ବଲାଙ୍ଗୀର ଜିଲାରେ ନୂଆ ୧ କରୋନା ପଜିଟିଭ ଚିହ୍ନଟ, ସଂକ୍ରମିତଙ୍କ ସଖ୍ୟା ୯କୁ ବୃଦ୍ଧି

ବଲାଙ୍ଗୀର ଅଫିସ, ୨୩।୫: ବଲାଙ୍ଗୀର ଜିଲାରେ ଶନିବାର ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ଆକ୍ରାନ୍ତଙ୍କୁ ଭୁବନେଶ୍ବର କୋଭିଡ ହସ୍ପିଟାଲକୁ ପଠାଯାଇଥିବା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ଆକ୍ରାନ୍ତଜଣଙ୍କ ଗତ ୧୮ ତାରିଖରେ ତେଲେଙ୍ଗାନାରୁ ଫେରି ସଇଁତଲା ବ୍ଲକ ଅନ୍ତର୍ଗତ ଟିକ୍ରାପଡ଼ା ଗ୍ରାମପଞ୍ଚାୟତର କ୍ବାରାଣ୍ଟାଇନରେ ଥିଲେ। ଏହାକୁ ମିଶାଇ ବଲାଙ୍ଗୀର ଜିଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ୟ ୭ ଜଣ ସକ୍ରିୟ ଥିବା ଜଣାପଡିଛି । ସିଡିଏମ୍‌ଓ ଡା. ନାରାୟଣ ଥନାପତି ଓ ମେଡିକାଲ ଟିମ୍‌ ଟିକ୍ରାପଡା କ୍ବାରାଣ୍ଟାଇନ ସେଣ୍ଟରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।