Categories: ଜାତୀୟ

ବନ୍ୟା ପୀଡିତ ପରିବାରଙ୍କୁ ୬ ହଜାର ଟଙ୍କା ଦେବାକୁ ଘୋଷଣା କଲେ ନୀତୀଶ

ପାଟନା,୧୯।୭: ବିହାରରେ ଚଳିତ ବର୍ଷ ବନ୍ୟା ପରିସ୍ଥିତି ଉତ୍କଟ ରୂପ ଧାରଣ କରିଛି ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଶୁକ୍ରବାର ସଚିବାଳୟରେ ଏକ ବୈଠକ ଡକାଇଥିଲେ। ଏହି ବୈଠକରେ ନୀତୀଶ ସୂଚନା ଦେଇଛନ୍ତି କି ବନ୍ୟା ପୀଡିତ ପରିବାରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୬ ହଜାର ଟଙ୍କା ପଠାଇ ଦିଆଯିବ। ସୂଚନାଯୋଗ୍ୟ, ଚଳିବର୍ଷ ବନ୍ୟାରେ ବିହାରର ଅଧିକାଂଶ ଅଞ୍ଚଳ ଜଳ ଘେରରେ ଥିବା ବେଳେ ଏହାଦ୍ୱାରା ୪୫ ଲକ୍ଷ ୪୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଏଠାରେ ପ୍ରାୟ ୧୨ଟି ଜିଲାରେ ଆସିଥିବା ବନ୍ୟାରେ ଏବେ ସୁଦ୍ଧା ୭୮ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି।

Share