ବନ୍ୟା ସୁରକ୍ଷା ବନ୍ଧରୁ ବ୍ୟାପକ ଗଛକଟା: ବିପଦକୁ କରୁଛି ଆମନ୍ତ୍ରଣ

ଆନନ୍ଦପୁର,୩୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ବାମପାର୍ଶ୍ୱ ବନ୍ୟା ସୁରକ୍ଷାବନ୍ଧର ଫକୀରପୁରଠାରେ ବ୍ୟାପକ ଗଛ କଟାଯାଉଥିବା ପରିଲକ୍ଷିତ ହୋଇଛି। ଫଳରେ ବନ୍ଧ ପ୍ରତି ବିପଦକୁ ଆମନ୍ତ୍ରଣ କରୁଛି। ସଂପୃକ୍ତ ଅଞ୍ଚଳରେ ବିଭିନ୍ନ ସମୟରେ ବୈତରଣୀରେ ବନ୍ୟାଜଳ ଆସି ବନ୍ଧ ଭାଙ୍ଗିବାର ନଜିର ରହିଛି।୨୦୧୧ରେ ଫକୀରପୁର ଠାରେ ବୈତରଣୀରେ ବନ୍ୟା ଆସି ବନ୍ଧ ଭାଙ୍ଗିଥିବା ବେଳେ ୨୦୧୩ ଫାଇଲିନ୍‌ରେ ମଧ୍ୟ ବନ୍ଧ ଭାଙ୍ଗିଥିଲା। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।