ବଲିଉଡ୍‌ରେ ଦେଶଭକ୍ତିର ସଂଳାପ, ଆଜି ବି ଲୋମ ଟାଙ୍କୁରାଇ ଦିଏ

ବଲିଉଡ୍‌ରେ ଏମିତି କିଛି ଦେଶପ୍ରେମ ତଥା ଦେଶଭକ୍ତି ଫିଲ୍ମ ରହିଛି, ଯାହା ଦର୍ଶକଙ୍କୁ ଆଜି ପର୍ଯ୍ୟନ୍ତ ବାନ୍ଧି ରଖିଛି। କେବଳ ଯେ ଫିଲ୍ମ ତାହା ନୁହେଁ, ଗୋଟିଏ ଗୋଟିଏ ଫିଲ୍ମର କିଛି ଦେଶଭକ୍ତି ସଂଳାପ ଶୁଣିଲେ ଆଜି ବି ଲୋମ ଟାଙ୍କୁରି ଉଠେ। ଆସନ୍ତୁ ଏଭଳି ସଂଳାପ ଉପରେ ନଜର ପକାଇବା…

ଫିଲ୍ମ ‘ଶୌର୍ଯ୍ୟ’ରେ କେ.କେ ମେନନ

”ବଡର୍‌ ପର ମର୍‌ନେ ସେ ଜ୍ୟାଦା ନଶା କୋଇ ନେହିଁ ହୈ“

– ସୀମାରେ ମରିବା ଠାରୁ ବଡ଼ ନିଶା ଆଉ କିଛି ନାହିଁ।

‘ଚକ୍‌ ଦେ ଇଣ୍ଡିଆ’ରେ ଶାହାରୁଖ୍‌ ଖାନ୍‌

”ମୁଝେ ଷ୍ଟାଟସ୍‌ କେ ନାମ୍‌ ନା ସୁନାଇ ଦେତେ ହୈ ନା ଦିଖାଇ ଦେତେ ହୈ। ସିର୍ଫ ଏକ ମୁଲକ କା ନାମ୍‌ ସୁନାଇ ଦେତା ହୈ – ଇଣ୍ଡିଆ।“

– ମୋତେ ଆଭିଜାତ୍ୟର ନାଁ ଶୁଭେନି କି ଦେଖାଯାଏନି। କେବଳ ଗୋଟିଏ ଦେଶର ନା ଶୁଭେ- ‘ଭାରତ’।

‘ଗଦର’ ଫିଲ୍ମରେ ସନି ଦେଓଲ

”ଅଶରଫ୍‌ ଅଲ୍ଲୀ! ଆପକା ପାକିସ୍ତାନ ଜିନ୍ଦାବାଦ୍‌ ହୈ, ଇସ୍‌ସେ ହମେ କୋଇ ଏତ୍‌ରାଜ୍‌ ନେହିଁ ଲେକିନ୍‌ ହିନ୍ଦୁସ୍ତାନ ଜିନ୍ଦାବାଦ୍‌ ହୈ। ଜିନ୍ଦାବାଦ୍‌ ଥା ଔର ଜିନ୍ଦାବାଦ୍‌ ରହେଗା।“

– ଅଶରଫ୍‌ ଅଲ୍ଲୀ! ଆପଣଙ୍କ ପାକିସ୍ତାନ ଜିନ୍ଦାବାଦ୍‌। ଏଥିରେ ଆମକୁ କୌଣସି ଆପତ୍ତି ନାହିଁ। କିନ୍ତୁ ହିନ୍ଦୁସ୍ତାନ ଜିନ୍ଦାବାଦ୍‌ ଅଛି। ଜିନ୍ଦାବାଦ୍‌ ଥିଲା ଏବଂ ରହିବ।

‘ନମସ୍ତେ ଲଣ୍ଡନ’ରେ ଅକ୍ଷୟ କୁମାର

”ଐସି ସଭ୍ୟତା ଜିସ୍‌ମେ କ୍ୟାଥ୍‌ଲିକ୍‌ ଔରତ୍‌ ପ୍ରଧାନମନ୍ତ୍ରୀ କୀ କୁର୍ସୀ ଏକ ଶିଖ୍‌ କେ ଲିୟେ ଛୋଡ୍‌ ଦେତୀ ହୈ ଔର ଏକ ଶିଖ୍‌ ପ୍ରଧାନମନ୍ତ୍ରୀ କୀ ଶପଥ ଏକ ମୁସ୍‌ଲିମ୍‌ ରାଷ୍ଟ୍ରପତି ସେ ଲେତା ହୈ। ଉସ୍‌ ଦେଶ କୋ ବାଗ୍‌ଡୋର୍‌ ସମ୍ଭାଲ୍‌ନେ କେ ଲିୟେ ଜିସ୍‌ ମେ ୮୦ ପ୍ରତିଶତ ଲୋଗ୍‌ ହିନ୍ଦୁ ହୈ।

– ୮୦ ପ୍ରତିଶତ ହିନ୍ଦୁ ଥିବା ଏମିତି ଏକ ଦେଶ, ଯେଉଁଠି ଦେଶର ଶାସନ ଭାର ସମ୍ଭାଳିବା ପାଇଁ ଜଣେ ଖ୍ରୀଷ୍ଟିଆନ୍‌ ମହିଳା ପ୍ରଧାନମନ୍ତ୍ରୀ ପଦକୁ ଜଣେ ଶିଖ୍‌ଙ୍କ ପାଇଁ ଛାଡ଼ି ଦେଇଥାନ୍ତି ଏବଂ ଜଣେ ଶିଖ୍‌ ପ୍ରଧାନମନ୍ତ୍ରୀ ଜଣେ ମୁସ୍‌ଲିମ୍‌ ରାଷ୍ଟ୍ରପତିଙ୍କଠାରୁ ଶପଥ ନେଇଥାନ୍ତି।

‘ଲକ୍ଷ୍ୟ’ରେ ହ୍ରିତିକ୍‌ ରୋଶନ

”ୟେ ଇଣ୍ଡିଆନ୍‌ ଆର୍ମି ହୈ। ହମ୍‌ ଦୁଶ୍‌୍‌ମନୀ ମେ ଭି ଏକ୍‌ ଶରାଫତ୍‌ ରଖ୍‌ତେ ହୈ।“

– ଏହା ଭାରତୀୟ ଆର୍ମି। ଆମେ ଶତ୍ରୁତାରେ ବି ଭଦ୍ରାମୀ ରକ୍ଷା କରିଥାଉ।

ସେହିପରି ‘ବର୍ଡର’ରେ ସୁନୀଲ ସେଟ୍ଟୀ ଏବଂ ‘ଦ ଲିଜେଣ୍ଡ୍‌ ଅଫ୍‌ ଭଗତ ସିଂହ’ରେ ଅଜୟ ଦେବଗନ୍‌ଙ୍କ ସଂଳାପରେ ଭରି ରହିଛି ଦେଶଭକ୍ତି।

Share