ବଲିଉଡ୍‌ ଏଣ୍ଟ୍ରି ପାଇଁ ନିଜ ନାଁ ବଦଳାଇ ଦେଇଥିଲେ ମିନାକ୍ଷୀ

ମୁମ୍ବାଇ: ବଲିଉଡ୍‌ ଦାମିନୀ ମିନାକ୍ଷୀ ଶେଷାଦ୍ରୀ ଆଜିବି ଦର୍ଶକଙ୍କ ମନରେ ବସାବାନ୍ଧି ରହିଛନ୍ତି। ଏହି ଅଭିନେତ୍ରୀ ୯୦ ଦଶକରେ ବଲିଉଡ୍‌ ଦୁନିଆରେ ଜଣେ ଆଗଧାଡିର ନାୟିକା ଭାବେ ବେଶ୍‌ ନାଁ କମାଇଥିଲେ। ଶନିବାର ୫୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ମିନାକ୍ଷୀ। ୧୬ ନଭେମ୍ବର ୧୯୬୩ରେ ଝାଡ଼ଖଣ୍ଡର ସିନ୍ଦରୀରେ ଜନ୍ମ ନେଇଥିଲେ ଏହି ବଲିଉଡ୍‌ ବିୟୁଟି। ମାତ୍ର ୧୭ ବର୍ଷ ବୟସରେ ସେ ମିସ୍‌ ଇଣ୍ଡିଆ ହେବାର ଗୌରବ ଅର୍ଜନ କରିଥିଲେ। ମିନାକ୍ଷୀଙ୍କ ପ୍ରକୃତ ନାଁ ଥିଲା ଶଶିକଳା ଶେଷାଦ୍ରୀ। ତେବେ ସେ ଯେତେବେଳେ ମିସ୍‌ ଇଣ୍ଡିଆ ଟାଇଟଲ ପାଇଥିଲେ ଖବରକାଗଜରେ ତାଙ୍କର ଫଟୋ ଦେଖି ମନୋଜ କୁମାର ତାଙ୍କୁ ଫିଲ୍ମରେ ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏତିକିବେଳେ ତାଙ୍କୁ ଫିଲ୍ମ ‘ପେଣ୍ଟର ବାବୁ’ ପାଇଁ ସାଇନ୍‌ କରାଗଲା। କିନ୍ତୁ ଇଣ୍ଡଷ୍ଟ୍ରିରେ ଶଶିକଳା ନାଁରେ ଅନ୍ୟ ଜଣେ ଅଭିନେତ୍ରୀ ଥିବାରୁ ମିନାକ୍ଷୀଙ୍କ ନାଁ ଶଶିକଳାକୁ ପରିବର୍ତ୍ତନ କରିବାକୁ ସମସ୍ତେ ଇଚ୍ଛା ପ୍ରକାଶ କଲେ। ଆଉ ଶଶିକଳାରୁ ତାଙ୍କ ନାଁ ପରିବର୍ତ୍ତନ ହୋଇ ମିନାକ୍ଷୀ ରଖାଗଲା। ତେବେ ‘ପେଣ୍ଟର ବାବୁ’ ବକ୍ସ ଅଫିସରେ ଫ୍ଲପ ହେବାରୁ ମିନାକ୍ଷୀ ବଲିଉଡ୍‌ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଏତିକି ବେଳେ ସୁଭାଷ ଘାଇଙ୍କ ଫିଲ୍ମ ‘ହିରୋ’ ପାଇଁ ତାଙ୍କୁ ମିଳିଲା ଅଫର୍‌। ଆଉ ଏହା ବ୍ଲକବଷ୍ଟର ଫିଲ୍ମ ଭାବେ ସାଉଁଟିଲା ସଫଳତା। ସେତେବେଳେ ‘ହିରୋ’ ପ୍ରାୟ ୧୩ କୋଟି ବ୍ୟବସାୟ କରିଥିଲା ବୋଲି କୁହାଯାଏ। କାରଣ ସେ ସମୟରେ କେବଳ ଅମିତାଭ ବଚ୍ଚନଙ୍କ ଫିଲ୍ମ ହିଁ ଏବେ ପରିମାଣର ବ୍ୟବସାୟ କରୁଥିଲା। ଏହାପରେ ସେ ଆଉ ପଛକୁ ନ ଫେରି ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ ଚାଲିଲେ। ହେଲେ ବିବାହ ପରେ ସେ ଧିରେଧିରେ ବଲିଉଡ୍‌ରୁ ଦୂରେଇ ଯାଇଥିଲେ। କାରଣ ବିବାହ କରିବା ପରେ ସେ ଭାରତ ଛାଡି ବିଦେଶରେ ରହିବାକୁ ଲାଗିଲେ। ହେଲେ ତାଙ୍କର ଅଭିନୟ ଏବେବି ଦର୍ଶକଙ୍କ ମନରେ ଅପାସୋରା ହୋଇରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri