ବରଦାନ ସାବ୍ୟସ୍ତ ହେବ ପ୍ଲାଷ୍ଟିକ ନିଷେଧ

ଭୁବନେଶ୍ୱର,୩ା୧୦(ବ୍ୟୁରୋ): ସାରା ରାଜ୍ୟରେ ବୁଧବାରଠାରୁ ପ୍ଲାଷ୍ଟିକ ବ୍ୟବହାରକୁ ନିଷେଧ କରାଯାଇଛି। ଏଥିପାଇଁ ରାଜ୍ୟ ପ୍ରଶାସନର ସମସ୍ତ ବିଭାଗ ତତ୍ପରତା ପ୍ରକାଶ କରିଛନ୍ତି। ହେଲେ ଏହା କେତେ ଫଳପ୍ରଦ ହେବ, ତାହା ଭବିଷ୍ୟତରେ ଜଣାପଡ଼ିବ। ଅପରପକ୍ଷରେ ପ୍ଲାଷ୍ଟିକ ନିଷେଧ ଫଳରେ ରାଜ୍ୟରେ କେନ୍ଦୁ ଏବଂ ଶାଳପତ୍ର ଶିଳ୍ପ ବହୁଳଭାବେ ଫାଇଦା ଆଣିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ସମୟରେ ବାହାଘର, ଜନ୍ମଦିନ, ପର୍ବପର୍ବାଣି ଇତ୍ୟାଦି କାର୍ଯ୍ୟରେ ପ୍ଲାଷ୍ଟିକ ପ୍ଲେଟ ଏବଂ ଆନୁଷଙ୍ଗିକ ସାମାଗ୍ରୀ ବ୍ୟବହାର ହୋଇଥାଏ। ଏଣିକି ସମସ୍ତେ ପ୍ଲାଷ୍ଟିକର ବିକଳ୍ପ ଚିନ୍ତାକଲେଣି। ରାଜ୍ୟରେ କେନ୍ଦୁପତ୍ର ଏବଂ ଶାଳପତ୍ର ଉତ୍ପାଦନ ଓ ପ୍ରକ୍ରିୟାକରଣ ବ୍ୟବସ୍ଥାର ଚାହିଦା ରହିଛି। ତେଣୁ ପ୍ଲାଷ୍ଟିକ ନିଷେଧ ଏହି ଶିଳ୍ପ ପାଇଁ ବରଦାନ ସଦୃଶ ହେବ ।
ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ରାଜ୍ୟରେ ପ୍ରାୟ ୫ ଲକ୍ଷ ଲୋକ କେନ୍ଦୁ ଏବଂ ଶାଳପତ୍ର ଆଦିରୁ ପ୍ଲେଟ ଏବଂ ଆନୁଷଙ୍ଗିକ ନିର୍ମାଣ ଶିଳ୍ପରେ ନିୟୋଜିତ ଅଛନ୍ତି। ପତ୍ରରୁ ପ୍ରସ୍ତୁତ ହେଉଥିବା ପ୍ଲେଟ ଏବଂ କପ୍‌ ବଜାର ବାର୍ଷିକ ୧୫୦୦ କୋଟି ଟଙ୍କାର ବ୍ୟବସାୟ ଦେବାର କ୍ଷମତା ରଖୁଛି। ରାଜ୍ୟରେ ଅଢ଼େଇ ଲକ୍ଷ ବ୍ୟକ୍ତିବିଶେଷ ସିଧାସଳଖ କେନ୍ଦୁ ଏବଂ ଶାଳପତ୍ର ତୋଳିବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। କେନ୍ଦୁପତ୍ର ଶିଳ୍ପର ଚାହିଦା କେନ୍ଦୁଝର ଏବଂ ମୟୂରଭଞ୍ଜରେ ବହୁଳଭାବେ ଦେଖିବାକୁ ମିଳିଥାଏ। ଶ୍ରମିକମାନେ ଷ୍ଟିଚିଂ ମେଶିନ୍‌ ଏବଂ ହାତ ସିଲେଇ ଦ୍ୱାରା ପତ୍ରପ୍ଲେଟ ପ୍ରସ୍ତୁତ କରୁଛନ୍ତି। ଯଦି ଜର୍ମାନୀ ପ୍ରଭୃତି ଦେଶରେ ବ୍ୟବହୃତ ଟେକ୍ନୋଲୋଜିକୁ ବ୍ୟବହାର କରାଯାଇପାରିବ, ତେବେ ଏ ଶିଳ୍ପର ଅଧିକ ବିକାଶ ହୋଇପାରିବ ବୋଲି ଆଶା କରାଯାଉଛି। ଏହି ଶିଳ୍ପରେ ରୁଚି ରଖୁଥିବା ବିଶେଷଜ୍ଞ ଚିତ୍ତରଞ୍ଜନ ପାଣି କୁହନ୍ତି ଯେ, ପ୍ଲାଷ୍ଟିକ ନିଷେଧ ପରେ କେନ୍ଦୁ, ଶାଳପତ୍ର ବ୍ୟବସାୟ ପାଇଁ ଏକ ବଡ଼ଧରଣର ସୁଯୋଗ ସୃଷ୍ଟି ହୋଇଛି। ହେଲେ ଏହି ସୁଯୋଗକୁ ଉପଯୁକ୍ତ ବ୍ୟବସ୍ଥାଗତ ଢଙ୍ଗରେ ପରିଚାଳନା କରିବାର ଆବଶ୍ୟକତା ରହିଛି। ନିକଟରେ ଏହି ଶିଳ୍ପ ଉପରେ ଥିବା ଦ୍ରବ୍ୟ ଓ ସେବାକର(ଜିଏସ୍‌ଟି) ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ଅନୁରୂପଭାବେ ରାଜ୍ୟ ସରକାର କୁଇଣ୍ଟାଲ ପିଛା ୮୬ ଟଙ୍କା ରୟାଲଟି ନେଉନାହାନ୍ତି। କେନ୍ଦ୍ର ସରକାର ବନଧନ ନାମକ ଯୋଜନା ଆରମ୍ଭ କରିଛନ୍ତି। ଏହାକୁ ଯଦି ଉପଯୁକ୍ତଭାବେ ପରିଚାଳନା କରାଯାଏ, ତେବେ ରାଜ୍ୟରେ ଏହା ଅଧିକ ଲାଭଜନକ ଶିଳ୍ପ ହୋଇପାରିବ ବୋଲି ସେ କହିଛନ୍ତି।
କେନ୍ଦ୍ର ସରକାର ବନଧନ ଯୋଜନାରେ ଆଦିବାସୀବହୁଳ ଜିଲାଗୁଡିକ ଜଙ୍ଗଲଜାତ ଦ୍ରବ୍ୟର ତାଲିକା ପ୍ରସ୍ତୁତ କରିଛନ୍ତି। ଏହାର ଉତ୍ପାଦନ ସହ ପ୍ରକ୍ରିୟାକରଣରେ ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଙ୍କୁ ସାମିଲ କରାଯିବ। ସରକାର ଯେଉଁଭଳି ପ୍ଲାଷ୍ଟିକ ବ୍ୟବହାର ବନ୍ଦ ପାଇଁ ସଚେତନତା ଜାରି କରିଛନ୍ତି, ଅନୁରୂପଭାବେ ପତ୍ରଜାତ ଦ୍ରବ୍ୟର ବ୍ୟବହାର ପାଇଁ ସଚେତନତା ସୃଷ୍ଟି କରିବାର ଆବଶ୍ୟକ ରହିଛି। କେନ୍ଦୁଝର ଜିଲା ଆଇଟିଡିଏ ପିଏ ନାରାୟଣ ମୁର୍ମୁ କୁହନ୍ତି ଯେ, କେବଳ ବ୍ୟବସାୟରୁ ଲାଭ ଅର୍ଜନ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। କେନ୍ଦୁ, ଶାଳପତ୍ର ତୋଳାଳି, ବନ୍ଧାଣୀ ଇତ୍ୟାଦି କାର୍ଯ୍ୟରେ ପୂର୍ଣ୍ଣମାତ୍ରାରେ ନିୟୋଜିତ ଥିବା ବ୍ୟକ୍ତିବିଶେଷଙ୍କ ଜୀବନଧାରଣର ମାନ ଉନ୍ନତ କରିବା ମଧ୍ୟ ସରକାରଙ୍କ ଲକ୍ଷ୍ୟ। ପୂର୍ବାପେକ୍ଷା ଏହି ଶିଳ୍ପର ଚାହିଦା ବଢ଼ିବାରେ ଲାଗିଛି। ଆଗାମୀ ଦିନରେ ନୂତନ ଜ୍ଞାନକୌଶଳ ବିନିଯୋଗ କରି ଅଧିକ ସାମଗ୍ରୀ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri