ବର୍ଷା ଛାଡ଼ିବା ପରେ ପୁଣି ଲେଉଟିଲା ଶୀତ

କୋଳିମାଟି,୨୭।୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କୋଳିମାଟି ଅଞ୍ଚଳରେ ଶୀତର ଲହରୀ ଦେଖିବାକୁ ମିଳିଛି। ଅଧିକ ମାତ୍ରାରେ ଶୀତ ହେଉଥିବାରୁ ସାଧାରଣ ଲୋକମାନେ ସକାଳ ୮ଟା ଯାଏ ନିଆଁ ଜାଳି ବସୁଥିବା ଦେଖିବାକୁ ମିଳିଛି ା ୨ ଦିନ ଧରି କେନ୍ଦୁଝର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ଛାଡ଼ିଯିବା ପରେ ରାତିରେ ଶୀତ ବଢ଼ିଛି। ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଜାଳି ବସୁଥିବା ଦେଖିବାକୁ ମିଳିଛି।