ବନ ବିଭାଗର ଚଢ଼ାଉ: କାଠ ମାଫିଆ ଫେରାର; କାଠ ଗଣ୍ଡି, ୭ ସାଇକେଲ, ୧୦ କଟୁରୀ ଜବତ

ଓଡଗାଁ, ୧୩।୪(ସ୍ବ. ପ୍ର. ): ନୟାଗଡ଼ ଜିଲା ଓଡ଼ଗାଁ ରେଞ୍ଜ ଓ ବାହାଡ଼ାଝୋଲା ସେକ୍ସନ ଅନ୍ତର୍ଗତ ସଂରକ୍ଷିତ ଜଙ୍ଗଲରୁ କାଠ ମାଫିଆମାନେ ସୋମବାର କାଠ କାଟି ସାଇଜ କରୁଥିଲେ। ବିଶେଷ ସୂତ୍ରରୁ ଖବର ପାଇ ବନ କର୍ମଚାରୀ ସେଠାରେ ଚଢ଼ାଉ କରିଥିଲେ। ତେବେ ଚଢ଼ାଉ ବେଳେ କାଠ ମାଫିଆମାନେ ଫେରାର ହୋଇଯାଇଥିଲେ। ବନ କର୍ମଚାରୀ ୭ ସାଇକେଲ, ୧୦ କଟୁରୀ, କରତ ଓ କାଠ ଗଣ୍ଡି ଜବତ କରିଥିବା ବନପାଳ ସରିତା ବରାଳ ସୂଚନା ଦେଇଛନ୍ତ।