Posted inରାଜ୍ୟ

ବର୍ଷା ନାହିଁ, କେନାଲରେ ଆସୁନି ପାଣି : ଆରମ୍ଭ ହୋଇପାରୁନି ଚାଷ

ତିର୍ତ୍ତୋଲ,୩୦ା୬ (ଡି.ଏନ.ଏ.): ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ଚଳିତବର୍ଷ ବର୍ଷା ଅଭାବରୁ ଚାଷକାମ ପଛେଇଯାଇଛି। ଦୀର୍ଘଦିନ ହେଲା ବର୍ଷା ହୋଇ ନ ଥିବାରୁ ଧାନ ବୁଣା କିମ୍ବା ତଳିପକା କାମ ହୋଇପାରୁନାହିଁ। ଏହି ବ୍ଲକର ୨୯ ପଞ୍ଚାୟତରେ ପ୍ରାୟ ୨୮ ହଜାର ହେକ୍ଟର ଜମିରେ ଖରିଫ ଧାନ ଚାଷ କରାଯାଇଥାଏ। ଖରିଫ ଋତୁରେ ଭଲ ବର୍ଷା ହେବା ସହ କେନାଲରେ ପାଣି ଆସିଲେ ଚାଷୀମାନେ ଅକ୍ଷୟ ତୃତୀୟାଠାରୁ ଧାନ ବୁଣିବା ଓ ତଳି ପକାଇବା କାମ ଆରମ୍ଭ କରିଥାନ୍ତି। ଚଳିତବର୍ଷ ଜୁନ ଶେଷ ସପ୍ତାହ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ଭଲ ବର୍ଷା ନ ହେବାରୁ ଧାନବୁଣା କାମ ଆରମ୍ଭ ହୋଇନାହିଁ। ଏଥିସହ କେନାଲ ଶେଷମୁଣ୍ଡ ପର୍ଯ୍ୟନ୍ତ ପାଣି ପହଞ୍ଚିପାରି ନ ଥିବାରୁ କେନାଲ ଉପରେ ନିର୍ଭରଶୀଳ ଚାଷଜମି ମଧ୍ୟ ପଡ଼ିଆ ପଡ଼ିଛି। ମୋଟାମୋଟି ଭାବେ ବର୍ଷା ଅଭାବରୁ ଚଳିତବର୍ଷ ଧାନ ଚାଷରେ ବିଳମ୍ବ ହୋଇଛି। ତିର୍ତ୍ତୋଲ ଧୋୟା ଅଞ୍ଚଳରେ ଥିବା ୭ ପଞ୍ଚାୟତ ଦେଇ ବ୍ୟାରେଜ ଡିଭିଜନ ଅଧୀନରେ ଯାଇଥିବା କେନାଲ ପାଣି ଉପରେ ନିର୍ଭର କରି ଅନେକ ଚାଷୀ ଚାଷ କାର୍ଯ୍ୟ କରିଥାନ୍ତି। ଚଳିତବର୍ଷ ଏହି କେନାଲର ଅନେକ ସ୍ଥାନରେ କାର୍ଯ୍ୟ ଚାଲିଥିବାରୁ ଏ ପର୍ଯ୍ୟନ୍ତ ଏଥିରେ ପାଣି ଛାଡିବା ସମ୍ଭବ ହୋଇନାହିଁ। ଫଳରେ ଏହି କେନାଲ ଉପରେ ନିର୍ଭରଶୀଳ କୃଷ୍ଣାନନ୍ଦପୁର ପଞ୍ଚାୟତଠାରୁ ପୋରଗଦେଇ ପଞ୍ଚାୟତ ପର୍ଯ୍ୟନ୍ତ ଜମିରେ ଚାଷ କାର୍ଯ୍ୟ ହୋଇପାରିନାହିଁ। ସେହିପରି ତାଳଦଣ୍ଡା କେନାଲର ସବ୍‌କେନାଲ ନଂ.୧୨, ୧୨(କ), (ଖ), (ଗ), ନଂ. ୧୩ (କ) ଓ (ଖ), ଏହାର ମାଇନର ଓ ସବ୍‌ମାଇନର କେନାଲଗୁଡିକରେ ଏବେ ସୁଦ୍ଧା ପାଣି ଶେଷମୁଣ୍ଡ ପର୍ଯ୍ୟନ୍ତ ପହଞ୍ଚିବା ସମ୍ଭବ ହୋଇନାହିଁ।

ଫଳରେ ଏହି କେନାଲଗୁଡିକ ଉପରେ ନିର୍ଭରଶୀଳ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ରଜ ପରଠାରୁ ଏଠାରେ ଭଲ ବର୍ଷା ହୋଇନାହିଁ। ଲଘୁଚାପ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଉଥିବାବେଳେ ଏଠାରେ ଆବଶ୍ୟକ ଅନୁଯାୟୀ ବର୍ଷା ହେଉନାହିଁ। କେନାଲରେ ପାଣି ଛାଡ଼ିବା ପାଇଁ ଚାଷୀମାନେ ବହୁବାର ଦାବି କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ। କେତେକ କେନାଲରେ ଏ ପର୍ଯ୍ୟନ୍ତ ସଫେଇ କାର୍ଯ୍ୟ ଶେଷ ହୋଇନାହିଁ। ଫଳରେ କେନାଲରେ ପାଣି ଛାଡିବାରେ ବିଳମ୍ବ ହେଉଛି। ତେଣୁ ତୁରନ୍ତ କେନାଲ କାର୍ଯ୍ୟ ସାରି ପାଣି ଛାଡ଼ିବା ପାଇଁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

ଚୌଦ୍ଵାର ଜେଲର ବିବାଦୀୟ ଜେଲର ସନ୍ତୋଷିନୀ ଦାଶ ସସ୍‌ପେଣ୍ଡ୍‌

କଟକ,୧୯ା୨: କର୍ତ୍ତବ୍ୟରେ ଅବହେଳା ପାଇଁ ଶେଷରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ବିବାଦୀୟ ଜେଲର ସନ୍ତୋଷିନୀ ଦାଶ। କଣ୍ଟାବାଞ୍ଜି ଉପକାରାଗାରର ଜେଲର-କମ-ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ୱାରରୁ…

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ସୋର,୧୯।୨(ଜନ୍ମେଞ୍ଜୟ ମିଶ୍ର): ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ…

ନୂଆ ଜିଲା ଗଠନ ପାଇଁ ସରକାର ପ୍ରସ୍ତୁତ: ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୧୯ା୨: ଓଡ଼ିଶାରେ ନୂତନ ଜିଲା ଗଠନ ନେଇ ଚାଲିଥିବା ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଜିଲା ଗଠନ…

ଓଡ଼ିଶା ବିଧାନସଭା ଅଧିବେଶନ, ସୁନା ଖଣି ଚର୍ଚ୍ଚା

ଭୁବନେଶ୍ୱର,୧୯।୨: ଓଡ଼ିଶା ବିଧାନସଭାର ଚଳିତ ବଜେଟ୍ ଅଧିବେଶନରେ ପୁଣିଥରେ ରାଜ୍ୟର ସୁନା ଖଣି ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି। ଗୁରୁବାର ଗୃହରେ ବଡମ୍ବା ବିଧାୟକ ବିଜୟ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri