ବରା ଉପରେ ପିଆଜ ପ୍ରଭାବ

ଢେଙ୍କାନାଳ ଅଫିସ, ୭।୧୨ – ପିଆଜ ଦରକୁ ନେଇ ସବୁଠି ଏବେ ଚର୍ଚ୍ଚା। ରୋଷେଇ ଘରେ ସବୁଠାରୁ ବେଶି ଖୋଜା ପଡୁଥିବା ଏହି ଅତ୍ୟାବଶ୍ୟକ ପରିବା ଶୁକ୍ରବାର ୧୬୦ ଛୁଇଁଛି। ଏହାର ପ୍ରଭାବ ପଡିଛି ଦୈନନ୍ଦିନ ଜୀବନଚର୍ଯ୍ୟା ଉପରେ। ଫାଷ୍ଟଫୁଡ୍‌ଠାରୁ ଆରମ୍ଭ କରି ଜଳଖିଆ ଦୋକାନରେ ପିଆଜ ଗାଏବ ହୋଇଯାଇଛି। କେବଳ ଏତିକି ନୁହେଁ, ପିଆଜର ଦରବୃଦ୍ଧିର ପ୍ରଭାବଠୁ ବାଦ୍‌ ପଡ଼ିନି ଢେଙ୍କାନାଳର ପ୍ରସିଦ୍ଧ ବରା। ବ୍ୟବସାୟୀମାନେ ବରାରେ ନାମକୁ ମାତ୍ର ପିଆଜ ବ୍ୟବହାର କରୁଛନ୍ତି। ଫଳରେ ଏହାର ଗୁଣାତ୍ମକମାନ କମିଯାଇଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି।
ଢେଙ୍କାନାଳ ବଜାରରେ ଭଲ ପିଆଜ ମଧ୍ୟ ମିଳୁନାହିଁ। ବିରି ମଧ୍ୟ ୧୨୦ ଟଙ୍କା ଟପିଛି। ଫଳରେ ବ୍ୟବସାୟୀମାନେ ଯେନତେନ ପ୍ରକାରେ ଜଳଖିଆ ପ୍ରସ୍ତୁତ କରି କାମ ଚଳାଇବାକୁ ବାଧ୍ୟ ହେଉଛନ୍ତି। କେତେକ ଦୋକାନୀ ବରା ତିଆରି ପରିମାଣ କମାଇ ଦେଇଥିବା କହିଛନ୍ତି, ଏହା ସେମାନଙ୍କ ବ୍ୟବସାୟକୁ ପ୍ରଭାବିତ କରିଛି। ପର୍ଯ୍ୟଟନ ଋତୁରେ ଜିଲାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆଉ ମନପସନ୍ଦର ସୁଆଦିଆ ବରା ମିଳୁନାହିଁ।
ଏ ନେଇ ସ୍ଥାନୀୟ ଗଣେଶ ବଜାରସ୍ଥିତ ପ୍ରସିଦ୍ଧ ବରା ଦୋକାନର ମାଲିକ ପ୍ରସିତ କୁମାର ସାହୁ କୁହନ୍ତି, ପିଆଜରେ ହାତ ମାରି ହେଉନି। ବରାରେ ନାମକୁ ମାତ୍ର ପିଆଜ ପକାଯାଉଛି। ଏହାର ସାଇଜ୍‌ ଛୋଟ କରିଦିଆଯାଇଛି। ପୂର୍ବ ଅପେକ୍ଷା କମ୍‌ ବରା ଛଣାଯାଉଛି। ୪୦% ବେପାର କମିଛି। ସେହିପରି ବିରି ଦର କେଜିପିଛା ୧୨୦ ଟଙ୍କା ରହିବା ଅଧିକ ଚିନ୍ତାଜନକ ହୋଇଥିବା ସେ କହିଛନ୍ତି। ଏ ନେଇ ଜିଲା ଖାଦ୍ୟ ଯୋଗାଣ ବିଭାଗ ଅଧିକାରୀ ସଞ୍ଜୀବ ସାହୁ କୁହନ୍ତି, ବିଭାଗ ହାତରେ କିଛି ନାହିଁ। ନିୟମିତ ରିଟେଲର ପଏଣ୍ଟ ଯାଞ୍ଚ କରାଯାଉଛି। ୧୫ ତାରିଖ ମଧ୍ୟରେ ଦର ଖସିବ ବୋଲି ଶୁଣିବାକୁ ମିଳୁଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଉଁଶ ଗାଡ଼ିକୁ ଫେରାଇଲେ ପୂର୍ବତନ ସମିତି ସଭ୍ୟ

ବ୍ରଜରଜନଗର ୨୯ା୧୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲାରେ ଥିବା ବିଭିନ୍ନ କାରଖାନାରୁ ନିର୍ଗତ ପାଉଁଶକୁ ଗାଡ଼ିରେ ଲୋଡ଼ କରି ଠିକା କମ୍ପାନୀମାନେ ଚାରିଆଡେ ପକାଉଛନ୍ତି। ଏ ନେଇ...

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri