ବମିଖାଲ ଅଞ୍ଚଳର ବୋଲି ଫେରାଇଦେଲା ହସ୍ପିଟାଲ, ଚାଲିଗଲା ଜୀବନ

ଭୁବନେଶ୍ୱର,୩।୫(ବ୍ୟୁରୋ): ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ମଧ୍ୟ ଲୋକେ ଏହି ଅଞ୍ଚଳ ନଁା ଶୁଣିଲେ ଭୟ କରୁଛନ୍ତି। ଏପରିକି ହସ୍ପିଟାଲ, ଡାକ୍ତରମାନଙ୍କ ମନରେ ମଧ୍ୟ ଛନକା ପଶୁଛି। ସୋମବାର ଏହି ଅଞ୍ଚଳରୁ ଆସିଥିବା ଜଣେ ରୋଗୀଙ୍କୁ ଏକ ଘରୋଇ ହସ୍ପିଟାଲ ଚିକିତ୍ସା ନ କରି ଫେରାଇ ଦେଇଥିବାରୁ ଅଧାବାଟରେ ଜୀବନ ଚାଲିଯାଇଛି। ଅନ୍ୟପଟେ ପୁଅ ମଧ୍ୟ ଲକଡାଉନ ଯୋଗୁ ନ ଆସିପାରିବାରୁ ଶେଷରେ ଝିଅ ବାପାର ମୁଖାଗ୍ନି ଦେଇ ଅନ୍ତିମ ସଂସ୍କାର କରିଛି। ଏପରିକି ଘର ମାଲିକ କି ସ୍ଥାନୀୟ ଲୋକେ ବି ସହଯୋଗ କରି ନ ଥିଲେ।
ସୂଚନା ଅନୁଯାୟୀ, ଯାଜପୁର ଅଞ୍ଚଳର ରବୀନ୍ଦ୍ର ନାୟକ(୬୦) ଝିଅ ଓ ସ୍ତ୍ରୀଙ୍କ ସହ ବମିଖାଲ ନିକଟ ବାସୁଦେବ ନଗରରେ ଭଡ଼ାରେ ରୁହନ୍ତି। ସେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ଗତ ୨୭ତାରିଖ ରାତିରେ ରବୀନ୍ଦ୍ରଙ୍କ ଛାତିରେ ଭୀଷଣ ଯନ୍ତ୍ରଣା ହୋଇଥିଲା। ଏହାଦେଖି ଝିଅ ସୌଦାମିନୀ ୧୦୮କୁ ଫୋନ୍‌ କରିଥିଲେ ମଧ୍ୟ ସହାୟତା ମିଳି ନ ଥିଲା। ପରେ ସେ ୧୦୪ ଏବଂ ୧୦୦କୁ ଫୋନ୍‌ କରିଥିଲେ ସେଠାରୁ ନିରାଶ ହେବା ପରେ ଓଲା ଭଡ଼ା କରି ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ହେଲେ ବମିଖାଲ ରହୁଥିବା ଜାଣିବା ପରେ ଉକ୍ତ ହସ୍ପିଟାଲ ଫେରାଇ ଦେଇଥିଲେ। ଏହାପରେ ବିଳମ୍ବିତ ରାତିରେ ଝିଅ ଅନ୍ୟ ଏକ ଘରୋଇ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ଚିକିତ୍ସା କରିବାରେ ବିଳମ୍ବ କରିଥିଲେ। ଏପରି କି ଇସିଜି ରିପୋର୍ଟରେ ବ୍ୟତିକ୍ରମ ଦେଖାଯିବା ପରେ ଅନ୍ୟ ହସ୍ପିଟାଲ ନେବାକୁ ଡାକ୍ତର କହିଥିଲେ। ହେଲେ ବାଟରେ ନେବା ସମୟରେ ରବୀନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ଝିଅ ମୃତଦେହ ଘରକୁ ନେଇଥିଲେ ମଧ୍ୟ ଘର ମାଲିକ ମନା କରିଥିଲେ। ଏପରିକି ଗ୍ୟାରେଜରେ ମଧ୍ୟ ରଖିବାକୁ ଦେଇ ନ ଥିଲେ। ସ୍ଥାନୀୟ ଲୋକେ ମଧ୍ୟ ସହଯୋଗ ନ କରିବାରୁ କିଛି ବାଟ ନ ପାଇ ସୌଦାମିନୀ ବାପାଙ୍କ ମୃତଦେହ ନେଇ ସତ୍ୟନଗର ମଶାଣିକୁ ଯାଇଥିଲେ। ସେଠାରେ ରାସ୍ତାକଡ଼ରେ ରଖି ପାରଳାଖେମୁଣ୍ଡିରେ ରହୁଥିବା ଭାଇଙ୍କ ଆସିବାକୁ ଅପେକ୍ଷା କରିଥିଲେ। ହେଲେ ଲକଡାଉନ ପାଇଁ ସ୍ଥାନୀୟ ପ୍ରଶାସନ ଭାଇକୁ ନ ଛାଡିବାରୁ ଝିଅ ବାପାଙ୍କୁ ମୁଖାଗ୍ନି ଦେଇଥିଲେ। ଏହାପରେ ମା ଓ ଝିଅ ଯାଜପୁର ଯାଇଥିବା ଜଣାପଡିଛି। ଏହି ଘଟଣା ଗଣମାଧ୍ୟମରେ ପ୍ରଚାର ହେବା ପରେ ସରକାରଙ୍କ ଚେତା ପଶିଥିଲା। ଘରୋଇ ହସ୍ପିଟାଲ ପାଇଁ ଏକ ଗାଇଡଲାଇନ୍‌ ଜାରି କଲେ। ସମସ୍ତ ଘରୋଇ ହସ୍ପିଟାଲ ଜରୁରୀ ସେବା ଯୋଗାଇ ଦେବେ। ବିଭିନ୍ନ ଆଳ କରି ବିଦା କରିଦେବେ ନାହିଁ ବୋଲି ସରକାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ପଲ୍ୟୁସନ ଅବଧି ବଢ଼ାଇ କହିଲେ…

ଭୁବନେଶ୍ୱର,୩୧ା୧୨: ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।...

ସୁସ୍ଥ ହେଉଛନ୍ତି ଅଭିଜିତ୍‌ ମଜୁମଦାର: ମେଡିକାଲରୁ ହେବେ ଡିସ୍‌ଚାର୍ଜ

ଭୁବନେଶ୍ୱର, ୩୧।୧୨: ସୁସ୍ଥ ହେଉଛନ୍ତି ସଙ୍ଗୀତକାର ଅଭିଜିତ୍‌ ମଜୁମଦାର। ଆସନ୍ତା ୨/୩ ଦିନ ମଧ୍ୟରେ ଏମ୍ସରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଭିଜିତଙ୍କୁ ଚିକିତ୍ସା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri