ବନ ଅଧିନିୟମ ସଂଶୋଧନକୁ ବିରୋଧ

ବ୍ରହ୍ମପୁର ଅଫିସ,୯ା୯-ଭାରତୀୟ ବନ ଅଧିନିୟମ ୧୯୨୭ ପ୍ରସ୍ତାବିତ ସଂଶୋଧନକୁ ଆଦିବାସୀ ଭାରତ ମହାସଭା ବିରୋଧ କରିଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି ହୋଇଛି ।
ନ ହେଲେ ଏହାର ପ୍ରତିବାଦରେ ସେପ୍ଟେମ୍ବର ୩୦ରେ ଭଞ୍ଜନଗରରେ ଆଦିବାସୀଙ୍କ ବିଶାଳ ସମାବେଶ ହେବ। ସରକାରଙ୍କ ଅନ୍ୟାୟର କଡ଼ା ଜବାବ ଦିଆଯିବ। ମହାସଭା ଜିଲା କମିଟି ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଭାରତ ମହାସଭା ଜାତୀୟ ସଂଯୋଜକ ସୌରା ଯାଦବ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭୋଜଲାଲ ନେତାମ ଗଞ୍ଜାମ ଗସ୍ତରେ ଆସି ରବିବାର ଜିଲା କମିଟି କର୍ମକର୍ତ୍ତା ଏବଂ ବିଭିନ୍ନ ସଂଗଠନର ଆଦିବାସୀ ନେତାଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। କେତେକ ଆଦିବାସୀ ଅଧ୍ୟୁଷିତ ଗ୍ରାମବାସୀ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।
ଓଡ଼ିଶାରେ ଆଦିବାସୀଙ୍କ ଉପରେ ପୋଲିସର ଦମନଲୀଳା ଚାଲିଥିବା ଏବଂ ଜଙ୍ଗଲ ଜମିରୁ ଉଚ୍ଛେଦ ପାଇଁ ଷଡ଼ଯନ୍ତ୍ର ଅବ୍ୟାହତ ରହିଥିବା ଦୁଇ ଜାତୀୟ ନେତାଙ୍କୁ ଅବଗତ କରାଯାଇଥିଲା। ସେମାନଙ୍କୁ ମୌଳିକ ସୁବିଧା ସରକାର ଓ ପ୍ରଶାସନ ଯୋଗାଉ ନ ଥିବା ଅଭିଯୋଗ କରାଯାଇଥିଲା । କେତେକ କ୍ଷେତ୍ରରେ ମିଥ୍ୟା ମାମଲା ପୋଲିସ ରୁଜୁକରି ଆଦିବାସୀଙ୍କୁ ଗିରଫ ଏବଂ ମହିଳାଙ୍କୁ ଅଶୋଭନୀୟ ଆଚରଣ କରୁଥିବା ରାଷ୍ଟ୍ରୀୟ ନେତାଙ୍କୁ କୁହାଯାଇଥିଲା ।
ଗଞ୍ଜାମ କଳା ପରିଷଦରେ ହୋଇଥିବା ବୈଠକରେ ଭଞ୍ଜନଗର ଉପଖଣ୍ଡରେ ନିରୀହ ଆଦିବାସୀଙ୍କ କାଜୁ ଫସଲ ମାଫିଆମାନେ ଜବରଦସ୍ତ ଲୁଟି ନେଉଥିବା ଏବଂ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ଦର୍ଶାଇ କ୍ଷୋଭ ପ୍ରକାଶ କରାଯାଇଥିଲା। ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର କର୍ପୋରେଟ ସଂସ୍ଥାକୁ ସୁହାଇବା ପାଇଁ ଖଣି ଖାଦାନ, ଜମି ଓ ଜଙ୍ଗଲ ଜମି ଟେକି ଦେଉଥିବା ଜାତୀୟ ନେତାଦ୍ୱୟ ଅଭିଯୋଗ କରିଥିଲେ। ଫଳରେ ଆଦିବାସୀ ଓ ଅନୁସୂଚିତ ଜାତି ପରିବାରଙ୍କ ସର୍ବନାଶ ହେଉଛି । କେନ୍ଦ୍ର ରାଜ୍ୟ ସରକାରଙ୍କ ଆଦିବାସୀ ମାରଣ ନୀତି ବନ୍ଦ ନ ହେଲେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବାର ଚେତାବନୀ ଦିଆଯାଇଛି । ମହାସଭା ରାଜ୍ୟ ସଂଯୋଜକ ତଥା ଜିଲା ସମ୍ପାଦକ ଟୁନା ମଲିକ, ଜିଲା ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଉପସଭାପତି ତ୍ରିନାଥ ମଲିକ ଓ ବିଷ୍ଣୁ ପ୍ରସାଦ ମଲିକ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri