ବଲିଉଡ୍‌ର ସାବତ ଭଉଣୀ-ଭାଇ

ମୁମ୍ବାଇ: ସାରା ଭାରତରେ ଗୁରୁବାର ପାଳନ କରାଯାଉଛି ରାଖୀ ପୂର୍ଣ୍ଣିମା ଉତ୍ସବ। ଏହି ଅବସରରେ ଭଉଣୀ ଭାଇ ହାତରେ ସୁରକ୍ଷାର ଡୋର ବାନ୍ଧୁଥିବା ବେଳେ ଭାଇ ଜୀବନ ଥିବା ପର୍ଯ୍ୟନ୍ତ ଭଉଣୀକୁ ସୁରକ୍ଷା ଦେବାପାଇଁ କଥା ଦେଇଥାଆନ୍ତି। ଏହି ପର୍ବକୁ ବଲିଉଡ୍‌ରେ ମଧ୍ୟ ଖୁବ୍‌ ଧୁମଧାମରେ ପାଳନ କରାଯାଇଥାଏ। ତେବେ ବଲିଉଡ୍‌ରେ ଏମିତି କେତେଜଣ ଭଉଣୀ ଭାଇ ଅଛନ୍ତି ଯେଉଁମାନେ ସାବତ। ହେଲେ ଏମାନଙ୍କ ମଧ୍ୟରୁ ଅନେକଙ୍କ ସମ୍ପର୍କ ଖୁବ୍‌ ନିବିଡ।

ସାରା ଅଲ୍ଲି ଖାଁ ହେଉଛନ୍ତି ଶୈଫ ଅଲ୍ଲି ଖାଁଙ୍କ ପ୍ରଥମ ସ୍ତ୍ରୀ ଅମ୍ରିତା ସିଂଙ୍କ ଝିଅ। ଆଉ ତୈମୁର ହେଉଛନ୍ତି ଶୈଫଙ୍କ ଦ୍ୱିତୀୟ ସ୍ତ୍ରୀ କରିନା କପୁରଙ୍କ ପୁଅ। ହେଲେ ଏହି ସାବତ ଭଉଣୀ-ଭାଇଙ୍କ ମଧ୍ୟରେ ସମ୍ପର୍କ ଖୁବ୍‌ ନିବିଡ। କାରଣ ଗତବର୍ଷ ସାରା ଓ ତୈମୁରଙ୍କ ରାଖୀ ବାନ୍ଧିବାର ଫଟୋ ଯେତିକି ସୁନ୍ଦର ହୋଇଥିଲା ତାହା ସେହି ପରିମାଣରେ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା।

ଅର୍ଜୁନ କପୁର ହେଉଛି ବୋନି କପୁରଙ୍କ ପ୍ରଥମ ସ୍ତ୍ରୀ ମୋନାଙ୍କ ପୁଅ। ହେଲେ ଜାହ୍ନବୀ ଓ ଖୁସି ହେଉଛନ୍ତି ବୋନିଙ୍କ ଦ୍ୱିତୀୟ ସ୍ତ୍ରୀ ତଥା ବଲିଉଡ୍‌ ନାୟିକା ଶ୍ରୀଦେବୀଙ୍କ ଝିଅ। ପୂର୍ବରୁ ଏମାନଙ୍କର ସମ୍ପର୍କ ଏତେଟା ଭଲ ନ ଥିବା ବେଳେ ଶ୍ରୀଦେବୀଙ୍କ ମୃତ୍ୟୁ ପରେ ଅର୍ଜୁନ, ଖୁସି ଓ ଜାହ୍ନବୀଙ୍କର ଖୁବ୍‌ ଯତ୍ନ ନେଉଛନ୍ତି।

ସେମିତି ସନ୍ନି ଦେଓଲ ଓ ବବି ଦେଓଲ ଧର୍ମେନ୍ଦ୍ରଙ୍କ ପ୍ରଥମ ସ୍ତ୍ରୀ ପ୍ରକାଶ କୌରଙ୍କ ସନ୍ତାନ ହୋଇଥିବା ବେଳେ ଇସା ଓ ଆହାନା ଧର୍ମେନ୍ଦ୍ରଙ୍କ ଦ୍ୱିତୀୟ ସ୍ତ୍ରୀ ହେମା ମାଳିନିଙ୍କ ଝିଅ। ଏମାନେ ସାବତ ମା’ଙ୍କ ଝିଅ ହୋଇଥିଲେ ମଧ୍ୟ ସନ୍ନି ଓ ବବି ଏମାନଙ୍କୁ ନିଜ ଭଉଣୀ ଭଳି ସ୍ନେହ ଦିଅନ୍ତି ବୋଲି କୁହାଯାଏ।

ସେମିତି ବଲିଉଡ୍‌ ନାୟକ ରାଜ ବବ୍ବରଙ୍କ ପ୍ରଥମ ସ୍ତ୍ରୀ ନଦିରାଙ୍କ ସନ୍ତାନ ହେଉଛନ୍ତି ଜୁହି ଓ ଆର୍ଯ୍ୟନ ହେଲେ ରାଜ ବବ୍ବରଙ୍କ ଦ୍ୱିତୀୟ ସ୍ତ୍ରୀ ସ୍ବିତା ପାଟିଲଙ୍କ ସନ୍ତାନ ହେଉଛନ୍ତି ପ୍ରତିକ ବାବ୍ବର। ଯଦିଓ ଏହି ସାବତ ସନ୍ତାନମାନଙ୍କ ମଧ୍ୟରେ ସମ୍ପର୍କ ଏତେଟା ଭଳ ନ ଥିଲା ଏବେ କିନ୍ତୁ ଏମାନଙ୍କ ସମ୍ପର୍କ ଭଲ ଥିବା କୁହାଯାଉଛି।

ତ୍ରିଶାଳା ଅଭିନେତା ସଞ୍ଜୟ ଦତ୍ତଙ୍କ ପ୍ରଥମ ସ୍ତ୍ରୀ ରୁଚା ଶର୍ମାଙ୍କ ସନ୍ତାନ ହୋଇଥିବା ବେଳେ ସଞ୍ଜୟଙ୍କ ଦ୍ୱିତୀୟ ସ୍ତ୍ରୀ ମାନ୍ୟତାଙ୍କର ସନ୍ତାନ ହେଉଛନ୍ତି ସାହାରାନ ଓ ଇକରା। ହେଲେ ଏମାନଙ୍କ ମଧ୍ୟରେ ସମ୍ପର୍କ ଏତେଟା ଭଲ ନୁହେଁ ବୋଲି ଶୁଣିବାକୁ ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

‘ଏହା କେବଳ ଟ୍ରେଲର ମାତ୍ର… ପିକ୍ଚର ଏବେବି ବାକି ଅଛି’, AAPକୁ ନେଇ ନୂଆ ଭିଡ଼ିଓ ଜାରି କଲେ ରାଘବ ଚଢା

ନୂଆଦିଲ୍ଲୀ,୫।୪: ରାଜ୍ୟ ସଭାରେ ଉପନେତା ପଦରୁ ତାଙ୍କୁ ହଟାଇବା ପରେ, ଆମ ଆଦମୀ ପାର୍ଟି (ଆପ) ନେତା ଏବଂ ରାଘବ ଚଢାଙ୍କ ମଧ୍ୟରେ ବାକ ଯୁଦ୍ଧ ତୀବ୍ର…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

‘ପାଗଳ ଟ୍ରମ୍ପଙ୍କ ଆକ୍ରମଣ ବନ୍ଦ କର’: କାହାକୁ ଏମିତି କହିଲେ ପୂର୍ବତନ UN ପରମାଣୁ ନୀରିକ୍ଷଣ ମୁଖ୍ୟ

ଓ୍ବାଶିଂଟନ,୫।୪: ଜାତିସଂଘର ପରମାଣୁ ପ୍ରତ୍ୟକ୍ଷ ସଂସ୍ଥାର ପୂର୍ବତନ ମୁଖ୍ୟ ଶନିବାର ଉପସାଗରୀୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟପ୍ରାଚ୍ୟକୁ ଅଗ୍ନିଗୋଲାରେ ପରିଣତ କରିବାରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ରୋକିବା ପାଇଁ ଅନୁରୋଧ କରିଛନ୍ତି।…

ବୁଶେହର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ପରେ ଇରାନର ବଡ଼ ଚେତାବନୀ, କହିଲା ଧ୍ୱଂସ ହୋଇଯିବ ଉପସାଗରୀୟ ରାଷ୍ଟ୍ର

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ଉଭୟ ପକ୍ଷରୁ ପରସ୍ପରର ସ୍ଥିତି ଉପରେ ନିରନ୍ତର ଆକ୍ରମଣ ଜାରି ରହିଛି।…

ଧରିତ୍ରୀର ବଡ଼ ପ୍ରଭାବ: ୭୭ ବର୍ଷର ଅନ୍ଧାର ଚିରି ପହଞ୍ଚିଲା ପ୍ରଶାସନ, ବିକାଶ ଆଶାରେ କେନ୍ଦୁଗୁଡ଼ା-କନ୍ଦାଗୁଡ଼ା

ଥୁଆମୁଳ ରାମପୁର,୫।୪(ଦୁର୍ଗା କୀର୍ତ୍ତି): ସାମ୍ବାଦିକତା ଯେତେବେଳେ ସମାଜର ଅନ୍ତିମ ପାହାଚରେ ଥିବା ମଣିଷର ସ୍ୱର ସାଜେ, ସେତେବେଳେ ପ୍ରଶାସନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ। ଏହାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri