ବର୍ଷକରେ ନିବେଶକଙ୍କ ୨୭ ଲକ୍ଷ କୋଟି କ୍ଷତି

ନୂଆଦିଲ୍ଲୀ,୩୧।୫: ମେ ୩୦ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି। ଏହି ବର୍ଷଟି ପୁଞ୍ଜିବଜାର ନିବେଶକଙ୍କ ଲାଗି ବଡ଼ ଚ୍ୟାଲେଞ୍ଜିଂ ହୋଇ ରହିଛି। ଦଲାଲ ଷ୍ଟ୍ରିଟ୍‌ରେ ଏହି ସମୟରେ ନିବେଶକଙ୍କ କ୍ଷତି ୨୭ ଲକ୍ଷ କୋଟି ଟଙ୍କା ରହିଛି। ଏହା ଦେଶର ମୋଟ୍‌ ଘରୋଇ ଉତ୍ପାଦ(ଜିଡିପି)ର ପ୍ରାୟ ୧୩.୫% ବୋଲି ଜଣାପଡ଼ିଛି। ଏହି ସମୟ ମଧ୍ୟରେ ପ୍ରତି ୧୦ ଷ୍ଟକ୍‌ ମଧ୍ୟରୁ ୯ଟି ନେଗେଟିଭ୍‌ ରିଟର୍ନ ପ୍ରଦାନ କରିଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ରେ ସୂଚୀଭୁକ୍ତ ହୋଇଥିବା ମୋଟ କମ୍ପାନୀଙ୍କ ମଧ୍ୟରୁ ପ୍ରାୟ ୧୦% ଆଶାନୁରୂପ ରିଟର୍ନ ପ୍ରଦାନ କରିଛନ୍ତି। ନିକଟରେ ପ୍ରକାଶିତ ଜିଡିପି ଡାଟାକୁ ଦେଖିଲେ ୨୦୧୯-୨୦ ଆର୍ଥତ୍କ ବର୍ଷରେ ଏହା ୪.୨%କୁ ଖସିଛି, ଯାହା ୧୧ ବର୍ଷର ସର୍ବନିମ୍ନ ସ୍ତର। ଗତ ଆର୍ଥତ୍କ ବର୍ଷ ଚତୁର୍ଥ ତ୍ରୈମାସରେ ବିକାଶ ହାର ୩.୧%କୁ ଖସିଛି।
କରୋନାକୁ ରୋକିବା ପାଇଁ ହୋଇଥିବା ଲକ୍‌ଡାଉନର ପ୍ରଭାବ ଯୋଗୁ ଦେଶରେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ରହିଛି। ମାସିକ ପରଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ ରେକର୍ଡ ନିମ୍ନ ସ୍ତରକୁ ଖସିଛି। ଶିଳ୍ପ ଉତ୍ପାଦନ ଲଗାତର ଭାବେ ଖସୁଥିବାରୁ ଏହାର ପ୍ରଭାବ ନିବେଶକଙ୍କ ଉପରେ ପଡିଛି। ଏହି ଅବସରରେ ସାମ୍‌କୋ ସିକ୍ୟୁରିଟିଜର ରିସର୍ଚ୍ଚ ମୁଖ୍ୟ ଉମେଶ ଶାହା କହିଛନ୍ତି ଯେ, ସରକାର ଗ୍ରହଣ କରିଥିବା ବିଭିନ୍ନ ସଂସ୍କାର ପ୍ରକ୍ରିୟାର ପ୍ରଭାବ ବଜାର ଉପରେ ପଡୁଛି। ଜିଏସ୍‌ଟି ଏବେ ଯାଏ ତା’ର ଉଦ୍ଦେଶ୍ୟ ସାଧନ କରିପାରି ନାହିଁ। କିଛି ପଦକ୍ଷେପ ବଜାର ଉପରେ ଭଲ ପ୍ରଭାବ ଆଣୁଛି। ମାତ୍ର ଅନ୍ୟ କିଛି ବଜାର ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ରିପୋର୍ଟ ମୁତାବକ କମ୍ପାନୀଗୁଡିକର ବଜାର ପୁଞ୍ଜୀକରଣ ୧୭.୭% ହ୍ରାସ ଘଟି ୧୨୭.୦୬ ଲକ୍ଷ କୋଟି ଟଙ୍କାକୁ ହ୍ରାସ ଘଟିଛି। ଏହା ଚଳିତ ବର୍ଷ ମେ ମାସ ୩୦ରେ ୧୫୪.୪୪ ଲକ୍ଷ କୋଟି ଟଙ୍କା ରହିଥିଲା। ଏହିଦିନ ମୋଦି ଦାୟିତ୍ୱ ଭାର ଗ୍ରହଣ କରିଥିଲେ।
ପୁଞ୍ଜିବଜାରରେ ୨୬୮୪ ସକ୍ରିୟ ଷ୍ଟକ୍‌ ମଧ୍ୟରୁ ୨୩୦୮ ନକାରାତ୍ମକ ରିଟର୍ନ ପ୍ରଦାନ କରିଛି। ୧୭ଟି ଷ୍ଟକ୍‌ କୌଣସି ଲାଭ ପ୍ରଦାନ କରିନାହିଁ। ୩୫୯ ଷ୍ଟକ୍‌ (୧୩%) ସକାରାତ୍ମକ ରିଟର୍ନ ପ୍ରଦାନ କରିଛି। ଏହା ମଧ୍ୟରୁ ୨୬୯(୧୦%) ଷ୍ଟକ୍‌ ୧୦%ରୁ ଊର୍ଦ୍ଧ୍ୱ ରିଟର୍ନ ଦେଇଥିବା ଜଣାପଡ଼ିଛି। ଷ୍ଟକ୍‌ ବଜାର ହ୍ରାସ କ୍ଷେତ୍ରରେ ଉଭୟ ସରକାରଙ୍କ ନୀତି, ବଜାର ଅବସ୍ଥା ସହ ଅନ୍ୟ ପ୍ରସଙ୍ଗ ନିର୍ଭର କରୁଛି। ସବୁ ଦୋଷ ସରକାରଙ୍କ ଉପରେ ଲଦି ହେବ ନାହିଁ ବୋଲି ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜର ଦୀପକ ଜସାନୀ କହିଛନ୍ତି। ସେହିଭଳି ପ୍ରଶାନ୍ତ ଜୈନ କହିଛନ୍ତି, ୨୦୨୦-୨୧ ଆର୍ଥତ୍କ ବର୍ଷ ଏତେ ଭଲ ରିଟର୍ନ ଦେବ ବୋଲି ଅଧିକାଂଶ ବଜାର ବିଶେଷଜ୍ଞ ଆଶା ରଖନ୍ତି ନାହିଁ। ଆଗାମୀ ବର୍ଷ କଥା ବିଚାରକୁ ନେବାକୁ ପଡ଼ିବ। ମ୍ୟୁଚୁଆଲ ଫଣ୍ଡର ସିଷ୍ଟମେଟିକ ଇନ୍‌ଭେଷ୍ଟମେଣ୍ଟ ପ୍ଲାନ୍‌ରେ ନିବେଶ ବଢ଼ାଇବା ବୁଦ୍ଧିମାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri