ବଲାଙ୍ଗୀର ଜିଲାରେ ବ୍ୟାପୁଛି ଚକଡା

ବଲାଙ୍ଗୀର ଅଫିସ, ୨୭ା୯-ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନରେ ଚକଡା ଉପଦ୍ରବ ବା ଗୁଣ୍ଡିପୋକ (ବିପିଏଚ୍‌) ରୋଗ ଆରମ୍ଭ ହୋଇଛି ା ମାତ୍ର କିଛିଦିନ ମଧ୍ୟରେ ଅତ୍ୟନ୍ତ ଭୟାନକ ଭାବେ ଗୁଣ୍ଡିପୋକ ବହୁ ଏକର ଧାନ ଫସଲକୁ ସଂକ୍ରମଣ କରିଥିତ୍ବା ଜଣାପଡିଛି ା ଜିଲାର ଲୋଇସିଂହା, ବଲାଙ୍ଗୀର, ଆଗଲପୁର ଓ ପାଟଣାଗଡ଼ ବ୍ଲକ୍‌ ଅଞ୍ଚଳରେ ଗୁଣ୍ଡିପୋକ ଏବେ ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ା ଏପରି ପରିସ୍ଥିତିରେ ଜିଲାରେ ସରକାରୀ ସବ୍‌ସିଡି କୀଟନାଶକ ମିଳୁ ନ ଥିବାରୁ ଚାଷୀମାନେ ଘୋର ଚିନ୍ତାରେ ପଡିଛନ୍ତି ା ଫଳରେ କ୍ଷ୍‌ିପ୍ରଗତିରେ ଚକଡା ବ୍ୟାପିବାରେ ଲାଗିିଛି। କେତେକ ଚାଷୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଧାଉଁଥିଲେ ମଧ୍ୟ କୀଟନାଶକ ନ ଥିତ୍ବାରୁ ନିରାଶ ହୋଇ ଫେରୁଛନ୍ତି ା ଜିଲାରେ ଚକଡା ବ୍ୟାପିବା ଖବର ମିଳିବା ଓ ସରକାରୀ ସବ୍‌ସିଡିରେ କୀଟନାଶକ ଯୋଗାଣ ହେଉ ନ ଥିବା ଜଣାପଡିବା ପରେ ଘରୋଇ କୀଟନାଶକ ବିକ୍ରେତାମାନେ ଚଢ଼ା ଦରରେ ତାହା ବିକ୍ରି କରୁଥିତ୍ବା ଅଭିଯୋଗ ହୋଇଛି ା ଏଭଳି ସ୍ଥିତିରେ ଚାଷୀମାନେ ଚିନ୍ତାରେ ପଡିଛନ୍ତି ା
ବଲାଙ୍ଗୀର ଜିଲା ଲୋୟର ସୁକ୍‌ତେଲ ବୁଡିଅଞ୍ଚଳରେ ସବୁଠୁ ବେଶୀ ଚକଡା ଉପଦ୍ରବ ଆରମ୍ଭ ହୋଇଛି ା ଖୁଣ୍ଟପାଲି ଗଁାର ଯୁବଚାଷୀ ଉମାକାନ୍ତ ଖୁଆସ ଏନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ା ତାଙ୍କର ଦୁଇ ଏକର ଧାନଜମିରେ ଚକଡା ବ୍ୟାପିଛି ା ଏହା ସହିତ ସେହି ଗଁାରେ ଅନ୍ୟ ଚାଷୀଙ୍କ ଏକର ଏକର ଧାନ ଫସଲରେ ମଧ୍ୟ ଚକଡା ଉପଦ୍ରବ ଦେଖାଦେଇଛି ା ଏ ନେଇ ବାରମ୍ବାର କୃଷି ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଚାଷୀକୁ ଠିକଣା ସମୟରେ କୀଟନାଶକ ସେ ଦେବାରେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ା ଜିଲାରେ କିଭଳି ଭାବେ ସବ୍‌ସିଡି କୀଟନାଶକ ଉପଲବ୍ଧ ନାହିଁ ସେନେଇ ଚିନ୍ତା ପ୍ରକଟ କରିଛନ୍ତି ା ଏ ନେଇ ଜିଲା କୃଷି ଉପନିର୍ଦ୍ଦେଶକ ଶ୍ରୀଧର ଦାସଙ୍କୁ ପଚାରିବାରୁ ଜିଲାର କେତେକ ଅଞ୍ଚଳରେ ଚକଡା ଆରମ୍ଭ ହୋଇଥିତ୍ବା ସୂଚନା ମିଳିଛି ା ଜିଲାରେ ଦିନେ ଦୁଇଦିନ ମଧ୍ୟରେ ସବ୍‌ସିଡି କୀଟନାଶକ ଉପଲବ୍ଧ ହୋଇଯିବ ବୋଲି କହିଛନ୍ତି ା ସ୍ଥାନୀୟ ଔଷଧ ବିକ୍ରେତା (ଡିଲର)ଙ୍କଠାରୁ ଚାଷୀଙ୍କୁ ଔଷଧ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ା ଦୁଇଦିନ ହେଲା ବଲାଙ୍ଗୀର ଜିଲାରେ ନ୍ୟାଶନାଲ ଲେଭେଲ ମନିଟରିଂ ଟିମ୍‌ର ୫ ଜଣିଆ ସଦସ୍ୟ ପରିଦର୍ଶନ କରିଥିବା ଜଣାପଡିଛି ା ସେମାନେ କ୍ଷେତ୍ର ପରିଦର୍ଶନ ସମୟରେ ଗୁଣ୍ଡିପୋକ ଉପଦ୍ରବ କଥାକୁ ନେଇ ଅବଗତ ହୋଇଛନ୍ତି। ଏହି ୫ ଜଣିଆ ଟିମ୍‌ ସଦସ୍ୟ ଜିଲାରେ ରାଷ୍ଟ୍ରୀୟ କୃଷି ଯୋଜନାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର କାର୍ଯ୍ୟାନ୍ବୟନ ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଏହି ଟିମ୍‌ ବୁଧବାର ଓ ଗୁରୁବାର ଜିଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି। ଚଳିତବର୍ଷ ପ୍ରାରମ୍ଭରୁ ବର୍ଷାଭାବ ଯୋଗୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା ା ଏହାପରେ ପ୍ରବଳ ବର୍ଷା ଓ ବନ୍ୟାରେ ଅନେକ ଅଞ୍ଚଳରେ ଫସଲ ନଷ୍ଟ ହୋଇଥିଲା ା ଏବେ ପୁଣି ଗୁଣ୍ଡିପୋକ ଉପଦ୍ରବ ଚାଷୀଙ୍କୁ ଘୋର ଚିନ୍ତାରେ ପକାଇଛି ା ଗତବର୍ଷ ମଧ୍ୟ ଜିଲାରେ ଚକଡା ପ୍ରାଦୁର୍ଭାବରେ ଚାଷୀମାନେ ଘୋର କ୍ଷତିରେ ପଡିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri