇରଙ୍ଗପୁର ଟାଉନ ଥାନା ବଡ଼ବଜାର ନିକଟସ୍ଥ ବସଷ୍ଟାଣ୍ଡରେ ସକାଳ ୫ଟା ବେଳେ ରାଉରକେଲାରୁ ବାରିପଦା ଯାଉଥିବା ଏକ ଘରୋଇ ବସ୍‌ରୁ ଓହ୍ଲାଇଥିବା ଜଣେ ଯାତ୍ରୀ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଚିକିତ୍ସା ପାଇଁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯାତ୍ରୀ ହେଲେ ବାଦାମପାହାଡ଼ ଥାନା ଅନ୍ତର୍ଗତ ଡୋଭା ଗ୍ରାମର ନାରଦ ପାତ୍ର(୬୦)। ନାରଦ ତାଙ୍କ ଶ୍ୱଶୁର ଘର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଯୋଡ଼ାପୋଖରୀ ଗ୍ରାମରେ ରହୁଥିଲେ। ଖବରପାଇ ପୋଲିସ ନାରଦଙ୍କ ମୃତଦେହ ଜବତ କରି ରାଇରଙ୍ଗପୁର ହସ୍ପିଟାଲରେ ବ୍ୟବଚ୍ଛେଦ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ଏଥିନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୧୦/୧୯) ରୁଜୁ ହୋଇଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ।