ବଲାଙ୍ଗୀରରେ ଫେଲ୍‌ ମାରିଛି କରୋନା କଟକଣା: ବଜାରରେ ପ୍ରବଳ ଭିଡ଼

ବଲାଙ୍ଗୀର ଅଫିସ,୨୦ା୫: କରୋନାର ଭୟାବହତା କମିନାହିଁ ା ତେଣୁ ଲକ୍‌ଡାଉନ୍‌କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ା ଚତୁର୍ଥ ପର୍ଯ୍ୟାୟରେ ଏହାକୁ ସାମାନ୍ୟ କୋହଳ କରି ଦୋକାନ ବଜାର ଖୋଲିବାକୁ ଅନୁମତି ମଧ୍ୟ ମିଳିଛି। ମାତ୍ର ସାମାଜିକ ଦୂରତା ଓ ମାସ୍କ ବ୍ୟବହାରକୁ ଆହୁରି କଡ଼ାକଡ଼ି କରାଯାଇଛି ା କିନ୍ତୁ ପରିତାପର ବିଷୟ ବଲାଙ୍ଗୀର ସହରରେ ସାବିତ୍ରୀ ଅମାବାସ୍ୟା ପାଇଁ ବଜାରରେ ସାମାଜିକ ଦୂରତା କଥା ଲୋକେ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି। ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। କଟକଣା ପ୍ରତି କାହାର ନଜର ନାହିଁ ା
ସୂଚନାଯୋଗ୍ୟ, ବୁଧବାର ମଧ୍ୟାହ୍ନସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୮କୁ ଛୁଇଁଥିବା ବେଳେ ମୃତ୍ୟୁସଂଖ୍ୟା ୬ରେ ପହଞ୍ଚିଛି। ଏହି ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜନସାଧାରଣଙ୍କୁ ଆହୁରି ସଚେତନ ଆବଶ୍ୟକ ହେଉଥିବା ବେଳେ ବଲାଙ୍ଗୀରରେ ସବୁ କଟକଣା ଫେଲ୍‌ ମାରିଥିବା ଜଣାପଡ଼ିଛି। ଜିଲା ପୋଲିସ ପ୍ରଶାସନର ଏଥିପ୍ରତି ନଜର ନ ଦେବା ବିଡ଼ମ୍ବନାର ବିଷୟ।