ଭଞ୍ଜନଗର,୬।୭(ଡି.ଏନ.ଏ.)-ବନ୍ୟଜନ୍ତୁ ସୁରକ୍ଷା ପାଇଁ ସାଉଥ୍କୋ ଏବଂ ଜଙ୍ଗଲ ବିଭାଗ ମଧ୍ୟରେ ବିଭିନ୍ନ ସମୟରେ ସମନ୍ବୟ ବୈଠକ ହେଉଛି। ମିଳିତ ପାଟ୍ରୋଲିଂ କରିବାକୁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଏହା କାଗଜ କଲମରେ ରହିଯାଉଛି । ଯାହାର ଫାଇଦା ନେଉଛନ୍ତି ବନ୍ୟଜନ୍ତୁ ଶିକାରୀ। ସେମାନେ ରାତି ହେଲେ ଜଙ୍ଗଲ ରାସ୍ତା ଦେଇ ଯାଇଥିବା ବିଦ୍ୟୁତ୍ ତାରରେ ହୁକିଂ କରି ଶିକାର କରୁଥିବାରୁ ଫ୍ୟୁଜ୍ ଚାଲିଯାଉଛି। ଏହାକୁ ରୋକିବା ପାଇଁ ସାଉଥ୍କୋ ପକ୍ଷରୁ ରାତିରେ ଲାଇନ କାଟି ଦିଆଯାଉଥିବା ଅଭିଯୋଗ ହେଉଛି। ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳର ନାଟେଙ୍ଗା, ଗୋବରା, କଣ୍ଟେଇପଲ୍ଲୀ ଆଦି ଅଞ୍ଚଳରେ ରାତିରେ ବିଦ୍ୟୁତ୍ କାଟ୍ ହେଉଛି। ଏପଟେ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ପାଟ୍ରୋଲିଂ କଡ଼ାକଡ଼ି କିମ୍ବା ବିକଳ୍ପ ବ୍ୟବସ୍ଥା କରା ନ ଯାଇ ଏଭଳି ବିଦ୍ୟୁତ୍ କାଟ କରାଗଲେ ଆଗାମୀ ଦିନରେ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଶ୍ରୀକରପୁର ଗ୍ରାମର ଆଇନଜୀବୀ ଚନ୍ଦ୍ରମଣି ମହାପାତ୍ର କହିଛନ୍ତି। ଏ ନେଇ ସାଉଥ୍କୋ ଯନ୍ତ୍ରୀ ରତ୍ନାକର ତ୍ରିପାଠୀ ବନ୍ୟଜନ୍ତୁ ପାଇଁ ବିଦ୍ୟୁତ୍ କାଟ ହେଉଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, କେଉଁ କାରଣରୁ ରାତି ହେଲେ ଫ୍ୟୁଜ୍ ଚାଲିଯାଉଛି ତାହା ଠିକ୍ ଭାବେ ଜଣାପଡ଼ୁନାହିଁ । ପ୍ରାୟ ୮ଦିନ ହେବ ଏହି ସମସ୍ୟା ଲାଗି ରହିଛି । ସକାଳେ ବିଦ୍ୟୁତ୍ ସେବା ସ୍ବାଭାବିକ ହୋଇଯାଉଛି। ଶୁକ୍ରବାର ରାତିରେ ବିଭିନ୍ନ ଅଞ୍ଚଳ ଯାଞ୍ଚ କରାଯାଇଥିଲେ ମଧ୍ୟ ତ୍ରୁଟି ଜଣାପଡ଼ିନି। ତଥାପି କାକର ପଡ଼ିଲେ କିମ୍ବା ବର୍ଷା ହେଲେ ଏଭଳି ସମସ୍ୟା ଉପୁଜିପାରେ । ଆଗାମୀ ଦିନରେ ଏହି ସମସ୍ୟା ଦୂର ହେବ ବୋଲି ଯନ୍ତ୍ରୀ କହିଛନ୍ତି।
Posted inHome, Home Middle, ଗଞ୍ଜାମ View All
ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ
କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…
ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…
ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…
ମଦ ପିଇ ବସ୍ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍ ଆନାଲାଇଜର୍ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍ ସସ୍ପେଣ୍ଡ ସହ…
ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…
ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…
ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…
ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…
ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…
‘ଶିକ୍ଷା ସଚେତନତା ରଥ’ ଉଦ୍ଘାଟନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର
ଦିଗପହଣ୍ଡି, ୪ା୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଶନିବାର ଏକ ‘ଶିକ୍ଷା…
ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର
ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…
ଚାଲିଛି ଆଇପିଏଲ ସିଜନ୍: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ
ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…
Archives

