ବଲିଉଡ୍ର ଅଭିନେତ୍ରୀମାନଙ୍କ ପ୍ରକୃତ ନାମ ଜାଣିଛନ୍ତି। ମାତ୍ର ସେମାନଙ୍କର ପରଦା ପଛର ବି ବେଶ୍ କୌତୁକିଆ ନାଁ ରହିଛି। ଜାଣନ୍ତୁ କେଉଁ ଅଭିନେତ୍ରୀଙ୍କୁ ତାଙ୍କ ଘରେ କେଉଁ ନାମରେ ଡାକନ୍ତି…
ଐଶ୍ୱର୍ଯ୍ୟା ରାୟ :

ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କ ଏକ ସୁନ୍ଦର ଡାକ ନାମ ରହିଛି। ଘରେ ତାଙ୍କୁ ଗୁଲୁ ବୋଲି ସମସ୍ତେ ଡାକନ୍ତି
ସୁସ୍ମିତା ସେନ୍:

ବିଶ୍ୱସୁନ୍ଦରୀ ସୁସ୍ମିତାଙ୍କୁ ଘରେ ଟିଟୁ ବୋଲି ଡାକିଥାନ୍ତି।
ମାଧୁରୀ ଦୀକ୍ଷିତ୍:

ଧକ୍ଧକ୍ ଗାର୍ଲ ମାଧୁରୀ ଆଜିର ସମୟରେ ବି ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି। ତାଙ୍କର ଏକ ସୁନ୍ଦର ନାଁ ରହିଛି। ଘରେ ତାଙ୍କୁ ବବ୍ଲି ଡାକନ୍ତି।
କରୀନା କପୁର:

କରୀନାଙ୍କୁ ଘରେ ବେବୋ ଡାକୁଥିବାବେଳେ କରିସ୍ମାଙ୍କୁ ଲୋଲୋ ଡାକିଥାନ୍ତି।
ଆଲିଆ ଭଟ୍ଟ:

ବଲିଉଡ୍ ସୁନ୍ଦରୀ ତଥା ଚୁଲ୍ବୁଲି ନାୟିକା ଆଲିଆଙ୍କୁ ସମସ୍ତେ ଆଲୁ ଡାକିଥାନ୍ତି।
ପ୍ରିୟଙ୍କା ଚୋପ୍ରା:

ଦେଶୀ ଗାର୍ଲ ପ୍ରିୟଙ୍କାଙ୍କୁ ଶ୍ରଦ୍ଧାରେ ଘର ଲୋକ ମିମି ଡାକିଥାନ୍ତି।


