ବନ୍ଧବାହାଲ ଏମ୍‌ସିଏଲ୍‌ ହସ୍‌ପିଟାଲର ଉନ୍ନତି କରାଯିବ

ଲଖନପୁର,୧୧।୪(ଡି.ଏନ୍‌.ଏ.): ବନ୍ଧବାହାଲସ୍ଥିତ ଏମ୍‌ସିଏଲ୍‌ କୋଭିଡ୍‌ ଚିକିତ୍ସାଳୟକୁ ଶନିବାର ପୂର୍ବାହ୍ନରେ ବରଗଡ ଏମ୍‌ପି ସୁରେଶ ପୂଜାରୀ ପରିଦର୍ଶନ କରଛନ୍ତି। ୫୦ ଶଯ୍ୟା ବିଶିଷ୍ଟ ଏହି ଚିକିତ୍ସାଳୟକୁ ୧୦୦ଶଯ୍ୟା ବିଶିଷ୍ଟ କରିବା, ବିଭିନ୍ନ ବିଭାଗର ଡାକ୍ତର ଓ ଆବଶ୍ୟକ ସ୍ବାସ୍ଥ୍ୟକର୍ମୀ ଆଦି ନିଯୁକ୍ତି କରିବାକୁ ନେଇ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ସହିତ ଆଲୋଚନା କରିବେ ବୋଲି ପୂଜାରୀ କହିଛନ୍ତି। ଏମ୍‌ସିଏଲ୍‌ ଲଖନପୁର କ୍ଷେତ୍ର ମହାପ୍ରବନ୍ଧକ ଅନିଲ କୁମାର ସିଂହ, ଏପିଏମ୍‌ ସଞ୍ଜୀବ ଭରଦ୍ୱାଜ, ଡା. ଓ୍ବାଇ ସି ରାଓ, ଡା.ଅରବିନ୍ଦ କୁମାର ପ୍ରମୁଖଙ୍କ ସହିତ ସେ ଆଲୋଚନା କରିଥିଲେ। ଏହାପରେ ସେ ବେଲପାହାଡ, ବ୍ରଜରାଜନଗର ପୌରାଞ୍ଚଳ ଆଦି ପରିଦଶ ନର୍ କରି କରୋନା ନିୟନ୍ତ୍ରଣ ସମ୍ପର୍କରେ ପଚାରି ବୁଝିଥିଲେ। ସରକାରଙ୍କ ତରଫରୁ ଅସହାୟ ଲୋକଙ୍କୁ ଦିଆଯାଉଥିବା ରନ୍ଧାଖାଦ୍ୟ କେନ୍ଦ୍ର ମଧ୍ୟ ଯାଇ ପରିଦର୍ଶନ କରିଥିଲେ। କେତେକ ଲୋକଙ୍କୁ ଖାଉଟି ସାମଗ୍ରୀ ବଣ୍ଟନ କରି କରୋନା ନୟନ୍ତ୍ରଣ ସମ୍ପର୍କରେ ସଚେତନ କରିଥିଲେ। ଏହି ଅବସରରେ କେତେକ ଅନୁଷ୍ଠାନ ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଡିମାଣ୍ଡ୍‌ ଡ୍ରାଫ୍ଟ ପ୍ରଦାନ କରିଥିଲେ। ତେବେ ବେଲପାହାଡ ପୌରାଞ୍ଚଳ ଅଧ୍ୟକ୍ଷ ପର୍ଶୁରାମ ସାହୁ, ନିର୍ବାହୀ ଅଧିକାରୀ ଲୋକନାଥ ତିଓ୍ବାରୀ ଓ ବ୍ରଜରାଜନଗର ପୌରାଞ୍ଜଳ ନିର୍ବାହୀ ଅଧିକାରୀ ଦିଲ୍ଲୀପ ପଟେଲ ପ୍ରମୁଖଙ୍କ ସହିତ ସେ ଆଲୋଚନା କରିଥିଲେ। ଜିଲା ପରିଷଦ ସଦସ୍ୟ ସାମଲ ନାୟକ, ବିଶ୍ୱଜିତ ଷଡୀ, ରଘୁନନ୍ଦନ ପଣ୍ଡା, ଅଜୟ ବିଶ୍ୱାଳ, ସମୀର ମିଶ୍ର, ପ୍ରମୋଦ ସେନାପତି, ତପନ ଜେନା, ସଞ୍ଜୟ ସିଂହ ଓ ତପନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri