ବନ୍ଦ ହୋଇଯିବ ଆଦିତ୍ୟ ବିର୍ଲା ଆଇଡିଆ ପେମେଣ୍ଟସ ବ୍ୟାଙ୍କ

ନୂଆଦିଲ୍ଲୀ,୨୧-୭: ନୂଆ ଯୁଗର ପେମେଣ୍ଟ ବ୍ୟାଙ୍କ ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି। ଭୋଡ଼ାଫୋନର ଏମ୍‌ ପୈସା ପରେ ଆଦିତ୍ୟ ବିର୍ଲା ଆଇଡିଆ ପେମେଣ୍ଟସ ବ୍ୟାଙ୍କ ବନ୍ଦ ହୋଇଯିବ। ମାତ୍ର ୧୭ ମାସ ପୂର୍ବେ ଆରମ୍ଭ ହୋଇଥିବା ଏହି ବ୍ୟାଙ୍କ ଆସନ୍ତା ୨୬ରୁ ସମସ୍ତ ନେଣଦେଣ ବନ୍ଦ କରିବାକୁ ଘୋଷଣା କରିଛି। ଗ୍ରାହକ ନିଜ ଆକାଉଣ୍ଟରେ ଥିବା ଟଙ୍କାକୁ ଅନ୍ୟ ବ୍ୟାଙ୍କକୁ ସ୍ଥାନାନ୍ତର କରିବାକୁ ଆଇଡିଆ ପେମେଣ୍ଟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଭୋଡାଫୋନ ଆଇଡିଆ ପକ୍ଷରୁ କୁହାଯାଇଛି ଯେ, ବ୍ୟାଙ୍କ ବନ୍ଦ କରିବା ଲାଗି ନିୟାମକୀୟ ଅନୁମତି ମିଳିଯାଇଛି। ବ୍ୟାଙ୍କ ପକ୍ଷରୁ ଶୁକ୍ରବାର ଷ୍ଟକ୍‌ ଏକ୍ସଚେଞ୍ଜକୁ ଏ ସମ୍ପର୍କରେ ଜଣାଇ ଦିଆଯାଇଛି। ଅପେକ୍ଷାକୃତ ସଫଳତା ନ ମିଳିବା କାରଣରୁ ବ୍ୟାଙ୍କ ବ୍ୟବସାୟକୁ ଆଗକୁ ବଢ଼ାଇବା ସମ୍ଭବ ନୁହେଁ ବୋଲି ବ୍ୟାଙ୍କ କହିଛି। ଗ୍ରାହକ ଅନ୍‌ଲାଇନ, ମୋବାଇଲ ବ୍ୟାଙ୍କିଙ୍ଗ ଅଥବା ନିକଟସ୍ଥା ବ୍ୟାଙ୍କିଙ୍ଗ ପଏଣ୍ଟକୁ ଯାଇ ନିଜର ବାଲାନ୍ସ ଟ୍ରାନ୍ସଫର କରିପାରିବେ। ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଆଦିତ୍ୟ ବିର୍ଲା ନୁଭୋ ଏବଂ ଆଇଡିିଆ ସେଲ୍ୟୁଲାର ଯୁଗ୍ମ ଭାବେ ଆଦିତ୍ୟ ବିର୍ଲା ଆଇଡିଆ ପେମେଣ୍ଟ ବ୍ୟାଙ୍କ ପ୍ରତିଷ୍ଠା କରିଥିଲେ। ରେଗୁଲେଟୋରୀ ସର୍ତ୍ତ ପୂରଣ କରିବା ଲାଗି ୧୮ ମାସ ସମୟ ଦିଆଯାଇଥିଲା। ପରେ ୭ ଜଣ ଆବେଦନକାରୀଙ୍କୁ ପେମେଣ୍ଟ ବ୍ୟାଙ୍କ ଲଞ୍ଚ କରିବାକୁ ଫାଇନାଲ ଲାଇସେନ୍ସ ମିଳି ଥିଲା। ୨୦୧୬ରେ ଆଇଡିଆ ସେଲ୍ୟୁଲାର ଏହାର ସହଯୋଗୀ କମ୍ପାନୀ ଆଇଡିଆ ମୋବାଇଲ କମର୍ସ ସର୍ଭିସେସ୍‌କୁ ପେମେଣ୍ଟ ବ୍ୟାଙ୍କରେ ମିଶାଇ ଦେଇଥିଲା। ଏଥିରେ ଆଦିତ୍ୟ ବିର୍ଲା ନୁଭୋର ୫୧% ଅଂଶଧନ ରହିଛି। ବ୍ୟାଙ୍କରେ ପ୍ରାୟ ୨୦୦ କର୍ମଚାରୀ ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଗ୍ରୁପ୍‌ର ଅନ୍ୟ କମ୍ପାନୀକୁ ସ୍ଥାନାନ୍ତର କରାଯାଇଥିବା ବେଳେ କେତେକଙ୍କୁ ଚାକିରି ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଡିସେମ୍ବର, ୨୦୧୮ ସୁଦ୍ଧା ପେମେଣ୍ଟ ବ୍ୟାଙ୍କ ମାତ୍ର ୫.୬୨ କୋଟି ଟଙ୍କା ଜମା କରିପାରିଥିଲା। ଏହି ସେଗମେଣ୍ଟରେ ଏୟାରଟେଲ ପେମେଣ୍ଟସ ବ୍ୟାଙ୍କ ଓ ପେଟିଏମ୍‌ ପେମେଣ୍ଟସ ବ୍ୟାଙ୍କ କାର୍ଯ୍ୟ କରୁଛି। ଡିସେମ୍ବର ୨୦୧୮ ସୁଦ୍ଧା ସମସ୍ତ ପେମେଣ୍ଟ ବ୍ୟାଙ୍କ ନିକଟରେ ୭୮୦ କୋଟି ଟଙ୍କା ରହିଛି। କଡ଼ା କଓ୍ବୋଇସି ନିୟମ ଏବଂ ପ୍ରତିଯୋଗିତା ଯୋଗୁ ପେମେଣ୍ଟସ ବ୍ୟାଙ୍କ ସେଗ୍‌ମେଣ୍ଟ ଆଗେଇ ପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri