ବବିଙ୍କ ସମ୍ମୁଖରେ ଟିକେଟ ଦାବିକଲେ ରାସେଶ୍ୱରୀଙ୍କ ସମର୍ଥକ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ୨୦୨୪ ନିର୍ବାଚନରେ ସମ୍ବଲପୁର ଲୋକ ସଭା ଆସନ ପାଇଁ ବିଜେଡି ଓ ଭାଜପା ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇସାରିଛି। ପ୍ରଥମେ ଭାଜପା ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ଘୋଷଣା କରିବା ପରେ ବିଜେଡି ପ୍ରାର୍ଥୀ ଭାବେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ତାଲିକାରେ ସ୍ଥାନ ପାଇଥିଲା। ନାମ ଘୋଷଣା ହେବା ପରେ ବବି ସମ୍ବଲପୁର ଆସି ଶୁକ୍ରବାର ମାଁ ସମଲେଶ୍ୱରୀଙ୍କ ଆଶୀର୍ବାଦ ନେଇଛନ୍ତି। ତାଙ୍କୁ ଦଳୀୟ କର୍ମୀଙ୍କ ପକ୍ଷରୁ ସ୍ବାଗତ ସମ୍ବଦ୍ଧର୍ର୍ନା ଦିଆଯାଇଥିଲେ ମଧ୍ୟ ବିଜେଡିରେ ଥିବା ଗୋଷ୍ଠୀ କନ୍ଦଳ ପଦାକୁ ଆସିଛି। ସମ୍ବଲପୁର ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷାଣ ହୋଇ ନ ଥିବା ସତ୍ତ୍ୱେ ସମ୍ବଲପୁର ବିଜେଡିରେ ଏକ ବିଦ୍ରୋହର ଆଭାସ ମିଳିଛି, ଯାହା ସମଗ୍ର ସହରରେ ହଟଚମଟ ସୃଷ୍ଟି କରିଛି।
ସମ୍ବଲପୁର ବିଜେଡି ଜିଲା ସଭାପତି ତଥା ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀଙ୍କ ସହିତ ସମ୍ବଲପୁରରେ ପହଞ୍ଚତ୍ ଶୁକ୍ରବାର ପୂର୍ବାହ୍ନରେ ମାଁ ସମଲେଶ୍ୱରୀଙ୍କ ଦର୍ଶନ ପୂର୍ବରୁ ବରିଷ୍ଠ ବିଜେଡି ନେତ୍ରୀ ତଥା ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ବାସଭବନକୁ ଯାଇ ତାଙ୍କୁ ସାକ୍ଷାତ୍‌ କରିଥିଲେ। ଏହି ସମୟରେ ଡା. ପାଣିଗ୍ରାହୀଙ୍କୁ ସମ୍ବଲପୁର ବିଧାନସଭା ଆସନରେ ପ୍ରାର୍ଥୀ କରାଯାଉ ନ ଥିବା ଆଶଙ୍କାରେ ତାଙ୍କ ସମର୍ଥକମାନେ ହଠାତ୍‌ ବବିଙ୍କ ସମ୍ମୁଖରେ ସେମାନଙ୍କ ନେତ୍ରୀଙ୍କ ସପକ୍ଷରେ ଯାଇ ତାଙ୍କୁ ଟିକେଟ୍‌ ଦେବାକୁ ଦାବି କରିଥିଲେ। ବିଶେଷକରି ମହିଳା ବିଜେଡିର ବହୁସଂଖ୍ୟକ ସଦସ୍ୟା ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ଡା. ପାଣିଗ୍ରାହୀ ସର୍ବଦା ସେମାନଙ୍କ ସୁଖଦୁଃଖର ସାଥୀ ହୋଇ ରହି ଆସିଥିବା କହିଥିଲେ। ଏପରିକି ସମ୍ବଲପୁର ଜନସାଧାରଣ ତାଙ୍କୁ ଆଉଥରେ ବିଧାୟିକା ଭାବେ ଦେଖିବାକୁ ଚାହୁଁଛନ୍ତି। ତେଣୁ ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପକ୍ଷରୁ ଡା. ପାଣିଗ୍ରାହୀଙ୍କୁ ଟିକେଟ୍‌ ଦିଆଯାଉ ବୋଲି ଦାବି କରିଥିଲେ। ତାଙ୍କ ବ୍ୟତୀତ ଅନ୍ୟ କାହାକୁ ଟିକେଟ୍‌ ଦିଆଗଲେ ସେମାନେ ସମସ୍ତେ ନିର୍ବାଚନରୁ ଓହରିଯିବେ ବୋଲି ଚେତାବନୀ ଦେଇଛନ୍ତି। ଏହାର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।
ସମୟରେ ବିଜେଡି ଜିଲା ସଭାପତି ଇଂ ପୂଜାରୀ ମଧ୍ୟ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ରେଢ଼ାଖୋଲ ବିଧାୟକ ଥିବା ପୂଜାରୀ ସମ୍ବଲପୁର ବିଧାନସଭା କ୍ଷେତ୍ର ଲାଗି ଅନ୍ୟତମ ପ୍ରମୁଖ ଦାବିଦାର ଥିବାରୁ ତାହା ବିଜେଡି ପାଇଁ ଅପ୍ରୀତିକର ସ୍ଥିତି ସୃଷ୍ଟି କରିଛି। ପୂଜାରୀଙ୍କ ଉପସ୍ଥିତିରେ ଡା. ପାଣିଗ୍ରାହୀଙ୍କ ସମର୍ଥକଙ୍କ ଏଭଳି ଦାବି ସମ୍ବଲପୁର ବିଜେଡି ରାଜନୀତିରେ ଏକ ପ୍ରକାର ପ୍ରାକ୍‌ ନିର୍ବାଚନୀ ବିଦ୍ରୋହର ସଙ୍କେତ ଦେଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହିସବୁ ଆସନ ପାଇଁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି ୩ ଦଳ

ଭୁବନେଶ୍ୱର,୨୯ା୪(ସୁନୀତ୍‌ ମିଶ୍ର):ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାରଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେବ। ହେଲେ ଅଦ୍ୟାବଧି ବିଜେଡି, ଭାଜପା ତା’ର ପ୍ରାର୍ଥୀ ତାଲିକା ଘୋଷଣା...

ଝୁଲାଇ ରଖିଲା ବିଜେଡି, ବିରୋଧୀଙ୍କ ପ୍ରଚାର ଜୋରଦାର

ଯାଜପୁର,୨୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଚୂଡାନ୍ତ ହୋଇଥିବାବେଳେ ବିଜେଡି ଏଯାଏ ଝୁଲାଇ ରଖିଛି। ତେଣୁ ଶାସକ ଦଳର...

ଆଜି ୩ୟ ପର୍ଯ୍ୟାୟ ଭୋଟ ଲାଗି ବିଜ୍ଞପ୍ତି

ଭୁବନେଶ୍ୱର, ୨୯ା୪(ସୁନିତ୍‌ ମିଶ୍ର):ଦେଶର ଷଷ୍ଠ ଏବଂ ଓଡ଼ିଶାର ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଅର୍ଥାତ୍‌ ୩ୟ ପର୍ଯ୍ୟାୟ ଲାଗି...

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri