ବମିଖାଲରୁ ଲୁଚି ପଳାଇ ଆସିଛନ୍ତି ଦମ୍ପତି, ଭୟରେ ଅଞ୍ଚଳବାସୀ

ରସୁଲପୁର,୧୧।୪(ଡିଏନଏ)- ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୫୦ରେ ପହଞ୍ଚତ୍ଛି। ଏଥିରେ ସର୍ବାଧିକ ଆକ୍ରାନ୍ତ ଭୁବନେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି। ଏହି ସହରର ସତ୍ୟନଗର, ବମିଖାଲ, ସୁନ୍ଦରପଦା, ଝାରପଡ଼ା ଭଳି ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏହିସବୁ ଅଞ୍ଚଳକୁ ସିଲ କରିଦିଆଯାଇଛି। ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନଭାବେ ଗ୍ରହଣ କରାଯାାଇଛି। ଏହି ସମୟରେ ଚିହ୍ନଟ ଜୋନର ସୀମା ବାହାର ଓ ଭିତରକୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ଏଥିପାଇଁ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ଏତେସବୁ କଟକଣା ପରେ ବି ବମିଖାଲରୁ ଜଣେ ଦମ୍ପତି ଆସି ଯାଜପୁର ଜିଲା ରସୁଲପୁର ବ୍ଲକର ସାମନ୍ତରାପୁର ପଞ୍ଚାୟତରେ ପହଞ୍ଚତ୍ ଯାଇଛନ୍ତି। ଏହି ଦମ୍ପତି ଆସିବା ପରେ ଭୁବନେଶ୍ୱରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କଣ୍ଟେନମେଣ୍ଟ ଜୋନରୁ ଆସିଥିବା ଦମ୍ପତି ଶୁକ୍ରବାର ରାତିରେ ଏହି ପଞ୍ଚାୟତର ମହାରଣା ସାହିର ପୈତୃକ ଘରେ ରହିଥିଲେ। ଏ ସମ୍ପର୍କରେ ଖବର ପାଇ ସରପଞ୍ଚ ଅଭିମନ୍ୟୁ ମହାଳିକ ଉକ୍ତ ଦମ୍ପତିଙ୍କ ନିକଟରେ ପହଞ୍ଚତ୍ବା ସହ ସେମାନଙ୍କୁ ନେଇ ପଞ୍ଚାୟତର କ୍ୱାରେଣ୍ଟାଇନ ସେଣ୍ଟରରେ ରଖିଛନ୍ତି। ହେଲେ ସେ ଘରେ ଅବସ୍ଥାନ କରୁଥିବା ସମୟରେ ପରିବାରର ଅନ୍ୟ ସଦସ୍ୟଙ୍କ ସହ ମିଶିଛନ୍ତି। ତେବେ ଏହି ଦମ୍ପତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ତୁରନ୍ତ କ୍ୱାରେଣ୍ଟାଇନ କେନ୍ଦ୍ରରେ ରଖାଯିବା ସହ ସେମାନଙ୍କଠାରୁ ନମୁନା ସଂଗ୍ରହ ପାଇଁ ଦାବି ହେଉଛି। ପ୍ରକାଶ ଥାଉକି, ଯାଜପୁର ଜିଲାରେ ପ୍ରଥମ କରୋନା ରୋଗୀ ରସୁଲପୁର ବ୍ଲକର ବ୍ରହ୍ମବରଦା ଅଞ୍ଚଳରୁ ଚିହ୍ନଟ ହୋଇଥିଲା। ଉକ୍ତ ଆକ୍ରାନ୍ତ ସୁସ୍ଥ ହୋଇଥିବା ଖବର ଆସିଥିବାବେଳେ ଏକ ସଂକ୍ରମିତ ଅଞ୍ଚଳରୁ ଦମ୍ପତି ବ୍ରହ୍ମବରଦା ନିକଟସ୍ଥ ସାମନ୍ତାରପୁର ପଞ୍ଚାୟତକୁ ପଳାଇ ଆସିବା ପୁଣି କରୋନା ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ସେହିପରି ଡମଣା ଅଞ୍ଚଳରୁ ୪ଜଣ ରାହାମ୍ବା ପଞ୍ଚାୟତ କୁରାଂଶ ଗ୍ରାମକୁ ଚାଲିଆସିଥିବା ମଧ୍ୟ ଜଣାପଡ଼ିଛି। ବ୍ଲକ ପ୍ରଶାସନ ସେମାନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଥିଲେ ମଧ୍ୟ ସେମାନେ ଶୁଣୁ ନ ଥିବା ଜଣାପଡ଼ିଛି। ଏହାକୁ ନେଇ ଉକ୍ତ ଗ୍ରାମରେ ଭୟ ଓ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri