ବର୍ଜ୍ୟବସ୍ତୁ ଜମା, ପ୍ରକ୍ରିୟାକରଣ ପ୍ଲାଣ୍ଟକୁ ବିରୋଧ

ବାଲେଶ୍ୱର ଅଫିସ, ୧୨।୬-ବାଲେଶ୍ୱର ସହର ଅନ୍ତର୍ଗତ ଗୁଡ଼ିପଦାଠାରେ ପୌରାଞ୍ଚଳ ପକ୍ଷରୁ ବର୍ଜ୍ୟବସ୍ତୁ ଜମା ଓ ପ୍ରକ୍ରିୟାକରଣ ପ୍ଲାଣ୍ଟ ନିର୍ମାଣ କରାଯିବାକୁ ସ୍ଥିର କରାଯାଇଛି। ମାତ୍ର ଉକ୍ତ ସ୍ଥାନରେ ୧୦୦ଫୁଟ୍‌ ମଧ୍ୟରେ ଜଳଯୋଗାଣ ସମ୍ପ ହାଉସ୍‌ ନିର୍ମାଣ, ୩୦ଫୁଟ୍‌ ଭିତରେ ଆଦିବାସୀଙ୍କ ପୂଜାସ୍ଥଳୀ ଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ବର୍ଜ୍ୟବସ୍ତୁ ପକାଇଲେ ଏସବୁ ଦୂଷିତ ହେବାର ଅଭିଯୋଗ କରିଥିଲେ। ଏହାକୁ ବିରୋଧ କରି ଶୁକ୍ରବାର ଗୁଡ଼ିପଦା ଗ୍ରାମବାସୀ ଜିଲାପାଳଙ୍କ ଅଫିସ୍‌ ଘେରାଉ କରି ଦାବିପତ୍ର ପ୍ରଦାନ କରିଛନ୍ତି।
ଓଡ଼ିଶା କୋଷ୍ଟ କେନାଲ ନିକଟ ସ୍ବାଧୀନ ପଡ଼ିଆରେ ବର୍ଜ୍ୟବସ୍ତୁ ଜମା ଓ ପ୍ରକ୍ରିୟାକରଣ ପାଇଁ ପୂର୍ବରୁ ଜାଗା ଚିହ୍ନଟ କରାଯାଇଥିଲା। ଉକ୍ତ ସ୍ଥାନକୁ ଛାଡି ଗୁଡିପଦା ଅଞ୍ଚଳରେ ନିର୍ମାଣ କରିବାର ନିଷ୍ପତ୍ତି ନେବାରୁ ପୌରକର୍ତ୍ତୃପକ୍ଷ, କଣ୍ଟ୍ରାକ୍ଟର, ତହସିଲଦାରଙ୍କ ତରବରିଆ ଭାବେ କାର୍ଯ୍ୟକୁ ସନ୍ଦେହ କରିଥିବା ଅଭିଯୋଗ ହୋଇଛି। ଜନବସତି ଭିତରେ ଏଭଳି ପ୍ରକଳ୍ପ ପ୍ରତିଷ୍ଠା କଲେ ସ୍ବାସ୍ଥ୍ୟବସ୍ଥାରେ ଘୋର ପ୍ରଭାବ ପକାଇବ ବୋଲି ଗୋଷ୍ଠୀ ବାସିନ୍ଦା ବେଣୁଧର ବାରିକ କହିଛନ୍ତି। ଉକ୍ତ ପ୍ରକଳ୍ପକୁ ସହରର ଜନବସତି ଭିତରେ କରା ନ ଯାଇ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ସିପିଆଇ ନେତା ଜୟନ୍ତ ଦାସ, ଯତୀନ ପାତ୍ର, ଅରୁଣ ଜେନା, ବନ୍ଦନା ବିଶ୍ୱାସ, ଗୀତା ହେମ୍ବ୍ରମ, ବିଜୟଲକ୍ଷ୍ମୀ ବାସ୍କେ, ବାସନ୍ତୀ ସାହୁ, ଧାନୀ ସରେନ, ଫୁଲମଣି ହାଁସଦା, ଚମ୍ପାମଣି ହେମ୍ବ୍ରମ, ଶାନ୍ତି ମୁର୍ମୁ, ରାଇସେନ ହେମ୍ବ୍ରମ, ସମର ଲାଲ ହାଁସଦା, ସୁବୁଦା ଟୁଡୁ, ହେମେନ୍ଦ୍ର ମାଝି ଓ ମଙ୍ଗଳା ହେମ୍ବ୍ରମ ପ୍ରମୁଖ ଏହି ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri