Categories: ଜାତୀୟ

ବର୍ତ୍ତମାନ ପରିସ୍ଥିତିରେ ରାହୁଲ ହିଁ କେବଳ କଂଗ୍ରେସର ଦାୟିତ୍ୱ ନେଇପାରିବେ: ଗେହଲଟ

ନୂଆଦିଲ୍ଲୀ,୧।୭: କଂଗ୍ରେସ ଶାସିତ ରାଜ୍ୟ ଗୁଡିକର ମୁଖ୍ୟମନ୍ତ୍ରୀମାନେ ସୋମବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ଏକ ବୈଠକରେ ବସିଥିଲେ। ତେବେ ଏହି ସମୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ବର୍ତ୍ତମାନ ପରିସ୍ଥିତିରେ ରାହୁଲ ହିଁ କେବଳ ଦଳର ଗୁରୁ ଦାୟିତ୍ୱ ବହନ କରିପାରିବେ। ସୂଚନାଯୋଗ୍ୟ, ଗତ ଲୋକ ସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାସ୍ତ ହେବା ପରେ ଏବେ ଦଳର ଦାୟିତ୍ୱକୁ ନେଇ ଚାଲିଛି ମାନସ ମନ୍ଥନ। ଗୋଟିଏ ପଟେ ଏହାକୁ ନେଇ କେତେଜଣ କଂଗ୍ରେସ ନେତା ଦଳରୁ ଇସ୍ତଫା ଦେଇଥିବା ବେଳେ ଏବେବି ରାହୁଲଙ୍କ ଅଧ୍ୟକ୍ଷତାକୁ ନେଇ ରହିଛି ସଂଶୟ। ହେଲେ ଗେହଲଟ ଟୁଇଟ୍‌ କରି କହିଛନ୍ତି କି ସମସ୍ତେ ରାହୁଲଙ୍କ ସହ ଅଛନ୍ତି। ତେଣୁ ଦଳର ଏହି ପରିସ୍ଥିତିରେ ସେ ଅଧ୍ୟକ୍ଷ ପଦ ସମ୍ଭାଳନ୍ତୁ ବୋଲି ଗେହଲଟ ପ୍ରକାଶ କରିଛନ୍ତି।

Share