Categories: ବାଣିଜ୍ୟ

ବନ୍ଦ ହୋଇପାରେ ୪୦% ଟ୍ରାଭେଲ-ଟୁରିଜମ୍‌ ସଂସ୍ଥା

ନୂଆଦିଲ୍ଲୀ,୨୬।୫: କରୋନା ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସରକାର ପର୍ଯ୍ୟାୟ ପରେ ପର୍ଯ୍ୟାୟ ଲକ୍‌ଡାଉନ ବୃଦ୍ଧି କରୁଛନ୍ତି। କୋଭିଡ୍‌-୧୯ ଦେଶର ସବୁ ଶ୍ରେଣୀ ଓ କ୍ଷେତ୍ରକୁ ପ୍ରଭାବିତ କରିଛି। ଫଳରେ ଦେଶର ଅର୍ଥ ବ୍ୟବସ୍ଥା ଏହାଦ୍ୱାରା ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ବଜାର ଉପରେ ରହିଥିବା ନକାରାତ୍ମକ ପ୍ରଭାବକୁ କମ୍‌ କରିବା ଲାଗି ସରକାର ମଧ୍ୟ ବିଭିନ୍ନ ବର୍ଗ ପାଇଁ କଟକଣା କୋହଳ କରୁଛନ୍ତି। ଲକ୍‌ଡାଉନ-୪ ମଧ୍ୟରେ ସରକାର ବିଭିନ୍ନ କ୍ଷେତ୍ର ପାଇଁ କିଛି ସୁବିଧା ଓ କୋହଳ ନୀତି ଅବଲମ୍ବନ କରିଥିଲେ ମଧ୍ୟ ଟ୍ରାଭେଲ ଆଣ୍ଡ ଟୁରିଜମ୍‌ କ୍ଷେତ୍ର ପାଇଁ ସେପରି କିଛି ବ୍ୟବସ୍ଥା କରିନାହାନ୍ତି। କରୋନା ପ୍ରଭାବ ଯୋଗୁ ୪୦% ଟ୍ରାଭେଲ ଆଣ୍ଡ ଟୁରିଜମ୍‌ ସଂସ୍ଥା ସଙ୍କଟ ମଧ୍ୟ ଦେଇ ଗତି କରୁଛନ୍ତି। ସୋମବାର ଆସିଥିବା ରିର୍ପୋଟରେ ଏହା ପ୍ରକାଶ ପାଇଛି। ଦେଶରେ ଯଦି ଲକ୍‌ଡାଉନ ପରିସ୍ଥିତିରେ ସୁଧାର ନ ଆସେ ତା’ହେଲେ ଆସନ୍ତା ୩ରୁ ୬ମାସ ମଧ୍ୟରେ ୪୦% ଟ୍ରାଭେଲ ଆଣ୍ଡ ଟୁରିଜିମ୍‌ ସଂସ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ଆଶଙ୍କା ଦେଖାଦେଇଛି। ସେହିଭଳି ଏହି ସମୟରେ ପ୍ରାୟ ୩୬% ଏଭଳି ସଂସ୍ଥା ଆଂଶିକ ବନ୍ଦ ହୋଇ ରହିବ ବୋଲି ବୋଟ୍ଟ୍‌ ଟ୍ରାଭେଲ ସେଣ୍ଟିମେଣ୍ଟ ଟ୍ରାକର ପକ୍ଷରୁ ଏଭଳି ରିପୋର୍ଟ ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ ବୋଟ୍ଟ୍‌ ବର୍ତ୍ତମାନ ଏହାର ୭ଟି ଅନ୍ୟ ସହଯୋଗୀ ସଂସ୍ଥା ଯଥା- ଆଇଟିଓ, ଟିଏଏଆଇ,ଆଇସିପିବି,ଏଡିଟିଓଆଇ,ଓଟିଓଏଆଇ,ଏଟିଓଏଆଇ ଏବଂ ସିଆଇଟିଇ ସହ କାର୍ଯ୍ୟ କରୁଛି।

Share