Categories: ଫୁରସତ

ବର୍ଡର ଖୋଲି ଦିଅନ୍ତୁ, କରିବି ବିବାହ: ମୋଦିଙ୍କୁ ଅନୁରୋଧ କଲେ ପାକିସ୍ତାନୀ ଯୁବତୀ

ଇସଲାମାବାଦ୍‌, ୨୪।୬: କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତ ପାକିସ୍ତାନ ସହିତ ଥିବା ସୀମାକୁ ସିଲ୍‌ କରିଦେଇଛି। ଏପରିସ୍ଥଳେ ବହୁ ଯୁବତୀ ଯୁବକଙ୍କର ବିବାହ ହେବା ବନ୍ଦ ହୋଇଯାଇଛି। ଭାରତୀୟ ଯୁବକଙ୍କୁ ବିବାହ କରିବାକୁ ଚାହୁଁଥିବା ଜଣେ ପାକିସ୍ତାନୀ ଯୁବତୀ ବର୍ଡର ଖୋଲିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପିଲ୍‌ କରିଛନ୍ତି। ସେ କହିଛନ୍ତି ମୋଦିଜୀ ଆପଣ ଦୟାକରି ବର୍ଡର ଖୋଲି ଦିଅନ୍ତୁ। ମୁଁ ବିବାହ କରିବି। ଭାରତରେ ଜାରି ରହିଥିବା ଲକ୍‌ଡାଉନ୍‌ କେବେ ଶେଷ ହେବ ତାକୁ ଚାହିଁ ବସିଛନ୍ତି ଯୁବତୀ ଜଣକ। ଲାହୋରର ୟୁହାନାବାଦରେ ବାସ ରୁଥିବା ୩୫ ବର୍ଷ ବୟସ୍କା ସମାନତା ଭାରତର ଜଳନ୍ଧରର ରାଜନଗର ବାସିନ୍ଦା କମଲ କଲ୍ୟାଣଙ୍କ ସହିତ ହେବାର ଥିଲା। ମାତ୍ର କରୋନା ସଂକ୍ରମଣ ସବୁ ବିଗାଡ଼ି ଦେଇଛି। କମଲ ତାଙ୍କ ମାମୁ ଓମ୍‌ ପ୍ରକାଶଙ୍କ ପୁଅ। ଦୁହିଁଙ୍କର ନିର୍ବନ୍ଧ ୨୦୧୫ରେ ହୋଇଥିଲା। କିନ୍ତୁ ବିବାହ ପାଇଁ ଗୋଟିଏ ପରେ ଗୋଟିଏ ଦିନ ବିତି ଚାଲିଛି। ଏବେ ସମାନତାଙ୍କ ଏଭଳି ଅନୁରୋଧ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share