ବନ ବିଭାଗ ନୀରବ,ପଦା ହେଲାଣି ଜଙ୍ଗଲ

ଫୁଲବାଣୀ ଅଫିସ, ୩୧ା୧୨-କନ୍ଧମାଳ ଜିଲା ଫୁଲବାଣୀ ବନଖଣ୍ଡରେ କାର୍ଯ୍ୟରତ କର୍ମଚାରୀଙ୍କ ମନମୁଖି କାର୍ଯ୍ୟ ପଦାକୁ ଆସିଛି। ଜଙ୍ଗଲ ଜଗିବା ଦାୟିତ୍ୱରେ ଥିବା କର୍ମଚାରୀ ଏବଂ କାଠ ଚୋରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ଫୁଲବାଣୀ ସହର ନାରାୟଣୀ ପାହାଡ ପଦା ହେବା ଘଟଣାରେ ପ୍ରମାଣିତ ହୋଇଛି। ବନଖଣ୍ଡ କାର୍ଯ୍ୟାଳୟ, ବନାଞ୍ଚଳ କାର୍ଯ୍ୟାଳୟର ମାତ୍ର ୧ କି.ମି. ଭିତରେ ନାରାୟଣୀ ମନ୍ଦିର ପାହାଡ ଅଞ୍ଚଳରେ ପ୍ରାୟ ୧୦ ଏକରରୁ ଊର୍ଦ୍ଧ୍ୱ ସ୍ଥାନକୁ ପଦା କରି ଦିଆଯାଇଛି। ଦିନରେ କାଠ କଟା ହେଉଥିବା ବେଳେ ବନ ବିଭାଗ କିପରି ଜାଣି ପାରିଲା ନାହିଁ ତାହା ସାଧାରଣରେ ପ୍ରଶ୍ନବାସୀ ସୃଷ୍ଟି କରୁତ୍ଛି। ଏପଟେ ଲକ୍ଷା ଧିକ ଟଙ୍କା ଖର୍ଚ୍ଚ କରାଯାଇ ଜଙ୍ଗଲ ସୁରକ୍ଷା ଉପରେ ଲୋକଙ୍କୁ ସଚେତନ କରାଯାଉଛି। କିନ୍ତୁ ଏହା ଖାଲି ପ୍ରଚାରରେ ରହିଛି। ସବୁଠୁ ବଡ କଥା ହେଉଛି ନାରାୟଣୀ ପାହାଡରେ ମୂଲ୍ୟବାନ ଚନ୍ଦନ ଗଛ କାଟି ନିଆଯାଇଛି। ଜଙ୍ଗଲ ପଦା ହେବାପରେ କର୍ମଚାରୀ ସେଠାକୁ ଯାଇ ଏହା ସରକାରୀ ଜମି ବୋଲି ବ୍ୟାନର ଲଗାଇଛନ୍ତି। ଏହି ଘଟଣାରେ ଆଜି ପର୍ଯ୍ୟନ୍ତ କୌଣସି କର୍ମଚାରୀଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଗତ ସପ୍ତାହେ ପୂର୍ବରୁ ପାହାଡରେ ଗଛ କଟା ଅଭିଯାନ ଧୀରେ ଧୀରେ ଆରମ୍ଭ ହୋଇଥିଲା। ସେଠାରେ ଘର କରିବା ପାଇଁ କେତେକ ଲୋକେ ଜାଗା ଅକ୍ତିଆର କରିବା ଆରମ୍ଭ କଲେ। ଏପରିକି କିଛି ଲୋକଙ୍କୁ ବିକ୍ରି ମଧ୍ୟ କରାଗଲା। ଏସବୁ ଜାଣି ବନ ବିଭାଗ ଚୁପ୍‌ ବସିଥିଲା। ସ୍ଥାନୀୟ ଲୋକେ ଏନେଇ ବନ ବିଭାଗ ଓ ପୋଲିସରେ ଖବର ଦେବାପରେ ସମସ୍ତେ ତପତ୍ର ହୋଇ ଉଠିଥିଲେ। ଗୋଟିଏ ପଟେ ଗଛ କଟା ଚାଲିଥିବା ବେଳେ ବନ ବିଭାଗ ହର୍ବାଲ ମେଳାରେ ବ୍ୟସ୍ତ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବର୍ଷେ ମଧ୍ୟରେ ଏହି ପାହାଡ ଉପରେ ମଧ୍ୟ କିଛି ଘର ନିର୍ମାଣ ହୋଇଥିଲା। ଅଭିଯୋଗ ହେବା ପରେ ଯାଇ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଗଛ କଟାଯିବା ବିଷୟରେ ଫୁଲବାଣୀ ରେଞ୍ଜର ସଚିଦାନନ୍ଦ ସେଠୀ କହିଛନ୍ତି, କଟା ଯାଇଥିବା ଗଛ ଜବତ କରାଯାଇଛି। ଗଛ କିଏ କାଟିଛନ୍ତିି ତାହା ଜଣା ପଡୁ ନ ଥିବାରୁ କାହା ନାମରେ ମାମଲା ରୁଜୁ ହୋଇ ପାରିନି ବୋଲି ସେ କହିଛନ୍ତି। ଶନିବାର ବନ ବିଭାଗ ଜଣେ ବ୍ୟକ୍ତିଙ୍କୁ ଚନ୍ଦନ ଗଛ କାଟିବା ଅଭିଯୋଗରେ ଗିରଫ କରିଛି। ଏ ନେଇ ବନଖଣ୍ଡ ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କୁ ପଚାରିବାରେ ଗଛ କଟା ଯାଇଥିବା ସ୍ଥାନ ଜଙ୍ଗଲ କିସମ। ସେଠାରେ ଥିବା ଶାଳ ଗଛ କଟାଯାଇନାହିଁ। ଛୋଟ ଛୋଟ ଗଛ କଟାଯାଇଛି। ଏହା ସଂରକ୍ଷିତ ଜଙ୍ଗଲ ନୁହେଁ। ଏହି ସ୍ଥାନରେ ଖାଲି ଆମର ନୁହେଁ, ରାଜସ୍ବ ବିଭାଗ ଏବଂ ପୋଲିସର ଉତ୍ତର ଦାୟିତ୍ୱ ରହିଛି। ସମନ୍ବୟ ଅଭାବରୁ ଏସବୁ ହୋଇଛି। ଆଗାମୀ ଦିନରେ ଏସବୁ ଦିଗ ଉପରେ ଧ୍ୟାନ ଦିଆଯିବ ବୋଲି କହିଛନ୍ତିି।
ସୂଚନାଯୋଗ୍ୟ, ଦୁର୍ଗମ ଅଞ୍ଚଳ ବିଲାବାଡିକୁ ବିଦ୍ୟୁତ୍‌ ଯିବା ପାଇଁ କାମ କରୁଥିବା ସଂସ୍ଥା ଖୁଣ୍ଟ ପକାଇବା ପାଇଁ କିଛି ଗଛ କାଟିଥିଲା। ସେତେବେଳେ ବିଦ୍ୟୁତ୍‌ କର୍ମଚାରୀଙ୍କୁ ବିଭାଗ ଗିରଫ କରିଥିଲା। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବି ପ୍ରକାଶ ପାଇଥିଲା। ଏଠି ସହର ଏବଂ ବନ ବିଭାଗ କାର୍ଯ୍ୟାଳୟ ପାଖରେ ଜଙ୍ଗଲ, ପାହାଡ ସଫା କରାଯାଉଛି। ସବୁ ଜାଣି ବନ ବିଭାଗ ଚୁପ୍‌ ବସିବା ପଛରେ କ’ଣ କାରଣ ରହିଛି ତାହା ସ୍ପଷ୍ଟ ବାରି ହୋଇପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା

ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri