Categories: ବୌଦ୍ଧ

ବନ୍ଧୁସାହିରେ ପାନୀୟ ଜଳ ସଙ୍କଟ

ଜହ୍ନାପଙ୍କ,୨୪।୫ (ଡି.ଏନ.ଏ)- ବୌଦ୍ଧ ବ୍ଲକ ତେଲିବନ୍ଧ ପଞ୍ଚାୟତ ଅନ୍ତର୍ଗତ ବନ୍ଧୁସାହିରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି । ଏହି ସାହିରେ ୨୦ ପରିବାରର ପ୍ରାୟ ୩୦୦ ଲୋକ ବସବାସ କରନ୍ତି । ଏମାନଙ୍କ ପାଇଁ ୨ଟି ନଳକୂପ ଅଛି । ମାତ୍ର ଖରାଦିନ ଆସିଲେ ଜଳସ୍ତର ନିମ୍ନଗାମୀ ହେତୁ ନଳକୂପରୁ ଅଳ୍ପ ଅଳ୍ପ ପାଣି ବାହାରୁଛି । ଏପରି କି ବାଲ୍‌ଟିଏ ପାଣି ସଂଗ୍ରହ ପାଇଁ ଅଧଘଣ୍ଟା ସମୟ ଲାଗୁଛି । ବସ୍ତିଟି ଏକ ପଥୁରିଆ ଜାଗାରେ ହୋଇଥିବାରୁ ପ୍ରତିବର୍ଷ ଗ୍ରୀଷ୍ମଋତୁ ଆସିଲେ ଏହି ସମସ୍ୟା ଦେଖା ଦେଇଥାଏ । ପୂର୍ବବର୍ଷଗୁଡିକରେ ଏପ୍ରିଲ ମାସରୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଥିଲା । କିନ୍ତୁ ଚଳିତବର୍ଷ ମେ ମାସ ସରିବାକୁ ବସିଥିଲେ ହେଁ ପାନୀୟ ଜଳ ଯୋଗାଣର କୌଣସି ବ୍ୟବସ୍ଥା ହୋଇନାହିଁ । ଫଳରେ ସାହିବାସୀ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।