ବଲାଙ୍ଗୀର ଜିଲାରେ ବ୍ୟାପୁଛି ଚକଡା

ବଲାଙ୍ଗୀର ଅଫିସ, ୨୭ା୯-ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନରେ ଚକଡା ଉପଦ୍ରବ ବା ଗୁଣ୍ଡିପୋକ (ବିପିଏଚ୍‌) ରୋଗ ଆରମ୍ଭ ହୋଇଛି ା ମାତ୍ର କିଛିଦିନ ମଧ୍ୟରେ ଅତ୍ୟନ୍ତ ଭୟାନକ ଭାବେ ଗୁଣ୍ଡିପୋକ ବହୁ ଏକର ଧାନ ଫସଲକୁ ସଂକ୍ରମଣ କରିଥିତ୍ବା ଜଣାପଡିଛି ା ଜିଲାର ଲୋଇସିଂହା, ବଲାଙ୍ଗୀର, ଆଗଲପୁର ଓ ପାଟଣାଗଡ଼ ବ୍ଲକ୍‌ ଅଞ୍ଚଳରେ ଗୁଣ୍ଡିପୋକ ଏବେ ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ା ଏପରି ପରିସ୍ଥିତିରେ ଜିଲାରେ ସରକାରୀ ସବ୍‌ସିଡି କୀଟନାଶକ ମିଳୁ ନ ଥିବାରୁ ଚାଷୀମାନେ ଘୋର ଚିନ୍ତାରେ ପଡିଛନ୍ତି ା ଫଳରେ କ୍ଷ୍‌ିପ୍ରଗତିରେ ଚକଡା ବ୍ୟାପିବାରେ ଲାଗିିଛି। କେତେକ ଚାଷୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଧାଉଁଥିଲେ ମଧ୍ୟ କୀଟନାଶକ ନ ଥିତ୍ବାରୁ ନିରାଶ ହୋଇ ଫେରୁଛନ୍ତି ା ଜିଲାରେ ଚକଡା ବ୍ୟାପିବା ଖବର ମିଳିବା ଓ ସରକାରୀ ସବ୍‌ସିଡିରେ କୀଟନାଶକ ଯୋଗାଣ ହେଉ ନ ଥିବା ଜଣାପଡିବା ପରେ ଘରୋଇ କୀଟନାଶକ ବିକ୍ରେତାମାନେ ଚଢ଼ା ଦରରେ ତାହା ବିକ୍ରି କରୁଥିତ୍ବା ଅଭିଯୋଗ ହୋଇଛି ା ଏଭଳି ସ୍ଥିତିରେ ଚାଷୀମାନେ ଚିନ୍ତାରେ ପଡିଛନ୍ତି ା
ବଲାଙ୍ଗୀର ଜିଲା ଲୋୟର ସୁକ୍‌ତେଲ ବୁଡିଅଞ୍ଚଳରେ ସବୁଠୁ ବେଶୀ ଚକଡା ଉପଦ୍ରବ ଆରମ୍ଭ ହୋଇଛି ା ଖୁଣ୍ଟପାଲି ଗଁାର ଯୁବଚାଷୀ ଉମାକାନ୍ତ ଖୁଆସ ଏନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ା ତାଙ୍କର ଦୁଇ ଏକର ଧାନଜମିରେ ଚକଡା ବ୍ୟାପିଛି ା ଏହା ସହିତ ସେହି ଗଁାରେ ଅନ୍ୟ ଚାଷୀଙ୍କ ଏକର ଏକର ଧାନ ଫସଲରେ ମଧ୍ୟ ଚକଡା ଉପଦ୍ରବ ଦେଖାଦେଇଛି ା ଏ ନେଇ ବାରମ୍ବାର କୃଷି ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଚାଷୀକୁ ଠିକଣା ସମୟରେ କୀଟନାଶକ ସେ ଦେବାରେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ା ଜିଲାରେ କିଭଳି ଭାବେ ସବ୍‌ସିଡି କୀଟନାଶକ ଉପଲବ୍ଧ ନାହିଁ ସେନେଇ ଚିନ୍ତା ପ୍ରକଟ କରିଛନ୍ତି ା ଏ ନେଇ ଜିଲା କୃଷି ଉପନିର୍ଦ୍ଦେଶକ ଶ୍ରୀଧର ଦାସଙ୍କୁ ପଚାରିବାରୁ ଜିଲାର କେତେକ ଅଞ୍ଚଳରେ ଚକଡା ଆରମ୍ଭ ହୋଇଥିତ୍ବା ସୂଚନା ମିଳିଛି ା ଜିଲାରେ ଦିନେ ଦୁଇଦିନ ମଧ୍ୟରେ ସବ୍‌ସିଡି କୀଟନାଶକ ଉପଲବ୍ଧ ହୋଇଯିବ ବୋଲି କହିଛନ୍ତି ା ସ୍ଥାନୀୟ ଔଷଧ ବିକ୍ରେତା (ଡିଲର)ଙ୍କଠାରୁ ଚାଷୀଙ୍କୁ ଔଷଧ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ା ଦୁଇଦିନ ହେଲା ବଲାଙ୍ଗୀର ଜିଲାରେ ନ୍ୟାଶନାଲ ଲେଭେଲ ମନିଟରିଂ ଟିମ୍‌ର ୫ ଜଣିଆ ସଦସ୍ୟ ପରିଦର୍ଶନ କରିଥିବା ଜଣାପଡିଛି ା ସେମାନେ କ୍ଷେତ୍ର ପରିଦର୍ଶନ ସମୟରେ ଗୁଣ୍ଡିପୋକ ଉପଦ୍ରବ କଥାକୁ ନେଇ ଅବଗତ ହୋଇଛନ୍ତି। ଏହି ୫ ଜଣିଆ ଟିମ୍‌ ସଦସ୍ୟ ଜିଲାରେ ରାଷ୍ଟ୍ରୀୟ କୃଷି ଯୋଜନାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର କାର୍ଯ୍ୟାନ୍ବୟନ ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଏହି ଟିମ୍‌ ବୁଧବାର ଓ ଗୁରୁବାର ଜିଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି। ଚଳିତବର୍ଷ ପ୍ରାରମ୍ଭରୁ ବର୍ଷାଭାବ ଯୋଗୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା ା ଏହାପରେ ପ୍ରବଳ ବର୍ଷା ଓ ବନ୍ୟାରେ ଅନେକ ଅଞ୍ଚଳରେ ଫସଲ ନଷ୍ଟ ହୋଇଥିଲା ା ଏବେ ପୁଣି ଗୁଣ୍ଡିପୋକ ଉପଦ୍ରବ ଚାଷୀଙ୍କୁ ଘୋର ଚିନ୍ତାରେ ପକାଇଛି ା ଗତବର୍ଷ ମଧ୍ୟ ଜିଲାରେ ଚକଡା ପ୍ରାଦୁର୍ଭାବରେ ଚାଷୀମାନେ ଘୋର କ୍ଷତିରେ ପଡିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

ସରକାରୀ ଜମି ଛାଡିଲେ ନାହିଁ : ଜିଦ୍‌ରେ ଅଟଳ ଅନକ ଡୁଙ୍ଗୁରୁ ଗ୍ରାମବାସୀ, ଲାଗିଲା ୧୬୩ ଧାରା

ମୋହନା,୧୩।୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନକଡୁଙ୍ଗୁରୁ ଗାଁ ନିକଟରେଥିବା ବିବାଦୀୟ ସରକାରୀ ଜମିରେ ଲାଗିଲା ବିଏନ୍‌ଏସ୍‌ ଧାରା ୧୬୩ । କିଛିଦିନ ହେଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri