ବଲାଙ୍ଗୀର ଜିଲାପାଲକୁଁ ମୁଖ୍ୟମନ୍ତ୍ରୀକଁର ଟ୍ୱିଟ୍‍: ସମସିଆର ସମାଧାନ ଲାଗି ଦେଲେ ନିରଦେଶ

ଲାଠୋର, ୨୪।୭ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ପଁଚେତ୍‌ ସଦର କଲୋନୀପଡ଼ା ଆର ପିପଲବାହାଲ ଗାଁର ଦୁଇଟା ଖବର ଗଲା ୧୯ ଆର ୨୦ ତାରିଖ୍‌ରେ ବାହାରିଥିଲା। ଇ ଖବର ଦୁଇଟାକେ ଗୁରୁତ୍‌ ଦେଇ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲାପାଲକୁଁ ସମସିଆର ସମାଧାନ ଲାଗି ଟ୍ବିଟ କରି ନିରଦେଶ ଦେଇଛନ୍‌। ଇ ଘଟନା ବାବ୍‌ଦେ ବରଗଡ଼ ଜିଲା ୟୁଥ ଏଗେଁଷ୍ଟ କରପ୍‌ସନ ସଂଘ ତରଫୁ ସୂଚନା ମିଲିଛେ। ଗଲା ୧୯ ଆର ୨୦ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଭଙ୍ଗା ଇନ୍ଦିରା ଆବାସ ଘରେ ପରିବାର’ ଆର ‘୩ ବଛର ହେଲା ଖଟେ ପଡ଼ିଛନ୍‌ ପକ୍ଷାଘାତ ରୁଗୀ’ ଶୀରଷକ୍‌ରେ ଖବର ବାହାରିଥିଲା। ଧରିତ୍ରୀର ଇ ଖବର ଦୁଇଟାକେ ନେଇ ବରଗଡ଼ ଜିଲା ଯୋଖିପାଲି ଗଁାର ୟୁଥ୍‌ ଏଗେଁଷ୍ଟ କରପ୍‌ସନ ସଂଘ ମୁଖ୍ୟମନ୍ତ୍ରୀକୁଁ ଟ୍ବିଟ କରି ଦୁଇ ଦୁଖି ପରିବାରକେ ସାହାଯ୍‌ ଯୁଗେଇ ଦେବାକେ ନିବେଦନ କରିଥିଲା। ଘଟନାକେ ଗୁରୁତ୍‌ ଦେଇ ମୁଖ୍ୟମନ୍ତ୍ରୀ ଟ୍ବିଟ କରି ବଲାଙ୍ଗୀର ଜିଲାପାଲକୁଁ ସମସିଆର ସମାଧାନ ଲାଗି ନିରଦେଶ ଦେଇଥିଲେ। ସେନ୍‌ତା ବଲାଙ୍ଗୀର ଜିଲାପାଲକଁର ନିରଦେଶରେ ଖପ୍ରାଖୋଲ ବିଡିଓ ତରଣୀ ସୁନା, ଜିପିଇଓ ସୁଶାନ୍ତ ପାଣି ଆର ଲାଠୋର ପଁଚେତ୍‌ର ସରପଁଚ୍‌ ପ୍ରବୀଣ କୁମାର ଅଗ୍ରଓ୍ବାଲ ୨୨ ତାରିଖ ପକ୍ଷାଘାତରେ ପୀଡ଼ିତ ରୁକରାମ ତାଣ୍ଡିକଁର ଘରେ ପୁହୁଁଚିଥିଲେ। ସେଠାନେ ସରକାରୀ ଅଧ୍‌କାରୀମାନେ ରୁକରାମକୁଁ ରେଡକ୍ରସରୁ ୨୦ ହଜାର ଟଁକା ସାହାଯ୍‌ ଦେବାର ସଂଗେ ବହୁତ ଜଲଦି ବଲାଙ୍ଗୀର ମେଡିକାଲ କଲେଜ ଡାକ୍‌ତରଖାନାରେ ଚିକିସତ୍ା ବେବସ୍‌ତା କରାଯିବା ବଲି କଥା ଦେଇଥିଲେ। ସେନ୍‌ତା ଭଂଗା ଇନ୍ଦିରା ଅବାସ ଘରେ ବାସ କରୁଥିବାର କୈଳାଶ ବେଶ୍ରାକୁଁ ଗୁଟେ ନୂତନ ଆବାସ ଘର ଯୁଗେଇ ଦେବାର ଲାଗି ଜିଲାପାଲକୁଁ ରିପୋର୍ଟ ପଠାଯାଇଛେ। ମୁଖ୍ୟମନ୍ତ୍ରୀକଁର ଇ ପଦକ୍ଷେପକେ ଦୁଇ ଗରିବ ପରିବାର ପରଶଁସା କରବାର ସଂଗେ କୃତଜ୍ଞତା ଜନେଇଛନ୍‌। ସେନ୍‌ତା ତାକର ଦୁଖ ଦୁରଦଶାକେ ଧରିତ୍ରୀ ଖବର କାଗଜ ପରଶାସନର ନଜରକେ ଆନିଥିଲା। ସେଥିରଲାଗି ଇ ଦୁଇ ପରିବାର ଧରିତ୍ରୀ ପରିବାରକେ ବି ଧଏନ୍‌ବାଦ ଜନେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

୬ ମାସ ପୂର୍ବରୁ ଶାହା ଲେଖିଥିଲେ ନୀତିଶଙ୍କ ବିଦାୟର ସ୍କ୍ରିପ୍ଟ? ସତ ହୋଇଗଲା ସଙ୍କେତ, ନିର୍ବାଚନ ସମୟରେ ହିଁ…

ପାଟନା,୧୪।୪: ବିହାର ରାଜନୀତିରେ ମଙ୍ଗଳବାର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିହାରରେ ’ନୀତିଶ ଯୁଗ’ର…

୪୦ମିନିଟ ଧରି କଥା ହେଲେ ମୋଦି-ଟ୍ରମ୍ପ, ଯୁଦ୍ଧକୁ ନେଇ କହିଦେଲେ ବଡ଼କଥା!

ନୂଆଦିଲ୍ଲୀ,୧୪।୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ, ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ବେଦାନ୍ତ ପାଓ଼୍ବାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୯ ମୃତ ୪୦ରୁ ଅଧିକ ଆହତ

ରାୟପୁର,୧୪।୪: ବେଦାନ୍ତ ଲିମିଟେଡର ପାଓ଼୍ବାର ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୯ଜଣଙ୍କ ମୃତ୍ୟୁ। ଏପରି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ସକ୍ତି ଜିଲାରେ ଏକ ପାଓ଼୍ବାର ପ୍ଲାଣ୍ଟରେ। ଯେଉଁଠି…

ଦେଶର ଏହି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇନି ଭାଜପା; ସଂଖ୍ୟା ଜାଣିଲେ ତାଜୁବ ହେବେ…

୧୪ ଏପ୍ରିଲ ୨୦୨୬ ବିହାର ରାଜନୀତିରେ ଏକ ପ୍ରମୁଖ ପରିବର୍ତ୍ତନର କାରଣ ହୋଇଥିଲା। ବିଶେଷକରି, ସମ୍ରାଟ ଚୌଧୁରୀଙ୍କୁ ବିହାରରେ ଭାଜପା ବିଧାୟକ ଦଳର ନେତା ଭାବରେ ନିର୍ୱାଚିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri