ବରଗଡ଼ରେ କମୁନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୮୬ ପଜିଟିଭ୍‌ ଚିହ୍ନଟ

ବରଗଡ଼ ଅଫିସ,୯ା୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ନେଉନି। ଶୁକ୍ରବାର ଜିଲାରେ ପୁଣି ୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସୋହେଲା ବ୍ଲକର ସର୍ବାଧିକ ୧୪ଜଣ ରହିଥିବା ବେଳେ ଭେଡେନ ବ୍ଲକର ୧୨, ବରଗଡ଼ ପୌରାଞ୍ଚଳରେ ୩, ଅତାବିରା ବ୍ଲକର ୧୧, ଅତାବିରା ଏନ୍‌ଏସିର ୧, ବରପାଲି ବ୍ଲକର ୫, ପଦ୍ମପୁର ବ୍ଲକର ୯, ପଦ୍ମପୁର ଏନ୍‌ଏସି, ଭଟଲି ବ୍ଲକର ୪ ଜଣ, ପାଇକମାଲ ବ୍ଲକର ୪, ଅମ୍ବାଭୋନା ୬, ବିଜେପୁର ବ୍ଲକର ୭, ଗାଇସିଲେଟ ବ୍ଲକର ଜଣେ, ଝାରବନ୍ଧ ବ୍ଲକର ୨, ଅମ୍ବାଭୋନା ବ୍ଲକର ଜଣେ ଏବଂ ବରପାଲି ବ୍ଲକର ୫ଜଣ ଆକ୍ରାନ୍ତ ଅଛନ୍ତି ।
ଜିଲାରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୭୨୫୮ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୪୨୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ଅନ୍ୟ ୮୧୬ ଜଣ ଚିକିତ୍ସିତ ହେଉଛନ୍ତି ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।