Categories: ଜାତୀୟ

ବର୍ତ୍ତମାନ ସରକାରଙ୍କ ନିକଟରେ ସଂଖ୍ୟା ଗରିଷ୍ଠତା ନ ଥିବା ଦର୍ଶାଇ ରାଜ୍ୟପାଳଙ୍କୁ ଦାବିପତ୍ର ଦେଲେ କଂଗ୍ରେସ, ଏନ୍‌ସିପି, ଶିବସେନା

ମୁମ୍ବାଇ,୨୫।୧୧: ମହାରାଷ୍ଟ୍ର ରାଜନୀତି ଏବେ ଖୁବ୍‌ ଚର୍ଚ୍ଚାରେ। ସୋମବାର ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଅନ୍ୟପଟେ ଏହା ହଜମ କରିପାରୁନି ଶିବସେନା, ଏନ୍‌ସିପି ଓ କଂଗ୍ରେସ। ସୁପ୍ରିମକୋର୍ଟରେ ଏମାନେ କରିଥିବା ଅଭିଯୋଗର ଶୁଣାଣି ମଙ୍ଗଳବାରକୁ ଘୁଞ୍ଚି ଯାଇଥିବା ବେଳେ ଏମାନେ ଏବେ ପହଞ୍ଚିଛନ୍ତି ରାଜଭବନରେ। ଶିବସେନା, ଏନ୍‌ସିପି ଓ କଂଗ୍ରେସ ଏକ ପତ୍ର ମାଧ୍ୟମରେ ଦର୍ଶଇଛନ୍ତି କି ବର୍ତ୍ତମାନ ସରକାରଙ୍କ ନିକଟରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ଯେଉଁ ସଂଖ୍ୟା ଦରକାର ତାହା ତାଙ୍କ ନିକଟରେ ନାହିଁ। ହେଲେ ଏହା ଆମ ନିକଟରେ ରହିଛି। ଏନ୍‌ସିପି ନେତା ଜୟନ୍ତ ପାଟିଲ କହିଛନ୍ତି ଆମ ନିକଟରେ ୧୬୨ ବିଧାୟକଙ୍କ ସମର୍ଥନ ରହିଛି ଯାହା ଭାରତୀୟ ଜନତା ପାର୍ଟି(ଭାଜପା) ନିକଟରେ ନାହିଁ।

Share