ବରୀରେ ସଭ୍ୟସଂଗ୍ରହ ଅଭିଯାନ, ମିଶ୍ରଣ ପର୍ବ : ବିଜେଡିରେ ମିଶିଲେ ୨ଶହରୁ ଊର୍ଦ୍ଧ୍ୱ ନେତା, କର୍ମୀ

ବରୀ, ୯ା୯(ସ୍ବ.ପ୍ର.)- ବରୀ ବ୍ଲକ ଅଧୀନ ଅଟିରା ପଞ୍ଚାୟତ ସନ୍ଥନ ମଠ ନିକଟରେ ରବିବାର ବରୀ ନିର୍ବାଚନମଣ୍ଡଳୀ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲା ବିଜେଡି ସଭାପତି ସରୋଜ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ରାଜ୍ୟ ବିଜ୍ଞାନ କୌଶଳ ଓ ସାମାଜିକ ନିରାପତ୍ତା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ। ବରୀ ହେଉଛି ସ୍ବାଧୀନତା ସଂଗ୍ରାମୀର ମାଟି ଦେଶ ପାଇଁ ଶହୀଦ ହୋଇ ସ୍ବର୍ଣ୍ଣାକ୍ଷରରେ ଶହୀଦଙ୍କ ନାମ ଲିପିବଦ୍ଧ ହୋଇ ରହିଛି । ବରୀ ବିକାଶ ପାଇଁ ବିଧାୟିକା ସୁନନ୍ଦା ଦାସ ଉଦ୍ୟମ ଜାରିରଖିଥିଲା ବେଳେ ବିକାଶର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଛନ୍ତି। ବରୀର ବିକାଶ ପାଇଁ ସମସ୍ତେ ବିଧାୟିକାଙ୍କୁ ସହଯୋଗ କରିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ପଣ୍ଡା କହିଥିଲେ। ଏହି ପରିପ୍ରେକ୍ଷୀରେ ଭାଜପା ଓ କଂଗ୍ରେସ ଛାଡି ୨ଶହରୁ ଊର୍ଦ୍ଧ୍ୱ ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଥିଲେ। ସମିତି ସଭ୍ୟା ଅନ୍ନପୂର୍ଣ୍ଣା ମହାନ୍ତି, ସମିତି ସଭ୍ୟା ନିର୍ଝରିଣୀ ସାମଲ, ସରପଞ୍ଚ ସମୀର ମଲ୍ଲିକ୍‌, ସରପଞ୍ଚ ରଞ୍ଜୁଲତା ମହାନ୍ତି, ୨୧ନଂ ଜୋନ୍‌ର ଭାଜପା ପ୍ରଭାରୀ ଆର୍ତ୍ତବନ୍ଧୁ ସାମଲ, ଭାଜପା ପ୍ରଭାରୀ ଦୁଷ୍ମନ୍ତ ସେଠୀ, ଭାଜପା ଜିଲା ପରିଷଦ ପ୍ରାର୍ଥୀ ଦୁର୍ଗା ମାଧବ ନନ୍ଦ, ଅରବିନ୍ଦ ମହାନ୍ତି, ପୂର୍ବତନ ସମିତି ସଭ୍ୟ ସୁରେନ୍ଦ୍ର ସାହୁ, ଭାଜପା ନେତା ଜୟନ୍ତ ରଥ, କଂଗ୍ରେସ ନେତା ନକୁଳ ଚନ୍ଦ୍ର ଦାସ, ସୁରେନ୍ଦ୍ର ମଲ୍ଲିକ, ଶରତ ଚନ୍ଦ୍ର ମଲ୍ଲିକ, ବୁଲା ମଲ୍ଲିକ୍‌, ଚାରୁଲତା ମଲ୍ଲିକ୍‌, କୃପାସିନ୍ଧୁ ଭୂୟାଁ, ପ୍ରମୁଖ ଭାଜପା ଓ କଂଗ୍ରେସ ନେତାଙ୍କ ସମେତ କର୍ମୀଙ୍କୁ ମନ୍ତ୍ରୀ ପଣ୍ଡା ଉତ୍ତରୀୟ ପ୍ରଦାନ କରି ସ୍ବାଗତ କରିଥିଲେ। ବରୀରେ ୮୦ ହଜାର ସଭ୍ୟଙ୍କୁ ବିଜେଡିରେ ସାମିଲ କରିବା ପାଇଁ ଟାର୍ଗେଟ୍‌ ରଖାଯାଇଛି ବୋଲି ବିଜେଡି ନେତା ଦେବେନ୍ଦ୍ର ଦାସ କରିଥିଲେ। ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବରୀର ବିକାଶ ପାଇଁ ସମସ୍ତ ପ୍ରକାର ସହଯୋଗର ହାତ ବଢ଼ାଇବେ ବୋଲି ଦୃଢ଼ ପ୍ରତଶ୍ରୁତି ଦେଇଥିଲେ। ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ୍‌, ଜିଲା ପରିଷଦ ସଭ୍ୟ ଅଶୋକ ସାମଲ, ବିଧାୟିକା ସୁନନ୍ଦା ଦାସ, ସରପଞ୍ଚ ସନ୍ତୋଷ ସାମଲ, ଯୁବ ବିଜେଡି ନେତା ଅମୂଲ୍ୟ ପରିଡ଼ା, ରଞ୍ଜନ ପଣ୍ଡା, ଗୌରବ ଦାସ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri